Landslide in China: ଚୀନରେ ପ୍ରଳୟଙ୍କରୀ ଭୂସ୍ଖଳନ: ୬ ମୃତ, ୯ ନିଖୋଜ...

Sep 08, 2026 - 17:27
Landslide in China: ଚୀନରେ ପ୍ରଳୟଙ୍କରୀ ଭୂସ୍ଖଳନ: ୬ ମୃତ, ୯ ନିଖୋଜ...

"ବେଜିଂ: ଗତ ଶନିବାର ଜିଆଙ୍ଗସି ପ୍ରଦେଶର ମିଙ୍ଗକେଙ୍ଗ ଗ୍ରାମରେ ମଡସ୍ଲାଇଡ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଏବଂ ୭ ଜଣ ଏବେ ବି ନିଖୋଜ ଥିବା ବେଳେ ଆଜି ପୂର୍ବ ଚୀନରେ ଘୂର୍ଣ୍ଣିଝଡ଼ "ସୌଦେଲ୍" ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସଙ୍ଘଟିତ ଭୂସ୍ଖଳନରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯ ଜଣ ନିଖୋଜ ଅଛନ୍ତି।

ସେହିପରି ନିକଟସ୍ଥ ଜୁଓଆନ୍ ଓ ତାଙ୍ଗହୁ ସହରରେ ଅନ୍ୟ ଏକ ଭୂସ୍ଖଳନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ଏବଂ ୨ ଜଣ ନିଖୋଜ ରହିଛନ୍ତି।

ସମସ୍ତଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।Advertisment ଆହୁରି ପଢ଼ନ୍ତୁ- Leopard Spotted Again ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ ୧୭୦ରୁ ଉର୍ଦ୍ଧ୍ୱ ଉଦ୍ଧାରକାରୀ ଦଳ ନିୟୋଜିତ ଗତ ମାସ ଶେଷ ଆଡ଼କୁ ଚୀନର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ଘୂର୍ଣ୍ଣିଝଡ଼ "ସୌଦେଲ୍" ଯୋଗୁଁ କ୍ରମାଗତ ଅତି ପ୍ରବଳ ବର୍ଷା ଜାରି ରହିଥିଲା।

ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଅନେକ ସହରରେ ସ୍କୁଲ, କାର୍ଯ୍ୟାଳୟ ଏବଂ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା।

ମିଙ୍ଗକେଙ୍ଗ ଗ୍ରାମରେ ଭୂସ୍ଖଳନ ଯୋଗୁଁ ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଇଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ୧୭୦ରୁ ଉର୍ଦ୍ଧ୍ୱ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)