19 AUGUST 2026

Welcome!

Unlock your personalized experience.
Sign Up
block-728

Life is at stake: ଜୀବନ ଲାଗିଛି ବାଜିରେ: ୩ ଖଣ୍ଡ ବାଉଁଶରେ ନଦୀ ପାର ହେଉଛନ୍ତି ତିନି ଗାଁ’ର ଲୋକ

Aug 11, 2026 - 05:46
Life is at stake: ଜୀବନ ଲାଗିଛି ବାଜିରେ: ୩ ଖଣ୍ଡ ବାଉଁଶରେ ନଦୀ ପାର ହେଉଛନ୍ତି ତିନି ଗାଁ’ର ଲୋକ

ବୈପାରିଗୁଡ଼ା: ସ୍ଥାୟୀ ପୋଲଟିଏ ପାଇଁ ବହୁବାର ଦାବି ହୋଇଛି। ପ୍ରଶାସନ ପ୍ରତିଶ୍ରୁତି ଦେଇ ଭୁଲିଯାଉଥିବାରୁ ଶେଷରେ ନିଜ ଖର୍ଚ୍ଚରେ ୩ ଖଣ୍ଡ ବାଉଁଶକୁ ଯୋଡ଼ି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ। ଜୀବନକୁ ବାଜି ଲଗାଇ ଏହି ବାଉଁଶ ଉପର ଦେଇ ତିନିଖଣ୍ଡ ଗାଁ ଲୋକ ଯାତାୟାତ କରୁଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ ବାଲିଗାଁ ପଞ୍ଚାୟତରୁ ମାଉଲିଗୁଡ଼ା ଯିବାକୁ କୌଣସି ସୁବିଧା ନାହିଁ। ଗାଁକୁ ଯିବା ପାଇଁ ଲୋକଙ୍କୁ ସୁରା ନଦୀ ପାର ହେବାକୁ ପଡ଼େ। ନଦୀ ଉପରେ ପୋଲ ନଥିବାରୁ ୩ ଖଣ୍ଡ ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ପାଲଟିଛି ଅସ୍ଥାୟୀ ବାଉଁଶ ପୋଲ। ବାଲିଗାଁ ପଞ୍ଚାୟତର ମାଉଲିଗୁଡ଼ା, କୁରକୁଟିଗୁଡ଼ା ଓ ରତଲିଆଗୁଡ଼ା ଗ୍ରାମବାସୀ ସୁରା ନଦୀ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

ମାଉଲିଗୁଡ଼ା ଗ୍ରାମର ଛାତ୍ରଛାତ୍ରୀ ଓ କୋମଳମତି ଶିଶୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଲାଗି କୁରକୁଟିଗୁଡ଼ା ଉପରେ ନିର୍ଭର କରିଥାନ୍ତି। ସ୍କୁଲ୍‌, ଅଙ୍ଗନବାଡ଼ି ଯିବାକୁ ନଦୀ ପାର ହେବାକୁ ପଡ଼ୁଥିବାରୁ ବର୍ଷାଦିନେ ନଦୀର ଜଳସ୍ତର ବଢ଼ିଲେ ପାଠପଢ଼ା ବନ୍ଦ। ସେହିପରି ବିଭିନ୍ନ କାମରେ ପଞ୍ଚାୟତ ସଦର ମହକୁମାକୁ ଯାଇପାରୁନାହାନ୍ତି ଲୋକେ। ବର୍ଷାରେ ବହୁଦିନ ମାଉଲିଗୁଡ଼ା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବାରୁ ଶେଷରେ ୩ ଖଣ୍ଡ ଗ୍ରାମବାସୀ ନିଜ ଖର୍ଚ୍ଚରେ ଶ୍ରମଦାନ କରି ସୁରା ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି। 

Snake: ମହାରାଷ୍ଟ୍ରର ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ମୃତ

ଗ୍ରାମବାସୀ ଜୀବନକୁ ବାଜି ଲଗାଇ ପ୍ରତିଦିନ ଏହି ବାଉଁଶ ପୋଲ ଦେଇ ଯିବା ଆସିବା କରନ୍ତି। ଜିଲ୍ଲାପାଳଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କୁ ଗ୍ରାମବାସୀ ପୋଲ ନିର୍ମାଣ ପାଇଁ ନିବେଦନ କରିଥିଲେ ସୁଦ୍ଧା ସୁଫଳ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ବାଲିଗାଁ ସରପଞ୍ଚ ଗୋବର୍ଦ୍ଧନ କାଣ୍ଡକି କହିଛନ୍ତି, ଗାଁକୁ ମେଟାଲ ଓ ମୋରମ ରାସ୍ତା ନିର୍ମାଣ ହୋଇଛି। ପୋଲ କାମ ବାକି ଅଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media