Keonjhar Bridge Submerged Connectivity: ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷା: ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ
"ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ପଡ଼ିଛି।ହନୁମନ୍ତିଆ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତେଲକୋଇ- ଜଗମୋହନପୁର ପୂର୍ତ୍ତ ରାସ୍ତା କେନ୍ଦୁପତ୍ର ଅଫିସ ନିକଟରେ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।ସେହିପରି ଦେଉଳଡିହା ପଞ୍ଚାୟତ ନୂଆଁଗଡସ୍ଥିତ ଟେନାର ନାଳ ପୋଲ ଉପରେ ୫ ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦେଉଳଡିହା ଓ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।
ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ଗତକାଲି ବିଳମ୍ବିତ ରାତିରୁ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗତକାଲି ବିଳମ୍ବିତ ରାତିରୁ ତେଲକୋଇ- ଭୁବନେଶ୍ୱର,କଟକ ଢେଙ୍କାନାଳ,କାଳିଆହତା ପ୍ରଭୃତି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।Advertisment ବୈତରଣୀରେ ଚତୁର୍ଥ ବନ୍ୟା: ୬ଟି ଗାଁ ସମ୍ପୂର୍ଣ ଜଳମଗ୍ନ ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗିସ୍ଥିତି ଘୁରୁଡିଆ ନାଳ ପୋଲ ଉପରେ ଏବେ ଏବେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି,କରଦାଙ୍ଗି-ତେଲକୋଇ ଓ କରଦାଙ୍ଗି ଅନୁଗୋଳ ତାଳଚେର ଯୋଗାଯୋଗ ବିଚ୍ଛିନ୍ନ।
ତେଲକୋଇରେ ଗତକାଲି ବିଳମ୍ବିତ ରାତି ୧୨ଟାରୁ ତେଲକୋଇ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା।ଆଜି ସକାଳ ୮ଟା ସୁଦ୍ଧା ୧୨୯.୮ ମିମି ବର୍ଷା ରେକର୍ଡ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
