Katgada: କାଠଗଡ଼ାରେ ଛଦ୍ମ ଐତିହ୍ୟସ୍ଥଳ
"ଇଟାଲିର ଜଣେ ୬୯ ବର୍ଷୀୟ ବ୍ୟକ୍ତି ଏକ ଅବିଶ୍ବସନୀୟ ଠକେଇ କରି ଦଣ୍ଡିତ ହୋଇଛି।
ଦକ୍ଷିଣ ଇଟାଲିସ୍ଥିତ ଭିସେଞ୍ଜା ସହର ନିକଟରେ ସେ "ବେରିକୋ ମାରିଟାଇମ୍ ଆମ୍ପିଥିଏଟର୍" ନାମକ ଏକ ପର୍ଯ୍ୟଟନସ୍ଥଳର ତତ୍ତ୍ବାବଧାନ କରିଆସୁଥିଲା।
ଏହି ଆମ୍ପିଥିଏଟର୍ ବା ଅର୍ଦ୍ଧଗୋଲାକାର ରଙ୍ଗଭୂମି ଇଟାଲିର ସର୍ବପୁରାତନ ଏବଂ ପୃଥିବୀର ସବୁଠାରୁ ସୁନ୍ଦର ବୋଲି ସେ ଦାବି କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିଲା।
ଆଗନ୍ତୁକମାନଙ୍କୁ ସେ ଏହାର ପ୍ରାଚୀନତା ବ୍ୟାଖ୍ୟା କରି କହୁଥିଲା ଯେ ଏହା ୩୯୩ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏବଂ ଜୁଲିଅସ୍ ସିଜର୍ ଓ କ୍ଲିଓପାଟ୍ରାଙ୍କ ଭଳି ଐତିହାସିକ ବ୍ୟକ୍ତିତ୍ବଙ୍କ ସହିତ ସଂପୃକ୍ତ।Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ବର୍ଷ ବର୍ଷ ଧରି ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସୁଥିଲେ ଏବଂ ଏହାର ତତ୍ତ୍ବାବଧାରକ ମାଲୋସୋ ଭନ୍ ରୋଜେନ୍ଫ୍ରାଞ୍ଜ୍ ଏଠାକୁ ପ୍ରବେଶ ପାଇଁ ବ୍ୟକ୍ତି ପିଛା ୩୫ ପାଉଣ୍ଡ୍ ବା ପାଖାପାଖି ୪୦୦୦ ଟଙ୍କା ଆଦାୟ କରୁଥିଲା।
ସ୍ଥାନୀୟ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏହାକୁ ଆକର୍ଷଣୀୟ ସ୍ଥାନ ଭାବରେ ସାମିଲ କରାଯାଇଥିଲା।
ତେବେ ୨୦୧୬ ମସିହାରେ ସନ୍ଦେହ ଜାତ ହେବା ପରେ ଏଠାରେ ଥିବା ପଥରଗୁଡ଼ିକର ପ୍ରତ୍ନତାତ୍ତ୍ବିକ ପରୀକ୍ଷା କରାଯାଇଥିଲା।
ସେଥିରୁ ଜଣାପଡ଼ିଲା ଯେ ସେଠାରେ ଥିବା ସବୁ ଜିନିଷକୁ ଆଧୁନିକ ସାମଗ୍ରୀ ଦ୍ବାରା ନିର୍ମାଣ କରାଯାଇଛି।
ଏହା ୧୬୦୦ ବର୍ଷ ପୁରୁଣା ନୁହେଁ, ମାତ୍ର ୨୦ ବର୍ଷ ତଳେ ନିର୍ମିତ ହୋଇଥିଲା।
୧୦ ବର୍ଷର କୋର୍ଟ ଲଢ଼େଇ ପରେ ମାଲୋସୋକୁ ଛଦ୍ମ ଐତିହ୍ୟସ୍ଥଳର ବେଆଇନ ନିର୍ମାଣ ଦୋଷରେ ଦଣ୍ଡିତ କରାଯାଇଛି।
ଇଟାଲିର ଏକ କୋର୍ଟ ତାକୁ ଦୁଇ ବର୍ଷ ଚାରି ମାସର କାରାଦଣ୍ଡ ସମେତ ୩୦୦୦ ପାଉଣ୍ଡ୍ର ଜରିମାନା ପାଇଁ ଆଦେଶ ଦେଇଛନ୍ତି।
Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।