Let the youth : ‘ରାଷ୍ଟ୍ର ପ୍ରଥମ’ ନୀତିରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ
"ଭୁବନେଶ୍ୱର: ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ "ରାଷ୍ଟ୍ର ପ୍ରଥମ" ନୀତିରେ ଯୁବପିଢ଼ି ଅନୁପ୍ରାଣିତ ହେଲେ ଓଡ଼ିଶା ଓ ଭାରତ ସମୃଦ୍ଧ ହୋଇପାରିବ।
ଭାରତବର୍ଷକୁ ସଶକ୍ତ, ସମୃଦ୍ଧଶଳୀ କରି ଗଢ଼ିତୋଳିବା ସହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଯୁବପିଢ଼ି ସ୍ବର୍ଗତ ମୁଖାର୍ଜୀଙ୍କ ଏହି ନୀତିକୁ ଆପଣାଇବା ଜରୁରୀ।
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।Advertisment Home Minister : ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଉପରାଷ୍ଟ୍ରପତି ଆସିବେ ଡ.
ମୁଖାର୍ଜୀଙ୍କ ଅତୁଳନୀୟ ତ୍ୟାଗ ଓ ଶିକ୍ଷା ସଂସ୍କାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ମାତ୍ର ୩୩ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲେ।
ଜାମ୍ମୁ-କାଶ୍ମୀର ଆନ୍ଦୋଳନରେ ସେ ଦେଇଥିବା ଐତିହାସିକ ସ୍ଲୋଗାନ "ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ୍ ନେହିଁ ଚଲେଙ୍ଗେ" ସେତେବେଳେ ଭାରତରେ ଚହଳ ପକାଇଥିଲା।
୩୭୦ ଧାରା ସତ୍ତ୍ବେ ବିନା ଅନୁମତିରେ କାଶ୍ମୀରରେ ପ୍ରବେଶକରି ସେ ଗିରଫ ହୋଇଥିଲେ ଏବଂ ଜେଲ୍ ଭିତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
ଅଥଚ ତତ୍କାଳୀନ କଂଗ୍ରେସ ସରକାର କୌଣସି ଉପଯୁକ୍ତ ତଦନ୍ତ କରାଇନଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଡ.
ମୁଖାର୍ଜୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିଛନ୍ତି ବୋଲି ସେ କହିଥିଲେ।
Home Minister : ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଉପରାଷ୍ଟ୍ରପତି ଆସିବେ କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜାତୀୟତାବାଦ ଚିନ୍ତାଧାରାକୁ ଡ.
ମୁଖାର୍ଜୀ ପରିବ୍ୟାପ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଦୁଷ୍ମନ୍ତ କୁମାର ଗୌତମ, ବିଧାୟକ ବାବୁ ସିଂ ପ୍ରମୁଖ ସ୍ମୃତିଚାରଣ କରିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ।"