Welcome!

Unlock your personalized experience.
Sign Up

ଲାଞ୍ଚ ମାମଲା : କନ୍ଦରାସିଂହାର ପୂର୍ବତନ ଆଇଆଇଙ୍କୁ ୨ ବର୍ଷ ଜେଲ

Jul 28, 2026 - 17:34
ଲାଞ୍ଚ ମାମଲା : କନ୍ଦରାସିଂହାର ପୂର୍ବତନ  ଆଇଆଇଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ବର, ୨୮।୭ : ଏକ ଲାଞ୍ଚ ମାମଲାର ବିଚାର କରି ଢେଙ୍କାନାଳ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଜଣେ ମହିଳା ଆରଆଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହିଳା ଆରଆଇଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଧୀନ କନ୍ଦରସିଂହ ରାଜସ୍ୱ ସର୍କଲର ପୂର୍ବତନ ଆଇଆଇ ମାଳତୀ ଦେହୁରୀ । ବର୍ତ୍ତମାନ ସେ ହିନ୍ଦୋଳ ତହସିଲ ଅଧୀନରେ ପଞ୍ଚୁପଡ଼ା ସର୍କଲର ଆରଆଇ ଭାବେ କାର୍ଯ୍ୟ କରୁଛନ୍ତି।

ପରଜଙ୍ଗ ତହସିଲ ଅଧୀନ କନ୍ଦରସିଂହ ରାଜସ୍ୱ ସର୍କଲର ପୂର୍ବତନ ଆଇଆଇ ମାଳତୀ ଦେହୁରୀ ଏକ ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହି ମାମଲାରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଉକ୍ତ ମାମଲାର ବିଚାର କରି ଢେଙ୍କାନାଳ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ  ମାଳତୀ ଦେହୁରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବ ବୋଲି ଜଣାପଡିଛି।

ଆହୁରି ପଢନ୍ତୁ : ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।