LED Street Light Scam ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି: ଦଶରଥପୁରରେ ଭିଜିଲାନ୍ସର ତନାଘନା, ଠିକାଦାର ଅଟକ

Jun 25, 2026 - 17:09
LED Street Light Scam ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି:  ଦଶରଥପୁରରେ ଭିଜିଲାନ୍ସର ତନାଘନା, ଠିକାଦାର ଅଟକ

"ଦଶରଥପୁର (ଚନ୍ଦ୍ରଶେଖର ସାହୁ):  ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନରେ ବ୍ୟାପକ ଅନିୟମିତତା ଓ ସରକାରୀ ପାଣ୍ଠିର ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦଶରଥପୁର ବ୍ଲକ୍‌ର ୮ଟି ପଞ୍ଚାୟତରେ ଯଥା ଚିତାଳୋ, ଅକରପଡା, ଖଣ୍ଡରା, ତଳିହା, ବିହାରୀ, ରାହସୋଈ, ବିରଜାପୁର, ବିରୁହାଁ ପଞ୍ଚାୟତରେ ଆଜି (ଗୁରୁବାର) ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢ଼ାଉ କରିଛି।

Advertisment ଆଜିର ଚଢ଼ାଉରେ ଭିଜିଲାନ୍ସ ଡିଏସପି ତ୍ରିଲୋଚନ ସେଠି ନେତୃତ୍ୱରେ ପ୍ରମୋଦ ସାମଲ, ଯାଜପୁର  ବିଦ୍ୟୁତ୍‌ ଏସ୍‌ଡିଓ କୈଳାସ ଶେଖର ସାହୁ, ରସଲପୁର ବ୍ଲକର ବରିଷ୍ଠ ରାଜସ୍ବ ସହାୟକ ବିଶ୍ୱଜିତ ଶତପଥୀ ସାମିଲ ହୋଇଥିଲେ।

ମିଳିଥିବା ସୂଚନାରେ, ପ୍ରକଳ୍ପ ସମ୍ପନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ ନଥିପତ୍ର ଭିଜିଲାନ୍‌ସ ଟିମ୍‌ ଜବତ କରିଛି।

ତଦନ୍ତ ବେଳେ ଟେଣ୍ଡର ନିୟମ ଉଲଂଘନ, ଆବଶ୍ୟକ ସାମଗ୍ରୀ ବ୍ୟବହାର ନକରିବା, ଓ ମିଥ୍ୟା ଵିଲ ଦାଖଲ କରିବା ଭଳି ଅନିୟମିତତା ସ୍ପଷ୍ଟ ହୋଇଛି।

ମାମଲାରେ ଅଧିକ ପଚରାଉଚରା ନିମନ୍ତେ ବିଦ୍ୟୁତ୍‌ ଠିକା ସଂସ୍ଥା ବିରଜା ଇଲେକ୍ଟ୍ରିକାଲ୍‌ସର ମାଲିକ ଧରଣୀଧର ସାହୁଙ୍କୁ ଉଠାଇନେଇଛି।

ପୂର୍ବ ସରକାରଙ୍କ ସମୟରେ ସରକାରୀ ଅର୍ଥ ହରିଲୁଟ ଏବଂ ଏଲ୍‌ଇଡି ଲାଇଟ୍‌ ଦୁର୍ନୀତି ହୋଇଥିବା ବିଭାଗ ପାଖରେ ଲାଗିଛି।

ପଞ୍ଚମ ରାଜ୍ୟ କମିସନଙ୍କ ଅର୍ଥରେ ୨୦୨୧-୨୨ ଓ ୨୦୨୨-୨୩ ଅର୍ଥକ ବର୍ଷରେ ଦଶରଥପୁର ବ୍ଲକର ମୋଟ ୩୫ ଟି ପଞ୍ଚାୟତରେ ବାର୍ଷିକ ରାକ୍ଷଣାବେକ୍ଷଣ ଚୁକ୍ତି ସହ  ଏଲ୍‌ଇଡି ଲାଇଟ ସ୍ଥାପନ ପ୍ରକଳ୍ପ ଆରମ୍ଭ ହୋଇଥିଲା।

ପ୍ରତି ୧୦ ଏଲିଡି ଲାଇଟ ପାଇଁ ଆବଶ୍ୟକ ଉପକରଣ, ଯଥା ଏନର୍ଜି ମିଟର, ୫୦୦ ମିଟର କେବୁଲ, ଏମସିସିଡି, ଆଇହୁକ, ସେନ୍ସର କ୍ଲାମ୍ପ ଓ ଫୋଟ ସୁଇଜ ଟାଇମର ଆଦି ସ୍ଥାପନର ବ୍ୟବସ୍ଥା ରହିଥିଲା।

ତେବେ ପଞ୍ଚାୟତରେ ଚୁକ୍ତି ମୁତାବକ କାର୍ଯ୍ୟନକରି ସମ୍ପୃକ୍ତ ଠିକସଂସ୍ଥା ନକଲି ଵିଲ୍‌ ପ୍ରସ୍ତୁତି କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା।

"