Kon Honar Crorepati: ଦୀର୍ଘ ୨୪ବର୍ଷ ପରେ ଫେରୁଛନ୍ତି ଧକଧକ୍ ଗାର୍ଲ
"ମୁମ୍ବାଇ: ବଲିଉଡର ବିଗବି ଅମିତାଭ ବଚ୍ଚନ କେବଳ ବଡ଼ ପରଦାରେ ନୁହେଁ, ଟେଲିଭିଜନରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର କୁଇଜ୍ ସୋ, "କୌନ୍ ବନେଗା କରୋଡ଼ପତି" ସହିତ ଦର୍ଶକଙ୍କ ମନରୋଞ୍ଜନ କରି ଆସୁଛନ୍ତି।
କେବିସିର ୧୮ତମ ସିଜିନ୍ ଆରମ୍ଭ ହୋଇଛି।
ଏହି ସମୟରେ ସୁପରଷ୍ଟାର ମାଧୁରୀ ଦୀକ୍ଷିତ ଦୀର୍ଘ ୨୪ ବର୍ଷ ପରେ "କୌନ୍ ବନେଗା କରୋଡ଼ପତି"ର ମରାଠୀ ସଂସ୍କରଣରେ ଉପସ୍ଥାପିକା ଭାବେ ଫେରୁଛନ୍ତି।Advertisment ଆନ୍ଧ୍ରରେ ଅଙ୍ଗଦାନ କରି ଅମର ହେଲେ ଓଡ଼ିଆ ଯୁବକ ଜୀବରତ୍ନମ ଅମିତାଭ ବଚ୍ଚନ ଏହି ସୋ" ଜରିଆରେ ଦର୍ଶକଙ୍କ ଭିତରେ ଏକ ଗଭୀର ଛାପ ସୃଷ୍ଟି କରି ସାରିଛନ୍ତି।
ଏହି କ୍ରମରେ ଦେଖିବାକୁ ଗଲେ ମାଧୁରୀ ଦୀକ୍ଷିତ "କୌଣ ହୋଣାର କରୋଡପତି" ର ଅଷ୍ଟମ ସିଜିନର ଦାୟିତ୍ୱ ନେଇଛନ୍ତି।
ଏହି ଭୂମିକା ପାଇଁ ସେ କୋଟି କୋଟି ଟଙ୍କାର ପାରିଶ୍ରମିକ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
View this post on Instagram ନୂତନ ସିଜିନର ପ୍ରୋମୋ ରିଲିଜ୍ ହୋଇଛି।
ଯେଉଁଥିରେ ମାଧୁରୀ ଦୀକ୍ଷିତଙ୍କୁ ସବୁଜ ଶାଢ଼ିରେ ଦେଖିବାକୁ ମିଳୁଛି।
ଏହି ସୋ" ସୋନି ଟିଭି ଏବଂ ସୋନିଲାଇଭରେ ପ୍ରସାରିତ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
