kV Power Tower ୨୨୦ କେଭି ବିଦ୍ୟୁତ୍ ଟାୱାର୍ ଚଢ଼ି ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
"କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା କୁଆଁର ଛକ ଦେଇ ଯାଇଥିବା ୨୨୦ କେଭି ଗ୍ରିଡ୍ ବିଦ୍ୟୁତ୍ ଟାୱାର୍ ଉପରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ପ୍ରାଥମିକ ତଦନ୍ତରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
Advertisment Young Engineer Death Electric Shock: ଏମିତି ବି ମୃତ୍ୟୁ ଆସେ, ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବ ଯନ୍ତ୍ରୀଙ୍କ ଜୀବନ ମୃତକ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ କୁଆଁର ଗାଁର ମିଲୁ ମନ୍ତ୍ରୀ (୧୮) ବୋଲି ଜଣାଯାଇଛି।
ଆଜି ସନ୍ଧ୍ୟା ରେ ମିଲୁ ଟାୱାର ଉପରକୁ ଚଢ଼ୁଥିବା ସ୍ଥାନୀୟ ଲୋକ ଦେଖିଥିଲେ।
ଏହି ସମୟରେ ସେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଆଘାତରେ ତଳକୁ ଖସିପଡ଼ିଥିଳେ।
ତେବେ ଯୁବକ ଜଣଙ୍କ ଟାୱାର ଉପରକୁ କେଉଁ କାରଣ ରୁ ଚଢ଼ୁଥିଲେ ତାହା ଜଣାପଡି ନାହିଁ.
ଘଟଣା ସ୍ଥଳରେ କାଞ୍ଜିପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
