Land: ବାସହୀନଙ୍କୁ ଜମି ଦେବାକୁ କୋହଳ ହେଲା ଆୟ ସୀମା: ପୂର୍ବରୁ ଥିଲା ୧ ଲକ୍ଷ, ଏବେ ବାର୍ଷିକ ୧.୫ ଲକ୍ଷ

Nov 16, 2026 - 03:35
Land: ବାସହୀନଙ୍କୁ ଜମି ଦେବାକୁ କୋହଳ ହେଲା ଆୟ ସୀମା: ପୂର୍ବରୁ ଥିଲା ୧ ଲକ୍ଷ, ଏବେ ବାର୍ଷିକ ୧.୫ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଥିବା ବାସହୀନ ପରିବାରଗୁଡ଼ିକୁ କିପରି ସୁବିଧାରେ ସରକାରୀ ଜମି ଯୋଗାଇ ଦିଆଯିବ ଏବଂ ସେମାନେ ବିଭିନ୍ନ ସରକାରୀ ଯୋଜନାରେ ଘର ନିର୍ମାଣ କରିବେ, ସେ ନେଇ ରାଜ୍ୟ ସରକାର ବାସହୀନଙ୍କ ବାର୍ଷିକ ଆୟସୀମାକୁ ବଢ଼ାଇଛନ୍ତି।

ପୂର୍ବରୁ ଏହା ୧ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାକୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅର୍ଥାତ୍ ଯେଉଁ ବାସହୀନ ପରିବାରର ବାର୍ଷିକ ଆୟ ୧.୫୦ ଲକ୍ଷ ଟଙ୍କା ମଧ୍ୟରେ ରହିବ ସେମାନେ ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ମାଗଣାରେ ୪ ଡେସିମିଲ ଜମି ପାଇବେ।

Advertisment କଳାକୃତି ଦେଇଛି ରୋଜଗାର: ବହୁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କଲେଣି ମନୀଷା ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜସ୍ବ ବିଭାଗ ପକ୍ଷରୁ ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନ୍‌କ୍ରୋଚମେଣ୍ଟ ଆକ୍ଟ, ୧୯୭୨ ଧାରା ୩ର ଉପଧାରା (୨), ଖଣ୍ଡ (ଏ-୨) ଅନୁଯାୟୀ ସରକାର ଏହି ନୂଆ ଆୟ ସୀମା ଧାର୍ଯ୍ୟ କରିଛନ୍ତି।

ଏହାଦ୍ୱାରା ଫେବ୍ରୁଆରି ୨୨, ୨୦୨୩ରେ ବାସହୀନ ପରିବାର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସରକାର ପ୍ରତ୍ୟାହାର କରିଛନ୍ତି।

ଏହି ଆଇନ ଅନୁଯାୟୀ, ବାର୍ଷିକ ଦେଢ଼ଲକ୍ଷ ଟଙ୍କା ଆୟ ଥିବା ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ସହ ଏକାଠି ରୋଷେଇ କରି ରହୁଥିବା ପରିବାର ସଦସ୍ୟଙ୍କର ରାଜ୍ୟରେ କୌଣସି ଘରଡିହ ନଥିବ, ଘରଡିହ ବ୍ୟତୀତ ମୋଟ ଜମି ୧ ଏକରରୁ କମ୍ ଥିବା ଆବଶ୍ୟକ ବୋଲି ନିୟମ କରାଯାଇଛି।

ଜମି ଅପେକ୍ଷାରେ ୫୬ ହଜାରରୁ ଅଧିକ ବାସହୀନ ପସନ୍ଦର ଜମି ଦେବା ଏବେବି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଅପରପକ୍ଷରେ ରାଜସ୍ବ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୦୨୪ ମସିହାରେ ହୋଇଥିବା ପ୍ରାରମ୍ଭିକ ସର୍ଭେ ଅନୁଯାୟୀ, ରାଜ୍ୟରେ ମୋଟ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ କ୍ଷେତ୍ରସ୍ତରୀୟ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ।

ସେଥିରୁ ୩୦,୬୫୩ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ କରାଯାଇଛି।

ସେହିପରି ୨୦୨୫ରେ ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି।

ବାକି ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି।

ଏହିପରି ଗତ ଦୁଇ ବର୍ଷରେ ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି।

ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେଳେ ବକେୟା ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ କରାଯିବ।

ଏବେ ଆୟ ସୀମା ବଢ଼ାଯାଇଥିବାରୁ ପ୍ରାୟ ୪୦ ହଜାରରୁ ଅଧିକ ବାସହୀନ ପରିବାର ରାଜ୍ୟ ସରକାରଙ୍କ ଯୋଜନାରେ ଉପକୃତ ହେବେ ବୋଲି ଜଣାପଡ଼ିଛି।

Odisha cyclone alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ; ପ୍ରତି ପଞ୍ଚାୟତରେ ଡାକବାଜି ଯୋଗେ ସର୍ତ୍ତକ କରାଯିବ କେବଳ ଏତିକି ନୁହେଁ, ରାଜସ୍ବ ବିଭାଗ ବସୁନ୍ଧରା ଯୋଜନାରେ ଯେଉଁ ଜମି ଦେଉଛି ତାହାକୁ ବହୁ ଲୋକ ନେଉଥିଲେ ବି ସେଠାରେ ଘର କରୁନଥିବା ଜଣାପଡ଼ିଛି।

କାରଣ ସରକାର ମାଗଣାରେ ଯେଉଁ ଜମି ଦେଉଛନ୍ତି ତାହା କେଉଁଠି ନଦୀକୂଳ, ପାହାଡ଼ ତଳ, ଗାଁଠାରୁ ବହୁ ଦୂରରେ ଦିଆଯାଉଥିବାରୁ ଲୋକେ ସେଠା‌ରେ ଘର କରିବାକୁ ପସନ୍ଦ କରୁନାହାନ୍ତି।

ଲୋକମାନେ ଗାଁ, ଜନବସତି ପାଖରେ ଜମି ମାଗୁଛନ୍ତି, କିନ୍ତୁ ସରକାରୀ ଜମି ଅଭାବରୁ ତାହା ଦିଆଯାଇପାରୁନି।

ଅନ୍ୟ ରାଜ୍ୟରେ ଯେପରି ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି, ସେହିପରି ଜମି ଦେବାକୁ ‌ଦାବି ହେଉଛି।

ଯେପରି ମହାରାଷ୍ଟ୍ର ସରକାର 'ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଘରକୂଳ ଜାଗା ଖାରେଡ଼ି ଅର୍ଥ ସହାୟ ଯୋଜନା'ରେ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ଜମି କିଣିବାକୁ ପ୍ରତି ହିତାଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଦେଉଥିବାବେଳେ ବିହାର ସରକାର 'ମୁଖ୍ୟମନ୍ତ୍ରୀ ଆବାସସ୍ଥଳ କ୍ରୟ ସହାୟତା ଯୋଜନା'ରେ ହିତାଧିକାରୀଙ୍କୁ ୬୦ ହଜାର ଟଙ୍କା ଦେଉଛନ୍ତି।

ତାମିଲନାଡ଼ୁ ସରକାର ଗାଁରେ ପସନ୍ଦର ଜମି ଯୋଗାଇ‌ ଦେଉଛନ୍ତି।

ଏହାବାଦ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ ଆର୍ଥିକ ସହାୟତା ମିଳୁଛି।

କେରଳରେ ତ ରାଜ୍ୟ ସରକାର ଜମିରେ ଘର ନିର୍ମାଣ କରିକି ଦେଉଛନ୍ତି।

ଏହା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଥିବା ଜାଣିବାକୁ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)