Kotia issue: କୋଟିଆକୁ ନେଇ କଂଗ୍ରେସ ନଛୋଡ଼ବନ୍ଧା: କାଡ଼ାମ ପତ୍ର ଲେଖିଲେ, ତାରା କହିଲେ ବିଧାନସଭାରେ ଅାତ୍ମାହୁତି ଦେବି

Nov 21, 2026 - 05:55
Kotia issue: କୋଟିଆକୁ ନେଇ କଂଗ୍ରେସ ନଛୋଡ଼ବନ୍ଧା: କାଡ଼ାମ ପତ୍ର ଲେଖିଲେ, ତାରା କହିଲେ ବିଧାନସଭାରେ ଅାତ୍ମାହୁତି ଦେବି

ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜ୍ୟ ରାଜନୀତିରେ କୋଟିଆ ବଡ଼ ପ୍ରସଙ୍ଗ ହୋଇ ରହିଛି।

ବିଧାନସଭାର ଚଳିତ ଅଧିବେଶନରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି।

ବିଜେଡି ରାଜ୍ୟରେ ବାତ୍ୟା ଓ ବନ୍ୟା ପରିଚାଳନାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ କୋଟିଆ ପ୍ରସଙ୍ଗ ଉଠାଇଛି।

ତେବେ କୋଟିଆ ପ୍ରସଙ୍ଗରେ କେବଳ ସରକାରଙ୍କୁ ଦୋଷାରୋପ କରୁନି କଂଗ୍ରେସ।

ସମାନ ଭାବେ ବିଜେଡିକୁ ମଧ୍ୟ ଦାୟୀ କରୁଛି।

ବିଧାନସଭାରେ କଂଗ୍ରେସର ମୁଖ୍ୟ ସ୍ଲୋଗାନ୍‌ ହେଉଛି 'କୋଟିଆକୁ ଖାଇଲା କିଏ, ବିଜେଡି ଓ ବିଜେପି ଆଉ କିଏ'।

ଲଗାତାର ଭାବେ କୋଟିଆକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସ ନିଜର ରଣନୀତି ଚଳାଇଛି।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ଏହି ଭିତ୍ତିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି।

ଶ୍ରୀ କାଡ଼ାମ କହିଛନ୍ତି, ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ ଯେଉଁ ଉଦ୍ୟମ ହେଉଛି, ତାହା ରାଜ୍ୟର ପ୍ରଶାସନିକ ଅଧିକାର ଓ ସୀମାନ୍ତ ଅଞ୍ଚଳର ଶାନ୍ତିଶୃଙ୍ଖଳା ପ୍ରତି ଗମ୍ଭୀର ଆହ୍ବାନ।

ଏହି ନିର୍ବାଚନକୁ ରୋକିବା ପାଇଁ ସରକାର ଆଉ ବିଳମ୍ବ ନ କରି ତୁରନ୍ତ ଦୃଢ଼ ପ୍ରଶାସନିକ, ଆଇନଗତ ଓ କୂଟନୈତିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଏଥିପାଇଁ ଶ୍ରୀ କାଡ଼ାମ କେତେକ ପ୍ରସ୍ତାବ ଦେଇଛନ୍ତି।

ଏଥିରେ ଆସନ୍ତା ମାସ ୨ ତାରିଖରେ କୋଟିଆରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନ ଉଦ୍ୟମକୁ ରୋକିବା ପାଇଁ ଉଚ୍ଚସ୍ତରୀୟ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ।

ରାଜ୍ୟ ସରକାରଙ୍କ ପ୍ରଶାସନିକ କାର୍ଯ୍ୟକଳାପ, ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ମାଲକାନଗିରି , କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସମସ୍ତ ସୀମାନ୍ତ ଅଞ୍ଚଳରେ ନିୟମିତ ପ୍ରଶାସନିକ ନିରୀକ୍ଷଣ ଓ ସୀମା ସୁରକ୍ଷାକୁ ସୁଦୃଢ଼ କରାଯାଉ।

ସୀମାନ୍ତ ଅଞ୍ଚଳରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ, ଶିକ୍ଷକ ନିଯୁକ୍ତି, ପାଠାଗାର ଓ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ସହ ଆଦିବାସୀ ଭାଷା, ପରମ୍ପରା, ଲୋକନୃତ୍ୟ ଓ ଲୋକକଳାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଉ।

ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭତ୍ତା, ଆମ୍ମା ବାଡ଼ି ଯୋଜନା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ସଂପର୍କରେ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାର ସମାନ କିମ୍ବା ଅଧିକ ଉପଯୁକ୍ତ ଜନକଲ୍ୟାଣକାରୀ ସୁବିଧା ଦିଅନ୍ତୁ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ସହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକ ଡାକି ସୀମା ବିବାଦ ଓ ଆଇନଗତ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ନ୍ତୁ।

Jewellers: କାରିଗର ଓ ଜୁଏଲର୍ସଙ୍କ ପାଇଁ ବିଆଇଏସ୍‌ର ତାଲିମ କାର୍ଯ୍ୟକ୍ରମ ସେହିପରି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି, ମୋଦୀ-ନବୀନ ପରସ୍ପର କଥା ଶୁଣୁଥିଲେ।

ତେଣୁ ବିଜେଡି ଶାସନ ସମୟରେ କୋଟିଆ ପ୍ରସଙ୍ଗର ସମାଧାନ ହୋଇପାରିଥା'ନ୍ତା।

ବର୍ତ୍ତମାନ ଟ୍ରିପଲ୍‌ ଇଞ୍ଜିନ ସରକାର ଥିବାରୁ ଏହାର ସମାଧାନ ହୋଇପାରିବ।

ଏଥିପାଇଁ କଂଗ୍ରେସ ଦଳ ଆଲୋଚନା କରିବାକୁ ଚାହୁଛି।

ଆବଶ୍ୟକ ପଡ଼ିଲେ ବିଧାନସଭା ଭିତରେ ଆତ୍ମାହୁତି ଦେବାକୁ ମଧ୍ୟ ପ୍ରସ୍ତୁତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)