Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ

Aug 30, 2026 - 22:09
Labour Officer Arrested ଠିକାଦାରଠୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଶ୍ରମଅଧିକାରୀ ଗିରଫ

"ଭୁବନେଶ୍ବର: ଜଣେ ବିଦ୍ୟୁତ୍‌ ଠିକାଦାର ନିକଟରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

Advertisment ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘେରିଲେ ଶ୍ରମିକ ଅଭିଯୋଗ ଅନୁସାରେ, ଠିକାଦାରଙ୍କ କମ୍ପାନୀକୁ ଟିପିଏନ୍‌ଓଡିଏଲ୍‌ର ବୈଦ୍ୟୁତିକ କାମ ପ୍ରଦାନ ହୋଇଥିଲା।

ଏହି କାମରେ ଶ୍ରମିକଙ୍କୁ ନିଯୁକ୍ତି କରିବାକୁ ଶ୍ରମ ବିଭାଗ ନିକଟରୁ ଅନୁମତି ନେବାକୁ ପଡ଼ିଥାଏ।

ଏଥିପାଇଁ ସେ  ୧୪ ଅଗଷ୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ।

ଅଭିଯୁକ୍ତ ଶ୍ରମ ଅଧିକାରୀ ଆକାଶ ବିଷୋୟୀ ୧୬ ତାରିଖରେ ସେ ଆବେଦନର ଅଗ୍ରଗତି ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀଙ୍କୁ ପଚାରିଥିଲେ।

ତେବେ ଅନୁମତି ପତ୍ର ଦେବା ନିମନ୍ତେ ଶ୍ରମ ଅଧିକାରୀ ବିଷୋୟୀ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଠିକାଦାର ଜଣକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗ ଭିତ୍ତିରେ ଭିଜିଲାନ୍‌ସ ଟିମ୍‌ ଉକ୍ତ ଶ୍ରମ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରିଥିଲା।

ନକଲି ଶ୍ରମ ଅଧିକାରୀଙ୍କୁ କୋର୍ଟ ଚାଲାଣ କଲା ପୁଲିସ ଆଜି ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ଟିମ୍‌ ମାଡ଼ିବସିଥି‌ଲା।

ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି ଏହାପରେ ଆୟ ବହିର୍ଭୁତ ସମ୍ପର୍ତ୍ତି ଠୁଳ ଆଶଙ୍କାରେ ଶ୍ରମ ଅଧିକାରୀଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।

Lathikata Tehsildar Held ୫ଲକ୍ଷ ଟଙ୍କା ଧରି ପଳାଉଥିଲେ ଲାଠିକଟା ତହସିଲଦାର, ହାବୁଡ଼ିଗଲେ ଭିଜିଲାନ୍‌ସ ଏନେଇ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ରେ ନଂ୧୮/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି।

ଲାଞ୍ଚ ନେବା ମାମଲାରେ ଶ୍ରମ ଅଧିକାରୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍‌ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)