Kangana Ranaut: କଟାକ୍ଷ କରି କଙ୍ଗନା କହିଲେ, ରାହୁଲ ଗାନ୍ଧୀଙ୍କ ଅବସ୍ଥା ଅଙ୍ଗୁର ଭଳି ଖଟା

Oct 10, 2026 - 16:20
Kangana Ranaut: କଟାକ୍ଷ କରି କଙ୍ଗନା କହିଲେ, ରାହୁଲ ଗାନ୍ଧୀଙ୍କ ଅବସ୍ଥା ଅଙ୍ଗୁର ଭଳି ଖଟା

"ନୂଆଦିଲ୍ଲୀ: ବିଜେପି ସାଂସଦ କଙ୍ଗନା ରାଣାୱତଦିଲ୍ଲୀର ଯନ୍ତରମନ୍ତରଠାରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ଏବଂ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ କଂଗ୍ରେସ ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment କଂଗ୍ରେସର ନିର୍ବାଚନୀ ପରାଜୟ କଥା ଉଠାଇ ସେ କଟାକ୍ଷ କରି କହିଛନ୍ତି, " ଯେ, ଯାହାବି କୁହନ୍ତୁ ମୁଁ କହିବି ଅଙ୍ଗୁର ଖଟା ଅଟେ।

ରାହୁଲ ଗାନ୍ଧୀଙ୍କ ଅବସ୍ଥା "ଅଙ୍ଗୁର ଖଟା" ଭଳି ହୋଇଛି ଏବଂ ଦେଶ ତାଙ୍କୁ ନେଇ ହସୁଛି।

ପ୍ରତିବାଦରେ ସାମିଲ ହୋଇଥିବା ଲୋକମାନେ ଦେଶକୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି ।

ବାରମ୍ବାର ଦେଶ ବନ୍ଦ କରିବାକୁ ଉଦ୍ୟମ ହେଉଥିବାରୁ ଲୋକମାନେ ଅତିଷ୍ଠ ହୋଇପଡ଼ିଛନ୍ତି ।" ଦିଲ୍ଲୀର ଯନ୍ତରମନ୍ତରଠାରେ ସିଜେପିର ପ୍ରତିବାଦକୁ ନେଇ କଙ୍ଗନା ଅଭିଯୋଗ କରିଛନ୍ତି ଯେ ଦେଶବିରୋଧୀ ଓ ଆତଙ୍କବାଦୀ ଶକ୍ତି ସହ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଭାରତ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।

ବିଭିନ୍ନ ବାହାନାରେ ଦେଶ ଓ ଏହାର ନାଗରିକଙ୍କୁ ହଇରାଣ କରିବାକୁ ଉଦ୍ୟମ ହେଉଛି ବୋଲି ସେ ଦାବି କରିଛନ୍ତି।" "ଜନତା ହିଁ ଗୋଡ଼ାଇବେ" ପ୍ରତିବାଦକାରୀଙ୍କୁ ଟାର୍ଗେଟ୍‌ କରି କଙ୍ଗନା କହିଛନ୍ତି ଯେ ଲୋକମାନେ ସେମାନଙ୍କ ଉପରେ ଅତିଷ୍ଠ ହୋଇପଡ଼ିଛନ୍ତି।

ପୁଲିସକୁ ଛାଡ଼ନ୍ତୁ, ଜନସାଧାରଣ ହିଁ ସେମାନଙ୍କୁ ମାଡ଼ ମାରି ଘଉଡ଼ାଇବେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ଏଭଳି ଲୋକମାନେ ବାରମ୍ବାର ଦେଶ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀର ସ୍କୁଲ୍‌ରେ ମିଡ୍‌-ଡେ ମିଲ୍‌ରେ ମିଳିବ ଖିରି, ହାଲୱା ଓ ଓଟ୍ସ ବିସ୍କୁଟ୍ ନଭେମ୍ବରରୁ ବଦଳିବ ଖାଦ୍ୟ ତାଲିକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)