Welcome!

Unlock your personalized experience.
Sign Up

Khichdi: ଭୋଗ ଭାବନା: ପଞ୍ଚତତ୍ତ୍ୱ ଖେ‌ଚେଡ଼ି

Oct 20, 2026 - 22:07
Khichdi: ଭୋଗ ଭାବନା: ପଞ୍ଚତତ୍ତ୍ୱ ଖେ‌ଚେଡ଼ି

ପ୍ରଗତି ସାହୁ

ଖେ‌ଚେଡ଼ି କେବଳ ଏକ ସାଧାରଣ ଖାଦ୍ୟ ନୁହେଁ; ଏହା ଆମ ଭାରତୀୟ ଧର୍ମ, ସଂସ୍କୃତି ଓ ବ୍ୟଞ୍ଜନ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ। ଖେଚେଡ଼ି ଶରୀରକୁ ସୁସ୍ଥ ରଖିବା ସହ ଷଡ଼ରିପୁକୁ ଦମନ କରିଥାଏ ବୋଲି ମତ ରହିଛି। ଦୁର୍ଗାପୂଜା ସମୟରେ କେତେକ ମାତୃପୀଠ ଓ ମୃଣ୍ମୟୀ ପୂଜନରେ ଖେ‌ଚେଡ଼ି ଭୋଗର ପରମ୍ପରା ଶହ ଶହ ବର୍ଷ ଧରି ପ୍ରଚଳିତ। ପୌରାଣିକ କଥାବସ୍ତୁ ଅନୁଯାୟୀ, ମହାଯୋଗୀ ଗୋରଖନାଥ ଯେତେବେଳେ ମା’ ଜ୍ୱଳାମୁଖୀ  ଅର୍ଥାତ୍‌ ମା’ ବିମଳାଙ୍କ ଦର୍ଶନ ପାଇଁ ଗଲେ, ସେତେବେଳେ ଏକ ଅଲୌକିକ ଘଟଣା ଘଟିଥିଲା। ଗୋରଖନାଥ ମା’ଙ୍କ ହାତରୁ ପ୍ରସାଦ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କଲେ। କିନ୍ତୁ ମା’ ଜ୍ୱଳାମୁଖୀଙ୍କ ପୀଠରେ ଚଣ୍ଡୀ, ଚାମୁଣ୍ଡା ଓ ଭୈରବମାନଙ୍କ ପାଇଁ ଉଗ୍ର ଆମିଷ ଭୋଗର ପରମ୍ପରା ଥିଲା। ଜଣେ ସନ୍ନ୍ୟାସୀ ଓ ସାତ୍ତ୍ୱିକ ଯୋଗୀ ହୋଇଥିବାରୁ ଗୋରଖନାଥ ସେହି ଭୋଗ ଗ୍ରହଣ କରିବା ଅସମ୍ଭବ ଥିଲା। ଏହାର ସମାଧାନ ପାଇଁ ଆଦିଶକ୍ତି ମା’ ପାର୍ବତୀ ଏକ ସର୍ତ୍ତ ରଖିଲେ। ଗୋରଖନାଥ ନିଜେ ଭିକ୍ଷା କରି ଯେଉଁ ସାତ୍ତ୍ୱିକ ଦ୍ରବ୍ୟ ଯଥା ଚାଉଳ, ଡାଲି ଓ ପନିପରିବା ଆଣିବେ, ମା’ ନିଜ ହାତରେ ସେଗୁଡ଼ିକୁ ରୋଷେଇ କରିବେ। ଗୋରଖନାଥ ଆଣିଥିବା ଭିକ୍ଷା ଅନ୍ନରୁ ମା’ ଆଦ୍ୟାଶକ୍ତି ନିଜ ହାତରେ ପଞ୍ଚତତ୍ତ୍ୱ ଖେ‌େଚଡ଼ି ତିଆରି କରି ଗୋରଖନାଥ ଓ ଅନ୍ୟ ଭକ୍ତମାନଙ୍କୁ ବାଣ୍ଟିଥିଲେ। ସେହିଦିନଠାରୁ ସାତ୍ତ୍ୱିକ ସାଧନାରେ ଖେ‌ଚେଡ଼ିର ସ୍ଥାନ ଶ୍ରେଷ୍ଠ ହୋଇରହିଛି।

Durga puja: ମା’ ଦୁର୍ଗାଙ୍କ ସାମ୍ନାରେ କାନ୍ଦିଲେ କଲ୍ୟାଣ ବାନାର୍ଜୀ, ଭିଡିଓ ଭାଇରାଲ

ଏଠାରେ ସ୍ବତଃ ମନକୁ ପ୍ରଶ୍ନ ଆସେ- ପଞ୍ଚତତ୍ତ୍ବ ଖେଚେଡ଼ି କ’ଣ? ପ୍ରସ୍ତୁତି ପ୍ରଣାଳୀ ଆଧାରରେ ହିଁ ଏପରି ନାମକରଣ କରାଯାଇଛି। ଏହା ଖୋଲା ଆକାଶ ତଳେ ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥାଏ। ମାଟି ପୃଥିବୀ ତତ୍ତ୍ବର ପ୍ରତିନିଧି। ସେହିପରି ଚାଉଳ ଓ ପନିପରିବାରେ ପାଣି ପଡ଼ି ସିଦ୍ଧ ହେଉଥିବାରୁ ସ୍ବତଃ ଜଳ ତତ୍ତ୍ବର ଉପସ୍ଥିତି ଥାଏ। ଚୁଲିର ଅଗ୍ନିରେ ହାଣ୍ଡି ବସି ରନ୍ଧା ଯାଏ, ତେଣୁ ଅଗ୍ନି ତତ୍ତ୍ବ ବିନା ଏହାର ପ୍ରସ୍ତୁତି ଅସମ୍ଭବ। ବାକି ରହିଲା ବାୟୁ ଓ ଆକାଶ ତତ୍ତ୍ବର କଥା। ଖୋଲାସ୍ଥାନରେ ପ୍ରସ୍ତୁତ ହେଉଥିବାରୁ ହାଣ୍ଡିଟି ଆକାଶମୁହଁା ହେବାସହ ଅହରହ ବାୟୁ ସଂସ୍ପର୍ଶରେ ଆସିଥାଏ ଏବଂ ଖେଚେଡ଼ି ସିଦ୍ଧ ହେବା ପରେ ସେଥିରୁ ବାଷ୍ପ ଆକାରରେ ବାୟୁ ନିର୍ଗତ ହୋଇଥାଏ। ଏଣୁ ଏହାକୁ ପଞ୍ଚତତ୍ତ୍ବ ଖେଚେଡ଼ି ଆଖ୍ୟା ଦିଆଯାଇଥାଏ।
ଓଡ଼ିଶାରେ ଦୁର୍ଗାପୂଜାରେ ଖେଚେଡ଼ି ଭୋଗର ବ୍ୟାପକତା ନଥିଲେ ହେଁ  ପଶ୍ଚିମବଙ୍ଗରେ ଖେଚେଡ଼ି ଭୋଗ ପରମ୍ପରା ବହୁ ପ୍ରାଚୀନ। ଏହାକୁ ବଙ୍ଗଳା ଭାଷାରେ ‘ଭୋଗେର ଖିଚୁଡ଼ି’ କୁହାଯାଏ। ସେଠାରେ ଦୁର୍ଗାପୂଜା, ସରସ୍ୱତୀପୂଜା ଓ ଲକ୍ଷ୍ମୀପୂଜା ସମୟରେ ମା’ଙ୍କ ପାଖରେ ଖେଚେଡ଼ି ଭୋଗ ଲଗାଯାଏ‌। ଏହା ସମ୍ପୂର୍ଣ୍ଣ ନିରାମିଷ (ବିନା ପିଆଜ ଓ ରସୁଣ) ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରାଯାଏ। ଦୁର୍ଗାପୂଜା ସମୟରେ ବିଭିନ୍ନ ପୀଠ ଓ ମଣ୍ଡପରେ ଭୋଗେର ଖିଚୁଡ଼ି ବହୁ ପରିମାଣରେ ପ୍ରସ୍ତୁତ ହୋଇ ଉପସ୍ଥିତି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥାଏ। ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଓ ବିଜୟା ଦଶମୀରେ ଖେଚେଡ଼ି ଭୋଗ ଲାଗି ହୋଇଥାଏ।  ଓଡ଼ିଶାରେ ଏବେ ଏବେ କେତେକ ମଣ୍ଡପରେ ଖେଚେଡ଼ି ଭୋଗ ବିତରଣ ଆରମ୍ଭ ହୋଇଛି।

Congress meeting: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର କଂଗ୍ରେସ-ସମାଜବାଦୀ ପାର୍ଟିର ଆସନ ବୁଝାମଣା?

ଖେଚେଡ଼ି ଭୋଗର ତାତ୍ପର୍ଯ୍ୟ
ଦଶହରା ଓ ନବରାତ୍ରିରେ ବୈଷ୍ଣବୀ ମା’ ଆଦ୍ୟାଶକ୍ତିଙ୍କୁ ପ୍ରସନ୍ନ କରିବା ପାଇଁ ପଞ୍ଚବର୍ଣ୍ଣୀ ସାତ୍ତ୍ୱିକ ଖେ‌ଚେଡ଼ି ଅର୍ପଣ କରାଯାଏ। ନବରାତ୍ରି ସମୟରେ ଏହା ଶରୀରକୁ ସାତ୍ତ୍ୱିକ ଊର୍ଜା ଦେଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷାଠିଏ ଉପଚାର ମଧ୍ୟରେ ଖେ‌େଚଡ଼ି ଅନ୍ୟତମ ପ୍ରଧାନ ମହାପ୍ରସାଦ ଭାବେ ପରିଗଣିତ। ଏହା କେବଳ ଜିହ୍ୱାର ସ୍ୱାଦ ପାଇଁ ନୁହେଁ, ବରଂ ମନକୁ ଶାନ୍ତ ଓ ଦିବ୍ୟ ଚେତନାରେ ପରିପୂର୍ଣ୍ଣ କରିବା ପାଇଁ ଏକ ଅପୂର୍ବ ସାଧନା-ଖାଦ୍ୟ। ସାଧାରଣ ଖାଦ୍ୟରେ ଡାଲି, ଭାତ, ପନିପରିବା ଅଲଗା ଅଲଗା ପ୍ରସ୍ତୁତ ହୁଏ, କିନ୍ତୁ ଖେ‌ଚେଡ଼ି ହେଉଛି ଏକମାତ୍ର ସମ୍ପୂର୍ଣ୍ଣ ଆହାର, ଯେଉଁଥିରେ ସମସ୍ତ ପଞ୍ଚତତ୍ତ୍ବ ଓ ଉପାଦାନ ଏକାଠି ହୋଇ ପରମାନନ୍ଦ ପ୍ରଦାନ କରନ୍ତି। ଖେ‌ଚେଡ଼ିର ଏକ ଗୂଢ଼ ଆଧ୍ୟାତ୍ମିକ ଅର୍ଥ ରହିଛି। ଅକ୍ଷର ସଂରଚନା ଦୃଷ୍ଟିରୁ ଦେଖିଲେ, ‌‘ଖେ’ର ଅର୍ଥ ଖେଦ ନାଶ ବା ଷଡ଼ରିପୁ ଓ ବିକାରର ବିନାଶ, ‘ଚେ’ ଅର୍ଥ ଚେତନା ଜାଗରଣ ବା ଅନ୍ତରର ଗୁପ୍ତ ଶକ୍ତିର ଜାଗରଣ, ‘ଡ’ର ଅର୍ଥ ଡର, ଅର୍ଥାତ୍‌ ଭୟର ବିନାଶ। ଭୋଗ ଖେଚେଡ଼ିରେ ଘିଅ, ଅନ୍ନ, ମୁଗ ଡାଲି, ଜିରା, ତେଜପତ୍ର, ଖମ୍ବଆଳୁ, କନ୍ଦମୂଳ, ଭଳି ପରିବା ପକାଇ ତିଆରି କରାଯାଏ। ଏଥିରେ କୌଣସି ବିଦେଶୀ ପନିପରିବା ପଡ଼େନାହିଁ। ବିମଳା, ଚଣ୍ଡୀ, ଉଗ୍ରଚଣ୍ଡୀଙ୍କ ପୀଠରେ ଖେଚେଡ଼ି ଭୋଗ କରାଯାଇଥାଏ। ଏଇ ସମୟରେ ଚତୁଷଷ୍ଠୀ ଯୋଗିନୀମାନଙ୍କୁ ମାଦକ ଦ୍ରବ୍ୟ ଲାଗି ନିଷେଧ। ବର୍ଷ ତମାମ ଚତୁଷଷ୍ଠୀ ଯୋଗିନୀ, ଚଣ୍ଡୀ ଚାମୁଣ୍ଡା, ଯୋଗିନୀ-ଉପଯୋଗିନୀମାନେ ଆମିଷ ଦ୍ରବ୍ୟ ସେବନ କରୁଥିବା ବେଳେ ଦଶହରାରେ  ପରମ ବୈଷ୍ଣବୀ ମା’ ଆଦ୍ୟାଶକ୍ତିଙ୍କ ପାଖରେ ଏମାନେ ସାତ୍ତ୍ୱିକ ଆହାର ଗ୍ରହଣ କରିଥାଆନ୍ତି। ଦ୍ୱିତୀୟରେ ପଞ୍ଚଭୂତତ୍ତ୍ୱରେ ପଞ୍ଚତତ୍ତ୍ୱରେ ପ୍ରସ୍ତୁତ ହେଇଥିବାରୁ ଏହା ପଞ୍ଚ ଶରୀର, ପଞ୍ଚତତ୍ତ୍ୱାତ୍ମକ ଶରୀରକୁ ଜାଗ୍ରତ କରିଥାଏ। ଯଦି ଆମେ ଏଇ ସମୟରେ ଖେ‌େଚଡ଼ିକୁ ଗ୍ରହଣ କରିଥାଉ ସପ୍ତକିରଣର କୁପ୍ରଭାବ ଆମ ଉପରେ ପଡ଼ିନଥାଏ।
-ପଣ୍ଡିତ ଶ୍ରୀନିବାସ ଆଚାର୍ଯ୍ୟ, ପ୍ରବଚକ ଓ ଗବେଷକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)