Lady SI Prabhasini's Mysterious Death Remains Unsolved: ଲେଡି SIଙ୍କ ମୃତ୍ୟୁ ପଛରେ କିଏ? ମୋବାଇଲ୍ ଖୋଲିବ ମୃତ୍ୟୁର ରହସ୍ୟ!

Nov 22, 2026 - 21:41
Lady SI Prabhasini's Mysterious Death Remains Unsolved: ଲେଡି SIଙ୍କ ମୃତ୍ୟୁ ପଛରେ କିଏ? ମୋବାଇଲ୍ ଖୋଲିବ ମୃତ୍ୟୁର ରହସ୍ୟ!

ଶବ ବ୍ୟବଚ୍ଛେଦ ହେଲା, ସ୍ବର୍ଗଦ୍ବାରରେ ସତ୍କାର ବି ସରିଲା।

ହେଲେ ଏବେବି ସସପେନ୍ସରେ ମୃତ୍ୟୁର କାରଣ।

କାହିଁକି ଆଉ କେଉଁ ପରିସ୍ଥିତିରେ ଘଟିଛି SI ପ୍ରଭାସିନୀଙ୍କ ମୃତ୍ୟୁ ?

ଗଞ୍ଜାମ ପୁରୁଷୋତ୍ତମପୁର ଥାନା କ୍ବାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଡେଡବଡି ଉଦ୍ଧାର ପରେ ଜାରି ରହିଛି ତଦନ୍ତ।

ଆଜି ପ୍ରଭାସିନୀଙ୍କ ବାପା, ଭାଇ ଓ ସମ୍ପର୍କୀୟ ଭଉଣୀ ପୁରୁଷୋତ୍ତମପୁର ଥାନା ଅଧିକାରୀ ଓ ଏସଡିପିଓଙ୍କ ସହ ତଦନ୍ତ ବାବଦରେ ଆଲୋଚନା କରିଥିଲେ l ପ୍ରଭାସିନୀ ରହୁଥିବା କ୍ବାର୍ଟର୍ସକୁ ଯାଇଥିଲେ, ତାଙ୍କର କିଛି ସାମଗ୍ରୀ ବି ନେଇଥିଲେ।

ହେଲେ ଘଟଣା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିନାହାନ୍ତି ପରିବାର ସଦସ୍ୟ l ଅନ୍ୟପଟେ କ୍ବାର୍ଟର୍ସରୁ ପ୍ରଭାସିନୀଙ୍କ ମୋବାଇଲ, ଲାପଟପ ଓ ଗୋଟିଏ ମେଡିକାଲ ରିପୋର୍ଟ ଜବତ ହୋଇଥିବା ବେଳେ, ତଦନ୍ତ ଚଳାଇଛି ପୋଲିସ l ଗତକାଲି ସକାଳ ପ୍ରାୟ ୬ଟା ୪୦ରେ ସ୍ୱାମୀଙ୍କ ସହ ପ୍ରଭାସିନୀ ହ୍ବାଟସଆପ୍ ରେ ଚାଟିଂ କରିଥିବା ଜଣାପଡ଼ିଛି।

Advertisment ପୁରୀ ମୈତ୍ରୀ ବିହାର ଅଞ୍ଚଳର ସୁବାସିନୀଙ୍କ ଶାଶୁଘର।

୬ ମାସ ତଳେ ସୁନୀଲ ବେହେରାଙ୍କୁ ବିବାହ କରିଥିଲେ ପ୍ରଭାସିନୀ।

ଏପରିକି ସେ ଦୁଇମାସ ଗର୍ଭବତୀ ଥିବା ସୂଚନା ମିଳିଛି।

ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସ୍ଥାନୀୟ ଲୋକ ବି ଘଟଣା ବାବଦରେ ମୁହଁ ଖୋଲୁନାହାନ୍ତି।

ଏସଆଇ ପ୍ରଭାସିନୀଙ୍କ ମୃତ୍ୟୁ ପଛରେ ପାରିବାରିକ କାରଣ ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ମେଡିକାଲ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିପାରିବ।

ସେହିପରି ପ୍ରଭାସିନୀଙ୍କ ଭଳି ଆଉ ଜଣେ ଏସଆଇ ହେଉଛନ୍ତି ରାୟଗଡା ଅମ୍ବାଦଳା ଥାନାର ସବ୍ ଇନ୍ସପେକ୍ଟର ଅଶୋକ ପ୍ରଧାନ।

ତାଙ୍କ ମୃତଦେହ ବି ମିଳିଥିଲା ସରକାରୀ କ୍ବାର୍ଟର୍ସରୁ।

ଘଟଣାକୁ ୧୬ ଦିନ ବିତିଲାଣି।

ହେଲେ କାରଣ ଏବେବି ଅସ୍ପଷ୍ଟ।

ତାରି ଭିତରେ ସାମ୍ନାକୁ ଆସିଛି ମୃତ୍ୟୁ ପୂର୍ବରୁ ଥାନା ଭିତରର ଏକ ଘଟଣା।

ସେଦିନ ସଫେଇ କରିବାକୁ ଆସିଥିବା ଜଣେ ମହିଳା କହିଛନ୍ତି, ସକାଳ ପ୍ରାୟ ୭ଟାରେ ଅଶୋକ କମ୍ପ୍ୟୁଟରରେ କାମ କରୁଥିଲେ।

ହେଲେ ହଠାତ୍ କେଜାଣି କାହିଁକି, ସେ ଥାନା ଭିତରେ ଥିବା ଏକ ଟେବୁଲକୁ ଧରି ଅତ୍ୟନ୍ତ ବିଚଳିତ ହୋଇ କାନ୍ଦିଥିଲେ।

ଥାନା ସଫେଇ କରୁଥିବା ମହିଳା Advertisment ..

କାହିଁକି ବିଚଳିତ ଥିଲେ SI ଅଶୋକ ପ୍ରଧାନ ?

କୌଣସି ବ୍ୟକ୍ତିଗତ ସମସ୍ୟା ଥିଲା ନା ବୃତ୍ତିଗତ ଚାପ ?

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଘଟଣାକୁ ନୂଆ ଦିଗ ଦେଇଥିବା ବେଳେ ଏହାର ଉତ୍ତର ଖୋଜିବା ତଦନ୍ତର ସବୁଠୁ ବଡ଼ ଆହ୍ୱାନ।

ଅନ୍ୟପଟେ ଘଟଣା ଦିନ ଅଶୋକ ଘରକୁ ଖାଇବାକୁ ମଧ୍ୟ ଆସିନଥିଲେ।

ପତ୍ନୀ ଫୋନ୍ କରିବାରୁ ସେ ପୂର୍ବରୁ କାର୍ଯ୍ୟରତ ଥିବା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଯାଉଥିବା କହିଥିଲେ।

ତେବେ ସେଦିନ ପ୍ରକୃତରେ ସେ ବିଶ୍ୱନାଥପୁର ଯାଇଥିଲେ କି ?

ସେଠାରେ କାହାକୁ ଭେଟିଥିଲେ ?

କିଛି ଘଟଣା ଘଟିଥିଲା କି ବିଶ୍ବନାଥପୁରରେ ?

ସେପଟେ ରାୟଗଡା ଏସପି କହିଛନ୍ତି, SI ଅଶୋକ ପ୍ରଧାନଙ୍କ ଉପରେ ଥାନା ପକ୍ଷରୁ କୌଣସି ଚାପ ଥିବା ନେଇ ଆମ ପାଖରେ ଅଭିଯୋଗ ଆସିନାହିଁ।

ତାଙ୍କର କିଛି ବ୍ୟକ୍ତିଗତ ଚାପ ଥିବା ସନ୍ଦେହ କରାଯାଉଛି।

ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସପି।

ଘଟଣାକୁ ୧୬ ଦିନ ବିତିଥିବା ବେଳେ ତଦନ୍ତରେ କିଛି ସ୍ପଷ୍ଟତା ଆସିନଥିବାରୁ ଉଠିଛି ପ୍ରଶ୍ନ।

ଥାନା ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ ହୋଇଛି କି ?

ମୃତ୍ୟୁ ପୂର୍ବରୁ SIଙ୍କ ଗତିବିଧି ଓ ଫୋନ୍ କଲ୍ ର ତଥ୍ୟ ଯାଞ୍ଚ କରାଯାଇଛି କି ?

ମୋବାଇଲ୍ ରୁ ମିଳିଛି କି କିଛି ତଥ୍ୟ ଓ ସୁରାକ୍ ?

ବିଶ୍ୱନାଥପୁର ଗସ୍ତର ସତ୍ୟତା ଯାଞ୍ଚ ହୋଇଛି କି ?

ସବୁଠୁ ଗୁରୁତ୍ବପୂର୍ଣ୍ଣ ମୃତ୍ୟୁ ପୂର୍ବରୁ SIଙ୍କ ମାନସିକ ସ୍ଥିତି ଓ ସମ୍ଭାବ୍ୟ କାରଣ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଯାଏଁ କିଛି ତଥ୍ୟ ପାଇଛନ୍ତି ନା ନାହିଁ ?

କାହିଁକି ଓ କେଉଁ ପରିସ୍ଥିତିରେ ଉଭୟ ପୋଲିସ ଏସଆଇଙ୍କ ଜୀବନ ଗଲା, ତାହା ଶୀଘ୍ର ସ୍ପଷ୍ଟ ହେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)