Landslides: ଗୋଟିଏ ଜାଗାରେ ଲଦାଲଦି ହୋଇ ମିଳିଲେ ପୁରା ପରିବାର

Nov 05, 2026 - 23:49
Landslides: ଗୋଟିଏ ଜାଗାରେ ଲଦାଲଦି ହୋଇ ମିଳିଲେ ପୁରା ପରିବାର

ଭଞ୍ଜନଗର/ଘୁ.ଉଦୟଗିରି: ନିଜର ପ୍ରିୟଜନଙ୍କ ମୃତଦେହ ମିଳିବା ଆଶାରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ପ୍ରିୟଜନ ବୁଧବାର ଜିଦ ଧରିଥିବା ବେଳେ ଆଜି ତାହା ବାସ୍ତବରେ ପରିଣତ ହୋଇଛି।

ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନ୍‌ମନଙ୍କ ମୃତଦେହ ମିଳିବା ପରେ ଘଟଣାସ୍ଥଳର ସ୍ଥିତି ତଥା ଗ୍ରାମ ଉପରେ ୨୫-୩୦ ଫୁଟ ଉଚ୍ଚରେ ବଡବଡ ପଥର ଓ ମାଟି ଅତଡ଼ା ପଡି ରହିଥିବାରୁ ଏବଂ ପ୍ରତିଦିନ ଉଦ୍ଧାରକାରୀ ଦଳ ବିଭିନ୍ନ ଯନ୍ତ୍ରାଂଶ ବୋହି ଦୀର୍ଘ ୭ କିମି ବାଟ ପଥୁରିଆ, ପାହାପ ପର୍ବତ ଓ ଜଙ୍ଗଲିଆ ନାଳା ଅତିକ୍ରମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା କାଠିକର ପାଠ ସାବ୍ୟସ୍ତ ହେଉଥିଲା।

Advertisment ଏଭଳି ସ୍ଥିତିରେ ୨ ଜଣଙ୍କ ମୃତଦେହ ମିଳିବା ପରେ ଅନ୍ୟମାନଙ୍କ ସନ୍ଧାନ ପାଇବା ଆଶା ମଧ୍ୟ ଦିନ ଗଡିବା ସାଙ୍ଗକୁ ମଉଳିବାରେ ଲାଗିଥିଲା।

କିନ୍ତୁ ବୁଧବାର ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମାବାସୀଙ୍କ ଜିଦ ଯୋଗୁ ଆଜି ଉଦ୍ଧାର କାର୍ଯ୍ୟ ହେବା ସହ ବିଜୟଙ୍କ ଘର ରହିଥିବା ସ୍ଥାନକୁ ଗ୍ରାମବାସୀ ସ୍ଥାନ ନିରପୂରଣ କରି ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ଖୋଳା ଖୋଳି କରିବା ପରେ ଦୀର୍ଘ ସମୟରେ ପରେ ଅତ୍ୟନ୍ତ ଦୁଖଦ ଚିତ୍ର ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଥିଲେ।

ପୂରା ପରିବାର ଗୋଟିଏ ସ୍ଥାନରେ ଲଦା ଲଦି ହୋଇ ମୃତ୍ୟୁ ବରଣ କରିଛନ୍ତି।

Rescue Operation: ଗିଡିପାବାଲିଠାରେ ଭୂସ୍ଖଳନ: ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଉଦ୍ଧାରକାରୀ ଦଳ ନିୟୋଜିତ ପରିବାରର ସମସ୍ତ ୫ ଜଣ ଗୋଟିଏ ସ୍ଥାନରେ ହିଁ ଏଭଳି ସ୍ଥିତିରେ ରହିଛନ୍ତି।

ସତେ ଯେତେବେଳେ ପାହାଡ ଉପରୁ ଦାନବ କରାଳ ରୂପ ନେଇ ଖସି ଆସିବା ସମୟରେ ମୃତ୍ୟୁକୁ ଯେତେବେଳେ ସେମାନେ ଅତି ନିକଟରୁ ଅନୁଭବ କରିଛନ୍ତି ପୁରା ପରିବାର ଏକତ୍ରୀତ ହୋଇ ପରସ୍ପରକୁ ଜାବୁଡି ଧରି ମୃତ୍ୟୁକୁ ଆଲଙ୍ଗନ କରିନେଇଥିବା ଭଳି ଚିତ୍ରୁ ଅନୁଭବ ହେଉଛି।

କେତେ ଭୟାନକ ହୋଇଥିବା ସେହି ମୁହୂର୍ତ୍ତ ସେମାନଙ୍କ ପାଇଁ ଆଜି ଉଦ୍ଧାରକାରୀ ଦଳ ସହ ପରିବାରବର୍ଗ ଅଙ୍ଗେ ନିଭେଇଛନ୍ତି।

ଯେଉଁ ପିଲାଙ୍କ ଭବିଷ୍ୟତ ପାଇଁ ବାପା ମାଁ ଆଖିରେ ଆଖିଏ ସ୍ବପ୍ନ ଦେଖିଥିଲେ, ଆଜି ସେମାନଙ୍କ ଜୀବନ ରକ୍ଷା ନକରବିାର ଅବଶୋଷ ମଧ୍ୟ ମୃତ୍ୟୁ ପୂର୍ବରୁ ସେମାନଙ୍କ ମନରେ ଘାରିଥିବ।

ଆଉ ପୁରା ପରିବାର ଜଣକ ଉପରେ ଆଉ ଜଣେ ଲଦା ହୋଇ ମାଟି ଅତଡା ତଳେ ଫସିରହିଥିବା ଅବସ୍ଥାରେ ଉଦ୍ଧାର ଚିତ୍ର ସତରେ ହୃଦୟ ବିଦାରକ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)