Kiara Advani Baby Shower: କିଆରାଙ୍କ ବେବି ଶାୱାର କେକ୍‌ରେ ଗୋଲାପୀ ଫୁଲ! ଝିଅ ହେବାର ସଙ୍କେତ ଦେଉଛି କି?

Nov 17, 2026 - 13:56
Kiara Advani Baby Shower: କିଆରାଙ୍କ ବେବି ଶାୱାର କେକ୍‌ରେ ଗୋଲାପୀ ଫୁଲ! ଝିଅ ହେବାର ସଙ୍କେତ ଦେଉଛି କି?

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ପୁଣି ଚର୍ଚ୍ଚା।

ଏଥର ତାଙ୍କ ଅଭିନୟ ନୁହେଁ, ବରଂ ବେବି ଶାୱାରର ଏକ ଛୋଟିଆ ଝଲକ ଫ୍ୟାନ୍ସଙ୍କ ମନ ଜିଣିଛି।

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଚକୋଲେଟ୍ କେକ୍‌ର ଫଟୋକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

କେକ୍‌ରେ ଥିବା ନୀଳ ଓ ବାଇଗଣୀ ଫୁଲ ମଧ୍ୟରେ ଗୋଟିଏ ଗୋଲାପୀ ଫୁଲ ସମସ୍ତଙ୍କ ନଜର ଟାଣିଛି।

Advertisment କିଆରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି କେକ୍‌ର ଫଟୋ ଶେୟାର କରିଥିବା ଦାବି କରାଯାଉଛି।

ଏହା ପରେ ପ୍ରଶଂସକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

କେକ୍‌ରେ ଥିବା ଗୋଲାପୀ ଫୁଲଟି ଆଗକୁ ଆସିବାକୁ ଥିବା ନୂଆ ଅତିଥିଙ୍କ ସମ୍ପର୍କରେ କିଛି ସଙ୍କେତ ଦେଉଛି କି?

ଏହାକୁ ନେଇ ଫ୍ୟାନ୍ସ ଅନୁମାନ ଲଗାଉଛନ୍ତି।

ତେବେ କିଆରା କିମ୍ବା ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରା ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

କେକ୍‌ର ଗୋଲାପୀ ଫୁଲକୁ ନେଇ ବଢ଼ିଲା ଉତ୍ସୁକତା କେକ୍‌ଟିରେ ନୀଳ ଓ ବାଇଗଣୀ ରଙ୍ଗର ଫୁଲ ସହ ଗୋଟିଏ ଗୋଲାପୀ ଫୁଲ ରହିଥିବା ଦେଖିବାକୁ ମିଳିଛି।

ଏହି ଗୋଲାପୀ ଫୁଲକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆହୁରି ବଢ଼ିଛି।

କିଛି ପ୍ରଶଂସକ ଏହାକୁ ଝିଅ ଜନ୍ମ ହେବାର ସଙ୍କେତ ବୋଲି ଅନୁମାନ କରୁଛନ୍ତି।

ଅନ୍ୟପଟେ ଏହା କେବଳ କେକ୍‌ର ସାଜସଜ୍ଜା ମଧ୍ୟ ହୋଇପାରେ।

Advertisment ପ୍ରେଗ୍ନାନ୍ସି ସମୟର ଅନୁଭୂତି ବଖାଣିଥିଲେ କିଆରା ପୂର୍ବରୁ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଚାଟ୍ ଶୋ' 'କଫି ୱିଥ୍ କରଣ'ରେ କିଆରା ନିଜ ପ୍ରେଗ୍ନାନ୍ସି ଅନୁଭୂତି ବିଷୟରେ ଖୋଲାଖୋଲି କଥା ହୋଇଥିବା ଦାବି କରାଯାଇଛି।

ଏହି ସମୟରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ କେତେ ଚ୍ୟାଲେଞ୍ଜିଂ ଥିଲା, ସେ ବିଷୟରେ ସେ ନିଜ ଅନୁଭୂତି ବାଣ୍ଟିଥିଲେ।

ପ୍ରେଗ୍ନାନ୍ସିର ପ୍ରଥମ ତିନି ମାସ ତାଙ୍କ ପାଇଁ କଷ୍ଟକର ଥିବା କହିଥିଲେ।

ବାନ୍ତି ଲାଗିବା ଓ ହରମୋନ୍‌ରେ ପରିବର୍ତ୍ତନ ଭଳି ସମସ୍ୟା ଦେଇ ତାଙ୍କୁ ଗତି କରିବାକୁ ପଡ଼ିଥିଲା।

ଏହି ସମୟରେ ମା', ଶାଶୂ ଓ ସାଙ୍ଗମାନଙ୍କ ସମର୍ଥନ ତାଙ୍କୁ ମାନସିକ ଭାବେ ଶକ୍ତି ଦେଇଥିଲା।

କିଆରାଙ୍କ କହିବା ଅନୁସାରେ, ଏଭଳି ସମୟରେ ତାଙ୍କୁ ବୁଝିପାରୁଥିବା ମହିଳାମାନଙ୍କ ସାଥ୍ ବେଶ୍ ଆବଶ୍ୟକ ଥିଲା।

ସାଙ୍ଗମାନଙ୍କ ସହ ମନର କଥା ବାଣ୍ଟିବା ଓ ଭାବନାକୁ ପ୍ରକାଶ କରିବା ତାଙ୍କ ପାଇଁ ଏକ ବଡ଼ ସହାୟତା ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)