Kharge rally: ଉତ୍ତରାଖଣ୍ଡରେ ଖଡ଼ଗେଙ୍କ ସଭା ପରେ ‘ଶୁଦ୍ଧିକରଣ’

Aug 13, 2026 - 21:23
Kharge rally: ଉତ୍ତରାଖଣ୍ଡରେ ଖଡ଼ଗେଙ୍କ ସଭା ପରେ ‘ଶୁଦ୍ଧିକରଣ’

"ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲଦ୍ୱାନୀସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନସଭାର ଦୁଇ ଦିନ ପରେ ଏକ ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା "ଶୁଦ୍ଧିକରଣ" ଉତ୍ସବ ଆୟୋଜନ କରାଯିବା ମାମଲାକୁ ନେଇ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଗୁରୁବାର ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି।

ଗୃହର କାର୍ଯ୍ୟସୂଚୀ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭାପତି ଅଭିଯୋଗ କରିଥିଲେ ଯେ ଗତ ଅଗଷ୍ଟ ୮ ତାରିଖରେ ସେ ଯେଉଁ ମଞ୍ଚରୁ ଭାଷଣ ଦେଇଥିଲେ, ବିଜେପି କର୍ମୀମାନେ ସେଠାରେ ଏକ "ହୋମ" କରି ସେହି ସ୍ଥାନର ଶୁଦ୍ଧିକରଣ କରିଛନ୍ତି।

Advertisment ସେ ଜଣେ ଦଳିତ ସମୁଦାୟର ନେତା ହୋଇଥିବାରୁ ଏଭଳି କରାଯାଇଛି ବୋଲି ଦର୍ଶାଇ ସେ ପ୍ରଶ୍ନ କରିଥିଲେ ଯେ, "ଏହା କ"ଣ ଗଣତନ୍ତ୍ରର ଶୈଳୀ?

ଆପଣମାନେ ସମ୍ବିଧାନକୁ କିଭଳି ସୁରକ୍ଷା ଦେଉଛନ୍ତି?।

ଖଡ଼ଗେଙ୍କ ଏହି ବୟାନ ପରେ କଂଗ୍ରେସ ସାଂସଦମାନେ ଗୃହରେ ପ୍ରବଳ ସ୍ଲୋଗାନବାଜି କରିଥିଲେ।

ସେହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ କଂଗ୍ରେସ ସଦସ୍ୟମାନଙ୍କକୁ ଶାନ୍ତ କରିବାକୁ ଚେଷ୍ଟା କରି କହିଥିଲେ ଯେ "ଅସ୍ପୃଶ୍ୟତା" ଠାରୁ ବଡ଼ ପାପ କିଛି ନାହିଁ ଏବଂ ଏହା ନିନ୍ଦନୀୟ, ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ଗିରଫ କରାଯିବା ଉଚିତ।

Parliament : ମୌସୁମୀ ଅଧିବେଶନରେ ଲୋକସଭାରେ ମାତ୍ର ୧୯% ଓ ରାଜ୍ୟସଭାରେ ମାତ୍ର ୩୯% କାର୍ଯ୍ୟ ହୋଇଛି ଉଲ୍ଲେଖଯୋଗ୍ୟ, ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏହି ଘଟଣାରୁ ବିଜେପିକୁ ଦୂରେଇ ରଖି କହିଛନ୍ତି ଯେ ଦଳ ଏଭଳି କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଏନାହିଁ ଏବଂ ଏହି ମାମଲାର ନିଶ୍ଚିତ ଭାବେ ତଦନ୍ତ କରାଯିବ।

ସେ ଖଡ଼ଗେଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, "ଦୟାକରି ବାରମ୍ବାର କୁହନ୍ତୁ ନାହିଁ ଯେ ବିଜେପି ଏହା କରିଛି।

ଏହି ଘଟଣାକୁ ନେଇ ଆମେ ସମସ୍ତେ ମର୍ମାହତ ଏବଂ ଦଳର ଜାତୀୟ ସଭାପତି ନିଜେ ଏହି ବିଷୟର ଅନୁସନ୍ଧାନ କରିବେ।

ଏହାର ପ୍ରତ୍ୟୁତ୍ତରରେ ଖଡ଼ଗେ ସ୍ପଷ୍ଟ କରିଥିଲେ ଯେ ସେ ଏଥିପାଇଁ କାହାକୁ ବ୍ୟକ୍ତିଗତ ଭାବେ ଦୋଷାରୋପ କରୁନାହାନ୍ତି, ବରଂ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଅପରପକ୍ଷରେ, ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବୈଦିକ ମନ୍ତ୍ରପାଠ ସହ ପୂଜକମାନେ ହୋମ କରୁଥିବା ଦେଖାଯାଇଛି।

ଶ୍ରୀ ରାମ ସେନା ସଂଗଠନର ଜଣେ ସଦସ୍ୟ ଗିରୀଶ ଚନ୍ଦ୍ର ପାଣ୍ଡେ ଏହି ରୀତିନୀତିକୁ ସମର୍ଥନ କରି କହିଛନ୍ତି ଯେ ଖଡ଼ଗେଙ୍କ ରାଲି ସମୟରେ କେତେକ ଇସଲାମିକ ସ୍ଲୋଗାନ ଦିଆଯାଇଥିଲା, ଯାହା ସନାତନ ସମୁଦାୟର ଭାବନାକୁ ଆଘାତ ପହଞ୍ଚାଇଛି ଏବଂ ଏହି ଧାର୍ମିକ ସ୍ଥଳକୁ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂରକ୍ଷିତ ରଖାଯିବା ଉଚିତ।

ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡିୟାଲ ଅଭିଯୋଗ କରିଛନ୍ତି ଯେ ବିଜେପି ସହ ଜଡ଼ିତ ଶ୍ରୀ ରାମ ସେନା ଦ୍ୱାରା ହିଁ ସମାଜରେ ଜାତିଗତ ଭେଦଭାବ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟ କରାଯାଇଛି, ଯଦିଓ ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି।

ଏହି ପ୍ରସଙ୍ଗରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିବା ସହ ଏହା ବିଜେପି ଓ ଆର୍‌ଏସ୍‌ଏସ୍‌ର ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି ବୋଲି କହିଛନ୍ତି।

ସେହିପରି ଆର୍‌ଜେଡି ପକ୍ଷରୁ ମଧ୍ୟ ବିଜେପି ଉପରେ ଜାତିବାଦୀ ସଂଗଠନଗୁଡ଼କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଅଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media