27 OCTOBER 2026

Welcome!

Unlock your personalized experience.
Sign Up

Kotia children are studying Telugu: ତେଲୁଗୁ ପଢ଼ୁଛନ୍ତି କୋଟିଆ ପିଲା: ଆକୃଷ୍ଟ କରୁଛି ଆମାବାଡ଼ି ଯୋଜନା, ବର୍ଷକୁ ୧୫ ହଜାର ସହାୟତା

Oct 27, 2026 - 05:59
Kotia children are studying Telugu: ତେଲୁଗୁ ପଢ଼ୁଛନ୍ତି କୋଟିଆ ପିଲା: ଆକୃଷ୍ଟ କରୁଛି ଆମାବାଡ଼ି ଯୋଜନା, ବର୍ଷକୁ ୧୫ ହଜାର ସହାୟତା

କୋରାପୁଟ: ଆନ୍ଧ୍ରର ମାଗଣା ସେବା ଆକୃଷ୍ଟ କରୁଛି କୋଟିଆବାସୀଙ୍କୁ। ଆନ୍ଧ୍ର ସ୍କୁଲରେ ନାମ ଲେଖାଇଲେ ବର୍ଷକୁ ୧୫ ହଜାର ଟଙ୍କାର ସହାୟତା ମିଳୁଥିବାରୁ ଓଡ଼ିଆ ଛାଡ଼ି ତେଲୁଗୁ ପଢ଼ୁଛନ୍ତି କୋଟିଆ ଅଞ୍ଚଳର ପିଲାମାନେ। ଆମାବାଡ଼ି ଯୋଜନାରେ ଆନ୍ଧ୍ର ଏହି ସହାୟତା ରାଶି ପ୍ରଦାନ କରୁଛି। ଫଳରେ ଓଡ଼ିଆ ସ୍କୁଲ୍‌, ଅଙ୍ଗନବାଡ଼ି କେନ୍ଦ୍ର ଥିବା ସତ୍ତ୍ବେ ପାଳି କରି ତେଲୁଗୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ପିଲାମାନେ।

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ମାଡ଼କାର ଗାଁରେ ଓଡ଼ିଶାର ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର କୋଠା ରହିଛି। ଶିକ୍ଷକ ବି ନିୟୋଜିତ ହୋଇଛନ୍ତି। ଅପରପକ୍ଷରେ ଆନ୍ଧ୍ରର ସ୍କୁଲ୍, ଅଙ୍ଗନୱାଡ଼ି କେନ୍ଦ୍ର ନଥିବା ସତ୍ତ୍ବେ ତେଲୁଗୁ ପଢ଼ୁଛନ୍ତି ପିଲା। ଗ୍ରାମବାସୀ କହିଛନ୍ତି, ଆନ୍ଧ୍ରରେ ପଢ଼ା ଶେଷ କରିଥିବା ମାଡ଼କାର ଗାଁର ଶିକ୍ଷିତ ଯୁବକଙ୍କୁ ଆନ୍ଧ୍ର ପାରା ଶିକ୍ଷକ ଭାବେ ନିୟୋଜିତ କରିଛି। ଗାଁର ୨ ଯୁବକ ସକାଳ ଓ ସନ୍ଧ୍ୟାରେ ପିଲାଙ୍କୁ ତେଲୁଗୁ ପଢ଼ାଉଛନ୍ତି। ପଞ୍ଚମ ପରେ ଷଷ୍ଠରେ ପିଲାଙ୍କୁ ଆନ୍ଧ୍ରର ଛାତ୍ରାବାସ ଥିବା ସ୍କୁଲରେ ଭର୍ତ୍ତି କରାଯାଉଛି। ଆନ୍ଧ୍ର ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ମାଡ଼କାର ଗାଁରେ ଥିବା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ୨୧ ପିଲା ନାମ ଲେଖାଇଛନ୍ତି। ପିଲାମାନେ ସନ୍ଧ୍ୟାରେ ତେଲୁଗୁ ପଢ଼ୁଥିବା ବେଳେ ଦିନରେ ଓଡ଼ିଶା ସ୍କୁଲକୁ ପାଳି କରି ଯାଉଛନ୍ତି। କେବଳ ମାଡ଼କାର ନୁହେଁ କୋଟିଆ ପଞ୍ଚାୟତର ଫଗୁଣୁସିନେରୀ, ଫାଟୁସିନେରୀ, ଉପରସେମ୍ବି ଗାଁରେ ବି ସମାନ ସ୍ଥିତି।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ଅଧିକାଂଶ ଗାଁରେ ଆନ୍ଧ୍ରର ସ୍କୁଲ୍‌ ନଥିବା ସତ୍ତ୍ବେ କୁଡ଼ିଆଘରେ, ଖୋଲା ଆକାଶ ତଳେ ତେଲୁଗୁ ପାଠ ପଢ଼ାଯାଉଛି। ଉପରସେମ୍ବି ଗାଁର ନିଲାକୁ ତାଡ଼ିଙ୍ଗି କହିଛନ୍ତି, କୋଟିଆର ୨୧ଟି ଗାଁରେ ଓଡ଼ିଶାର ଯେତିକି ଅଧିକାର ଅଛି ଆନ୍ଧ୍ରର ମଧ୍ୟ ସେତିକି ଅଧିକାର ରହିଛି। ଉଭୟ ସରକାର ଗାଁରେ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି। ଉଭୟ ସରକାରଙ୍କ ଯୋଜନା ମିଳୁଛି। ଆନ୍ଧ୍ର ଟ୍ୟୁସନ୍‌ କରି ପିଲାଙ୍କୁ ତେଲୁଗୁ ପାଠ ପଢ଼ାଉଛି। ପିଲାଙ୍କୁ ବର୍ଷକୁ ୧୫ ହଜାର ଟଙ୍କା ମିଳୁଛି। ଗାଁରେ ଓଡ଼ିଶା ସ୍କୁଲ ରହିଥିଲେ ମଧ୍ୟ ପିଲା ଓଡ଼ିଆ ସ୍କୁଲକୁ ଯାଉନାହାନ୍ତି ବୋଲି ନିଲାକୁ କହିଛନ୍ତି। ଏହି ସମସ୍ତ ଗାଁରେ ଓଡ଼ିଶାର ସ୍କୁଲ୍‌ ଥିଲେ ମଧ୍ୟ ମାଗଣା ଯୋଜନା ପାଇଁ ପିଲା ତେଲୁଗୁ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ କହିଛନ୍ତି, ଓଡ଼ିଶାର ସମସ୍ତ ସ୍କୁଲ୍‌କୁ ଯେପରି ଶତ ପ୍ରତିଶତ ପିଲା ଆସିବେ ସେ ଉପରେ ଗୁରୁତ୍ବାରୋପ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)