Law: ଏବେ ଯେକୌଣସି ବୟସରେ କରିପାରିବେ ଏଲ୍ଏଲବି: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ହଟାଇଲା ବୟସ ସୀମା

Nov 07, 2026 - 19:07
Law: ଏବେ ଯେକୌଣସି ବୟସରେ କରିପାରିବେ ଏଲ୍ଏଲବି: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ହଟାଇଲା ବୟସ ସୀମା

ନୂଆଦିଲ୍ଲୀ: ଆଇନ ପାଠ୍ୟକ୍ରମରେ ପାଠ ପଢିବାକୁ ଇଚ୍ଛୁକ ଥିବା ଆଶାୟୀ ଏବଂ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI) ଦେଶର ୩ ବର୍ଷିଆ ଏବଂ ୫ ବର୍ଷିଆ ଲ' ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଧାର୍ଯ୍ୟ ହୋଇଥିବା ସର୍ବୋଚ୍ଚ ବୟସ ସୀମାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

Advertisment ଆହୁରି ପଢନ୍ତୁ: Migrant Worker: ଦାଦନ ଦୁଃଖରେ କାନ୍ଦୁଛି କନ୍ଧମାଳ ; ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ କେରଳରେ ମୃତ୍ୟୁ ସୁପ୍ରିମକୋର୍ଟରେ ଏକ ମାମବାର ଶୁଣାଣି ସମୟରେ BCI ପକ୍ଷରୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।

BCI ର ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଏର ହୋଇଥିବା ଆବେଦନକୁ ଖାରଜ କରି ଏହାର ଅନ୍ତ ଘଟାଇଛନ୍ତି।

ପୂର୍ବରୁ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏଲ୍ଏଲବି ପାଇଁ ସର୍ବାଧିକ ବୟସ ସୀମା ଏବଂ ୩ ବର୍ଷିଆ ଏଲ୍ଏଲବି ପାଇଁ ମଧ୍ୟ ବୟସର କଟକଣା ରହିଥିଲା।

ଏହି ନିୟମକୁ ବିରୋଧ କରି ବିଭିନ୍ନ ଅଦାଲତରେ ମାମଲା ଚାଲିଥିବାବେଳେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ଛାତ୍ରଛାତ୍ରୀଙ୍କ ପାଇଁ କଣ ରହିଛି ସୁବିଧା?

ବାର୍ କାଉନସିଲର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ବର୍ତ୍ତମାନ ଦେଶର ଯେକୌଣସି ନାଗରିକ ନିଜ ବୟସର ପାର୍ଥକ୍ୟ କିମ୍ବା ବାଧାକୁ ନ ଭାବି ଯେକୌଣସି ବୟସରେ ଆଇନ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଓକିଲାତି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।

ଯେଉଁ ବ୍ୟକ୍ତିମାନେ ବୟସ ସୀମା କାରଣରୁ ପୂର୍ବରୁ ଆଇନ ପାଠ ପଢିବାରୁ ବଞ୍ଚିତ ହେଉଥିଲେ, ସେମାନେ ଏହାଦ୍ୱାରା ବହୁତ ବେଶି ଉପକୃତ ହେବେ ବୋଲି ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)