Kotia Will Never Be Given Up ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ଦୃଢ଼ୋକ୍ତି, କୋଟିଆକୁ କଦାପି ଛଡ଼ାଯିବନି

Nov 27, 2026 - 20:14
Kotia Will Never Be Given Up ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ଦୃଢ଼ୋକ୍ତି, କୋଟିଆକୁ କଦାପି ଛଡ଼ାଯିବନି

ଭୁବନେଶ୍ବର: କୋରାପୁଟର କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ସ୍ପଷ୍ଟୀକରଣ ଦାବି ପରେ ରାଜ୍ୟ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ଉତ୍ତର ରଖିଛନ୍ତି।

କୋଟିଆ ଓଡ଼ିଶାର ଏବଂ ଏହାକୁ କୌଣସି ପରିସ୍ଥିତିରେ ମଧ୍ୟ ଛଡ଼ାଯିବନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Advertisment Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା ଆଜି(ଶୁକ୍ରବାର) ବିଧାନସଭାରେ ଉତ୍ତର ରଖି ରାଜସ୍ବମନ୍ତ୍ରୀ କହିଛନ୍ତି, କୋଟିଆ ପ୍ରସଙ୍ଗକୁ ଆଇନସମ୍ମତ ପ୍ରକ୍ରିୟା, ବିକାଶ ଓ ନିର୍ଭରଯୋଗ୍ୟ ଜନସେବା ମାଧ୍ୟମରେ ସମାଧାନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅଟେ।

58 candidates from Kotia: ନାଲିଆଖିକୁ ଡରିଲେନି: ଆନ୍ଧ୍ର ନିର୍ବାଚନରେ କୋଟିଆରୁ ୫୮ ପ୍ରାର୍ଥୀ କୋଟିଆରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟ, ଜମି ଅଧିକାର ଓ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

ଏହାକୁ ଆହୁରି ସୁଦୃଢ଼ କରାଯିବ।

ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଦେଓମାଳିର ସମନ୍ୱିତ ପର୍ଯ୍ୟଟନ ବିକାଶ ନିମନ୍ତେ ୫୨.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

NALCOର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ଅଧୀନରେ ୩୯୬.୫୬ ଲକ୍ଷ ଟଙ୍କା ବ୍ୟୟରେ ଗ୍ରହଣ କରାଯାଇଥିବା ୫୫ଟି ପ୍ରକଳ୍ପର କାର୍ଯ୍ୟ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ।

୨୬ ନଭେମ୍ବର ୨୦୨୬ରେ କୋରାପୁଟର ପରବ ଉତ୍ସବ ପରି କୋଟିଆ ପରବ ଆୟୋଜନ ନିମନ୍ତେ ଆମ ସରକାର ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ।

ପୁଲିସ ଆଉଟ୍‌ପୋଷ୍ଟ ନିମନ୍ତେ ୩୦ ଲକ୍ଷ ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି।

The Kotia: ରୋଚକ ହେଉଛି କୋଟିଆ କଳି: ୨୯ରେ ଆନ୍ଧ୍ରର ସରପଞ୍ଚ ନିର୍ବାଚନ, ଭଣ୍ଡୁର କରିବାକୁ ଓଡ଼ିଶାର ମନ୍ଥନ କାର୍ଯ୍ୟକାରୀ ହୋଇଥିବା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳ ସଡ଼କ ସଂଯୋଗୀକରଣ ଅଧୀନରେ ୪୧.୩୩ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଗ୍ରାମୀଣ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ମୋଟ ୯୨୧ଟି ଗୃହ ମଧ୍ୟରୁ ୬୪୧ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।

୨,୪୯୯ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର (IFR) ପଟ୍ଟା ମାଧ୍ୟମରେ ୩,୨୩୯.୦୩ ଏକର ଜମିର ଅଧିକାର ପ୍ରଦାନ କରାଯାଇଛି।

ଏଥିସହ ୩୩ଟି ସାମୁଦାୟିକ ଜଙ୍ଗଲ ଅଧିକାର (CFR/CFRR) ଦାବିର ସମାଧାନ କରାଯାଇଛି।

୨,୪୫୭ଟି ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ସଂଯୋଗ ଉପଲବ୍ଧ କରାଯାଇଛି।

ଏହାଦ୍ୱାରା ୯,୧୨୫ ଜଣ ଜନସାଧାରଣ ଉପକୃତ ହେଉଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ ୨,୪୭୦ଟି ରାସନ୍ କାର୍ଡ ମାଧ୍ୟମରେ ୭,୫୪୪ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

ରିପୋର୍ଟ ଅନୁଯାୟୀ, ପ୍ରତିମାସରେ ୪୫୪.୨୫ କ୍ୱିଣ୍ଟାଲ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଉଛି।

ମୋଟ ୧,୬୭୩ ଜଣ ହିତାଧିକାରୀ ବିଭିନ୍ନ ସାମାଜିକ ସୁରକ୍ଷା ପେନସନ୍ ପାଉଛନ୍ତି ।

Kotia issue: କୋଟିଆକୁ ନେଇ କଂଗ୍ରେସ ନଛୋଡ଼ବନ୍ଧା: କାଡ଼ାମ ପତ୍ର ଲେଖିଲେ, ତାରା କହିଲେ ବିଧାନସଭାରେ ଅାତ୍ମାହୁତି ଦେବି କୋଟିଆରେ ମୋଟ ୧୦୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) କାର୍ଯ୍ୟ କରୁଥିବାବେଳେ, ଏଥିରେ ୧,୦୫୦ ଜଣ ମହିଳା ସଦସ୍ୟ ଅଛନ୍ତି।

ଏହି ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ଋଣ ସଂଯୋଗୀକରଣ ମାଧ୍ୟମରେ ୫୪୬.୭୨ ଲକ୍ଷ ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)