Land Restored to Lord Jagannath ୫୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାକୁ ଫେରିଲା ୫୨.୨୨୦ ଏକର ମୂଲ୍ୟବାନ ଜମି

Nov 27, 2026 - 19:10
Land Restored to Lord Jagannath ୫୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାକୁ ଫେରିଲା ୫୨.୨୨୦ ଏକର ମୂଲ୍ୟବାନ ଜମି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ୧୯୭୭ରେ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା।

ରାଜସ୍ବ ପରିଷଦରେ ଏହି ଜମିକୁ ନେଇ ଗତ ୫୦ ବର୍ଷ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି।

ଜମିଗୁଡ଼ିକ ପୁଣି ମହାପ୍ରଭୁଙ୍କ ମାଲିକାନାକୁ ଫେରିଛି।

ବର୍ତ୍ତମାନର ଆକଳନ ଅନୁସାରେ ଉକ୍ତ ଜମିର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ହେବ।

Advertisment ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୧୪୭ କ୍ରସର ବନ୍ଦ କରିବାକୁ ନିର୍ଦ୍ଦେଶ ୧୯୨୭ ମସିହାର ସାବିକ ରାଜସ୍ୱ ରେକର୍ଡରେ ପୁରୀ ତହସିଲ ଅନ୍ତର୍ଗତ ଦାମୋଦରପୁର ଶାସନ ମୌଜାର ୫୨.୨୨୦ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିଲା।

କିନ୍ତୁ ୧୯୭୭ ମସିହାର ହାଲ୍ ରେକର୍ଡରେ ଦକ୍ଷିଣ ପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା।

ଜମିକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଏସ୍.ଆର୍.ପି.

କେସ୍ ନଂ ୧୦୩/୨୦୨୩ରେ ବିସ୍ତୃତ ଶୁଣାଣି ଓ ତଥ୍ୟର ସମୀକ୍ଷା, ବିଭିନ୍ନ ରାଜସ୍ୱ ଦସ୍ତାବିଜର ଯାଞ୍ଚ ଏବଂ ଆଇନଗତ ତର୍ଜମା ପରେ ଆଜି ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁ ମହାପ୍ରଭୁଙ୍କ ନାମରେ ରେକର୍ଡ ସଂଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ୱ ପର୍ଷଦଙ୍କ ରାୟର ତ୍ୱରିତ ଅନୁପାଳନ କରି ପୁରୀ ତହସିଲଦାର ସମ୍ପୃକ୍ତ ଜମିର ରାଜସ୍ୱ ରେକର୍ଡ ମଧ୍ୟ ତୁରନ୍ତ ସଂଶୋଧନ କରିସାରିଛନ୍ତି।

ଶ୍ରୀଜଗନ୍ନାଥଙ୍କ ଜମି ସରକାରଙ୍କ ଅଧୀନକୁ ନେବା ପ୍ରସଙ୍ଗ: ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ମାମଲାର ମୂଳ ପ୍ରସଙ୍ଗ ଥିଲା ୧୯୨୭ ମସିହାର ସାବିକ ସେଟଲମେଣ୍ଟ ରେକର୍ଡ ଓ ୧୯୭୭ ମସିହାର ହାଲ୍ ସେଟଲମେଣ୍ଟ ରେକର୍ଡ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ।

୧୯୨୭ ମସିହାର ସାବିକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କୁ ଜମିର ସର୍ବୋଚ୍ଚ ଜମିଦାର ଭାବେ ରେକର୍ଡ କରାଯାଇଥିବାବେଳେ ଦକ୍ଷିଣପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମ ମଧ୍ୟ ସ୍ୱତ୍ତାଧିକାରୀ ଭାବେ ଉଲ୍ଲେଖ ଥିଲା।

ସାବିକ ଖାତା ନଂ ୪୨୯ରେ ୧୧ଟି ପ୍ଲଟ୍ ଥିବାବେଳେ, ୧୯୭୭ ମସିହାର ହାଲ୍ ରେକର୍ଡରେ ଖାତା ନଂ ୪୧୯ରେ ୪୨ଟି ପ୍ଲଟ୍ ବିଶିଷ୍ଟ ମୋଟ ୫୨.୨୨୦ ଏକର ଜମି ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିଲା।

ସାବିକ ରେକର୍ଡରେ ମହାପ୍ରଭୁଙ୍କ ସର୍ବୋଚ୍ଚ ଜମିଦାରୀ ସ୍ୱତ୍ତ୍ୱ ଓ ମହନ୍ତଙ୍କ ମଧ୍ୟ ସ୍ୱତ୍ତ୍ୱାଧିକାରକୁ ପୃଥକ୍ ଭାବେ ଦର୍ଶାଯାଇଥିବା ସତ୍ତ୍ୱେ ପରବର୍ତ୍ତୀ ରେକର୍ଡରେ ଏପରି ପରିବର୍ତ୍ତନ କିପରି ହେଲା, ତାହା ମାମଲାର ମୁଖ୍ୟ ବିବାଦ ଥିଲା।

ସୁକିନ୍ଦାଗଡ଼ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଘର ନିର୍ମାଣ, ରାତିଅଧରେ ପଡ଼ିଲା ଛାତ ମାମଲାର ବିଚାର ସମୟରେ କେବଳ ରେକର୍ଡରେ ଥିବା ନାମକୁ ଆଧାର କରାଯାଇନଥିଲା ; ବରଂ ସାବିକ ଓ ହାଲ୍ ରେକର୍ଡ, ଖାତା ଓ ପ୍ଲଟ୍‌ର ମେଳକ, ମନ୍ତବ୍ୟ ସ୍ତମ୍ଭ, ଜମାବନ୍ଦୀ ରେଜିଷ୍ଟର ବା କଣ୍ଟିନ୍ୟୁଅସ୍ ଖତିଆନ ଏବଂ ଅନ୍ୟାନ୍ୟ ପ୍ରାମାଣିକ ରାଜସ୍ୱ ଦସ୍ତାବିଜକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା।

୧୯୭୭ ମସିହାର ରେକର୍ଡର ମନ୍ତବ୍ୟ ସ୍ତମ୍ଭରେ ଇଷ୍ଟେଟ୍ ଉଚ୍ଛେଦ ପୂର୍ବରୁ ଜମି ଜମିଦାରଙ୍କ ଖାସ୍ ଦଖଲରେ ଥିବା ସମ୍ପର୍କରେ ଉଲ୍ଲେଖ ଥିବା ତଥ୍ୟକୁ ମଧ୍ୟ ବିଚାରକୁ ନିଆଯାଇଥିଲା।

ଅନ୍ୟପକ୍ଷରେ, ଜମାବନ୍ଦୀ ରେଜିଷ୍ଟର ବା କଣ୍ଟିନ୍ୟୁଅସ୍ ଖତିଆନ ଦାଖଲ ହୋଇନଥିବା ପ୍ରସଙ୍ଗ ମଧ୍ୟ ତର୍ଜମାର ବିଷୟ ହୋଇଥିଲା।

କେବଳ ଦଖଲ ସମ୍ପର୍କିତ ଉଲ୍ଲେଖ ମାତ୍ରରୁ ମାଲିକାନା ବା ଆଇନସମ୍ମତ ପ୍ରଜାସ୍ୱତ୍ତ୍ୱ ସୃଷ୍ଟି ହୋଇଯାଏ ନାହିଁ ବୋଲି ରାୟରେ ପ୍ରତିପାଦିତ ଆଇନଗତ ନୀତିକୁ ଗୁରୁତ୍ୱ ଦିଆଯାଇଥିଲା।

ଏହି ମାମଲାରେ ପୁରୀ ତହସିଲଦାରଙ୍କ ପକ୍ଷରୁ ଦାଖଲ ହୋଇଥିବା କ୍ଷେତ୍ର ତଦନ୍ତ ରିପୋର୍ଟ ମଧ୍ୟ ବିଚାରର ଅଂଶ ହୋଇଥିଲା।

ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ଅନୁଯାୟୀ, ସମ୍ପୃକ୍ତ ୪୨ଟି ପ୍ଲଟ୍‌ର ମୋଟ କ୍ଷେତ୍ରଫଳ ୫୨.୨୨୦ ଏକର ଥିବା ଦର୍ଶାଯାଇଥିଲା।

ନିରୀକ୍ଷଣ ସମୟରେ ଜମି ଖାଲି ପଡ଼ିଥିବା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।

ଏହି କ୍ଷେତ୍ରସ୍ତରୀୟ ତଥ୍ୟକୁ ରାଜସ୍ୱ ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ସହ ମିଶାଇ ବିଚାର କରାଯାଇଥିଲା।

ଶ୍ରୀଜଗନ୍ନାଥଙ୍କ ଜମିରୁ ଆୟ ହୋଇଛି ୧୩୪କୋଟିରୁ ଅଧିକ ମାମଲାରେ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ଓ ଦସ୍ତାବିଜ ଉପସ୍ଥାପନ ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲା।

ଏହି ମାମଲା ୧୧ରୁ ଅଧିକ ଥର ଶୁଣାଣି ପାଇଁ ହୋଇଥିଲା।

ପ୍ରତିପକ୍ଷଙ୍କୁ ନିଜର ଆପତ୍ତି, ଦାବି ଓ ଆଇନଗତ ଯୁକ୍ତି ରଖିବା ସହ ସମର୍ଥନରେ ଦସ୍ତାବିଜ ଦାଖଲ କରିବା ପାଇଁ ବାରମ୍ବାର ସୁଯୋଗ ପ୍ରଦାନ କରାଯାଇଥିଲା।

ପ୍ରତିପକ୍ଷଙ୍କ ଓକିଲ ଅଦାଲତରେ ଉପସ୍ଥିତ ହୋଇ ମାମଲାର ଗ୍ରହଣୀୟତା, ଆବଶ୍ୟକ ପକ୍ଷଙ୍କୁ ଅନ୍ତର୍ଭୁକ୍ତ ନକରିବା ଏବଂ ପ୍ରଜାସ୍ୱତ୍ତ୍ୱ ସମ୍ପର୍କିତ ବିଭିନ୍ନ ଆପତ୍ତି ଉଠାଯାଇଥିଲା।

ଏହି ସମସ୍ତ ଆପତ୍ତିକୁ ରାୟରେ ପୃଥକ୍ ଭାବେ ବିଶ୍ଳେଷଣ କରାଯାଇଥିଲା।

ଶ୍ରୀଜଗନ୍ନାଥଙ୍କ ଜମିର ବିଭିନ୍ନ ଉତ୍ସରୁ ୧୩୪,୬୫,୨୯,୧୫୧ ଟଙ୍କା ଶ୍ରୀମନ୍ଦିର ପାଣ୍ଠିରେ ଜମା ହୋଇଛି: ଆଇନ୍‌ ମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ମିଶ୍ର ମାମଲା ପରିଚାଳନା କରିଥିଲେ।

ସେହିପରି, ସିଦ୍ଧାର୍ଥ ଶଙ୍କର ଦାସ, ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରି ସମ୍ପୃକ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଆଇନଗତ ସ୍ଥିତି ଓ ପକ୍ଷ ସମର୍ଥନରେ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ।

ବିଚାର ସମୟରେ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ, ୧୯୫୮ର ଧାରା ୧୩(୩) ଅନୁଯାୟୀ ଚୂଡ଼ାନ୍ତ ପ୍ରକାଶିତ ରେକର୍ଡ ଅଫ୍ ରାଇଟ୍ସର ଏଣ୍ଟ୍ରିର ସଠିକତା ସମ୍ପର୍କିତ ଖଣ୍ଡନଯୋଗ୍ୟ ଆଇନଗତ ଧାରଣା ଏବଂ ଧାରା ୧୫(ଖ) ଅନୁଯାୟୀ ରାଜସ୍ୱ ପର୍ଷଦର ପୁନର୍ବିଚାର କ୍ଷମତାକୁ ବିଶ୍ଳେଷଣ କରାଯାଇଥିଲା।

ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ, ୧୯୫୧ର ଧାରା ୬୯ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୨(୧)ର ପ୍ରାସଙ୍ଗିକତା ମଧ୍ୟ ବିଚାରକୁ ନିଆଯାଇଥିଲା।

ଏଥିସହ ଓଡ଼ିଶା ହାଇକୋର୍ଟଙ୍କ 'ବିକଳ ବାରିକ ବନାମ ସେଟଲମେଣ୍ଟ ଓ ଚକବନ୍ଦୀ କମିଶନର' ଏବଂ 'ଦୁର୍ଗାଚରଣ ରାଉଳ ବନାମ ଭାଗୀରଥି ରାଉଳ' ମାମଲାରେ ପ୍ରତିପାଦିତ ଆଇନଗତ ନୀତିକୁ ଅନୁଧ୍ୟାନ କରାଯାଇଥିଲା।

ଧାରା ୬୯ ଅନୁଯାୟୀ ନୋଟିସ୍ ସମ୍ପର୍କିତ ପ୍ରସଙ୍ଗରେ 'କୁମାରୀ କଲ୍ୟାଣୀ ଗଜପତି ବନାମ ସର୍ବଜ୍ଞ ଜଗନ୍ନାଥ' ମାମଲାର ରାୟକୁ ମଧ୍ୟ ବିଚାର କରାଯାଇଥିଲା।

ଦୁଇ ବର୍ଷ ମଧ୍ୟରେ ତୁଟିବ ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଶେଷକରି, ୨୦୧୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବନାମ ସିଦ୍ଧ ମଠ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଦେବୋତ୍ତର ସମ୍ପତ୍ତିର ସ୍ୱତନ୍ତ୍ର ଆଇନଗତ ସ୍ଥିତି ଏବଂ ପୂର୍ବରୁ ଆଇନସମ୍ମତ ଭାବେ ସ୍ଥିର ହୋଇଥିବା ଅଧିକାର ସମ୍ପର୍କରେ ପ୍ରତିପାଦିତ ନୀତିକୁ ଗୁରୁତ୍ୱ ଦିଆଯାଇଥିଲା।

ସମସ୍ତ ଆଇନଗତ ବ୍ୟବସ୍ଥା, ନ୍ୟାୟିକ ନଜିର ଓ ରାଜସ୍ୱ ଦସ୍ତାବିଜର ସମଗ୍ର ବିଶ୍ଳେଷଣ ପରେ ରାଜସ୍ୱ ପର୍ଷଦ ତାଙ୍କର ରାୟ ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)