19 AUGUST 2026

Welcome!

Unlock your personalized experience.
Sign Up
block-728

Kolkata: କୋଲକାତାରେ ବିମାନ ଉପରକୁ ପକାଇଲେ ଲେଜର ରଶ୍ମି: ମାଲେସିଆ ଏୟାରଲାଇନ୍ସର ପାଇଲଟ୍ ବିଭ୍ରାନ୍ତ

Aug 10, 2026 - 06:51
Kolkata: କୋଲକାତାରେ ବିମାନ ଉପରକୁ ପକାଇଲେ ଲେଜର ରଶ୍ମି: ମାଲେସିଆ ଏୟାରଲାଇନ୍ସର ପାଇଲଟ୍ ବିଭ୍ରାନ୍ତ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛି। ୧୫୯ ଜଣ ଯାତ୍ରୀଙ୍କୁ ନେଇ କୁଆଲାଲମ୍ପୁରରୁ ଆସୁଥିବା ଏହି ବିମାନଟି ବିମାନବନ୍ଦର ନିକଟରେ ପହଞ୍ଚିବା ସମୟରେ ଏହାର କକପିଟ୍ ଉପରକୁ କେହି ଜଣେ ତୀବ୍ର ଲେଜର ରଶ୍ମି ପକାଇଥିଲା। ଏହି କାରଣରୁ ବିମାନର ପାଇଲଟଙ୍କ ଦୃଷ୍ଟିଶକ୍ତି କିଛି ସମୟ ପାଇଁ ବାଧାପ୍ରାପ୍ତ ହେବା ସହ ସେ କ୍ଷଣିକ ପାଇଁ  ବିଭ୍ରାନ୍ତ ହୋଇପଡ଼ିଥିଲେ। ଏହି ଜରୁରୀ ପରିସ୍ଥିତି ଯୋଗୁ ନିର୍ଦ୍ଧାରିତ ସମୟରେ ବିମାନଟି ଅବତରଣ କରିପାରି ନଥିଲା ଏବଂ ଆକାଶମାର୍ଗରେ କିଛି ସମୟ ଚକ୍କର କାଟିବା ପରେ ଦ୍ୱିତୀୟ ପ୍ରୟାସରେ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। 

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

ମାଲେସିଆ ଏୟାରଲାଇନ୍ସର ପାଇଲଟ୍ ବିଭ୍ରାନ୍ତ
୧୫୯ ଜଣ ଯାତ୍ରୀଙ୍କୁ ନେଇ ଚକ୍କର କାଟିଲା ବିମାନ
ଦ୍ୱିତୀୟ ପ୍ରୟାସରେ ସୁରକ୍ଷିତ ଅବତରଣ

ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଲେସିଆ ଏୟାରଲାଇନ୍ସର ଫ୍ଲାଇଟ୍ ଏମ୍‌ଏଚ୍‌-୧୮୪ ଶନିବାର ରାତି ପ୍ରାୟ ୧୧:୨୦ ମିନିଟ୍‌ରେ କୋଲକାତାରେ ଅବତରଣ କରିବାର କାର୍ଯ୍ୟସୂଚୀ ରହିଥିଲା। ବିମାନଟି ରନୱେଠାରୁ ପ୍ରାୟ ୮ ନଟିକାଲ ମାଇଲ ଦୂରରେ ଥିବା ସମୟରେ ମଧ୍ୟମଗ୍ରାମ-ବାରାସାତ ପାର୍ଶ୍ୱରୁ ଏକ ତୀବ୍ର ପ୍ରତିଫଳିତ ଲେଜର ରଶ୍ମି ସିଧାସଳଖ କକପିଟ୍ ଭିତରକୁ ପ୍ରବେଶ କରିଥିଲା। ଏହି କାରଣରୁ ପାଇଲଟ୍ କିଛି ସମୟ ପାଇଁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ନିର୍ଦ୍ଧାରିତ ସମୟରେ ଅବତରଣ ସମ୍ଭବ ହୋଇ ନଥିଲା। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ନିର୍ଦ୍ଧାରିତ ସମୟର ୫ ମିନିଟ୍ ପରେ  ରାତି ୧୧:୨୫ ମିନିଟ୍‌ରେ ବିମାନର ସଫଳ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ମାଲେସିଆ ଏୟାରଲାଇନ୍ସ ପକ୍ଷରୁ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଥିଲା। ଏହାକୁ ଆଧାର କରି ବିମାନବନ୍ଦର କର୍ତ୍ତୃପକ୍ଷ  ବିମାନବନ୍ଦର ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି ଏବଂ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Horoscope 2026 August 10: ଜାଣନ୍ତୁ ଆଜିର ରାଶିଫଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media