CJP ଆନ୍ଦୋଳନ: ମମତା- କେଜ୍ରିୱାଲଙ୍କୁ ଉଠାଇନେଲା ପୋଲିସ

Oct 10, 2026 - 16:30
CJP ଆନ୍ଦୋଳନ: ମମତା- କେଜ୍ରିୱାଲଙ୍କୁ ଉଠାଇନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀ ଯନ୍ତରମନ୍ତରଠାରେ CJPର ଆନ୍ଦୋଳନକୁ ଠପ୍ କରିବା ନେଇ ଆକ୍ଟିଭ ଦିଲ୍ଲୀ ପୋଲିସ । ଏହାକୁ ସମର୍ଥନ କରୁଥିବା ଜଣେ ଜଣେ ବିରୋଧୀ ଦଳ ନେତାଙ୍କୁ ଉଠାଇବାରେ ଲାଗିଛି ପୋଲିସ । ପ୍ରଥମେ ପୋଲିସ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଦଳର ୫ ଜଣ ସାଂସଦଙ୍କୁ ଉଠାଇ ନେଇ ବସରେ ଉର୍ତ୍ତି କରିଥିବା ବେଳେ ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି । କେଜ୍ରିୱାଲ ଆପର ନେତା ଓ କର୍ମୀଙ୍କ ସହ ଲୋଧି ଇଷ୍ଟେଟ ନିକଟରେ ବିକ୍ଷୋଭ କରୁଥିବା ବେଳେ ଏକାଧିକ ପୋଲିସ ତାଙ୍କ ହାତ ଓ ଗୋଡ଼କୁ ଧରି ଟେକି ନେଇଯାଇଥିଲେ । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

CJP ଆନ୍ଦୋଳନରେ ସାମିଲ ହେବା ନେଇ ଦିଲ୍ଲୀ ପହଞ୍ଚିଥିଲେ ମମତା । ଟିଏମସିର କିଛି ସାଂସଦଙ୍କ ସହ ଯନ୍ତରମନ୍ତର ଯିବା ସମୟରେ ପୋଲିସ ସେମାନଙ୍କୁ ଛାଡ଼ିନଥିଲା । ଶେଷରେ କେନ୍ଦ୍ରୀୟ ଦିଲ୍ଲୀର ସାଉଥ ଆଭିନ୍ୟୁ ନିକଟରେ ମମତା ଧାରଣାରେ ବସିଥିଲେ । କିଛି ସମୟ ଧାରଣା ଦେବା ପରେ ପୋଲିସ ସେଠାରୁ ମମତାଙ୍କ ସମେତ ଟିଏମସିର ପ୍ରାୟ ୫ ଜଣ ସାଂସଦଙ୍କୁ ବସ୍‌ରେ ଭର୍ତ୍ତି କରି ଅନ୍ୟତ୍ର ନେଇ ଯାଇଥିବା ସୂଚନା ମିଳିଛି ।

ଏନେଇ ମମତା କହିଛନ୍ତି, “ମୁଁ ଓ ଆମ ଦଳର ସାଂସଦମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ତଥାପି ଆମକୁ ଏଥିପାଇଁ ଅନୁମତି ମିଳୁନି। ଆମକୁ ଉଠାଇ ନିଆଯାଇଛି। ଏହାକୁ ସରକାର ମନେ ରଖନ୍ତୁ। ଗଣତନ୍ତ୍ର ପାଇଁ ଏହା କଳା ଦିନ। ସୁରକ୍ଷା ପାଇଁ ଏହି ଆନ୍ଦୋଳନ କେବେ ବି ବନ୍ଦ ହେବନି । ଆମେ ଡ଼ରିବୁ ନାହିଁ କି ଏପରିଗିରଫଦାରୀକୁ ଖାତିର କରିବୁ ନାହିଁ । ଦେଶରେ କଣ ସବୁ ଚାଲିଛି ସେକଥା ସମସ୍ତେ ଜାଣିଛନ୍ତି । ଏହି ଲଢେଇ ଜାରି ରହିବ” । ତେବେ ସକାଳୁ ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି ।

ଅନ୍ୟପଟେ, ଶନିବାର ସକାଳୁ ପୋଲିସ ଗୁରୁଗ୍ରାମ ସେକ୍ଟର ୫୬ସ୍ଥିତ କେନ୍ଦ୍ରୀୟ ବିହାର ସୋସାଇଟିରେ ଥିବା ଧ୍ରୁବ ରାଠୀଙ୍କ ଘରେ ପହଞ୍ଚ ତାଙ୍କୁ ସେଠାରେ ଅଟକ ରଖିଥିବା ବେଳେ ବିମାନରେ ଥିବା ସମୟରେ ସିଜେପି ନେତା ଅଭିଜିତ ଦୀପେକ ଓ ସୌରଭ ଦାସଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)