Kalyansinghpur mob violence: କଲ୍ୟାଣସିଂହପୁର ଭିଡ଼ହିଂସା; ଭୁଲିଗଲେ ମାନବିକତା: ଓଡ଼ିଶା ଲଜ୍ଜିତ
"ରାୟଗଡ଼ା: ଦିଲ୍ଲୀରୁ ଗବେଷଣା ପାଇଁ ଆସିଥିବା ଜଣେ ଛାତ୍ରୀ ଏବଂ ଛାତ୍ରଙ୍କ ସହ ଘଟିଥିବା ଭିଡ଼ହିଂସା ଘଟଣା ରାୟଗଡ଼ା ସମେତ ଓଡ଼ିଶାକୁ ଜାତୀୟସ୍ତରରେ ପୁଣି ଲଜ୍ଜିତ କରିଛି।
ଜାତୀୟସ୍ତରରେ ଚର୍ଚ୍ଚା ବଢ଼ିବା ପରେ ପୁଲିସ ଘଟଣାକୁ ରେଡ୍ଫ୍ଲାଗ୍ଭୁକ୍ତ କରିଛି।
ମାମଲାରେ ସମ୍ପୃକ୍ତ ୨୧ ଅଭିଯୁକ୍ତଙ୍କୁ ପୁଲିସ୍ ଏଯାବତ୍ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି।
ମାମଲାର ତଦନ୍ତ କ୍ଷେତ୍ରରେ ରାୟଗଡ଼ା ପୁଲିସ୍କୁ କ୍ରାଇମବ୍ରାଞ୍ଚ ସହାୟତା କରୁଛି ବୋଲି ରାୟଗଡା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇଛନ୍ତି।
ବିଭିନ୍ନ ମହଲରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।Advertisment Crime in bhubanswer: ରାଜଧାନୀରେ କଥା କଥାକେ ବୁଲୁଛି ଖଣ୍ଡା: ସପ୍ତାହକରେ ୨୫ରୁ ଅଧିକଙ୍କୁ ହାଣିଲେଣି, ମୁଣ୍ଡ ଟେକୁଛନ୍ତି ଗ୍ୟାଙ୍ଗ ଅପରାଧ ରେଡ୍ଫ୍ଲାଗ୍ଭୁକ୍ତ ହେବ: ଏସ୍ପି ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତାବନ୍ଧା ହେବେ ସବୁ ଅଭିଯୁକ୍ତ, ଏକାଧିକ ଟିମ୍ର ଚଢ଼ଉ୩ ମାମଲା ରୁଜୁ, ଭିଡିଓ ଭାଇରାଲ୍ କରିଥିବା ବ୍ୟକ୍ତି ବି ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଅନେକ ଟିମ୍ ଗଠନ କରଯାଇଛି।
ଯେଉଁମାନେ ଘଟଣାର ଭିଡିଓ କରି ପରବର୍ତ୍ତୀ ସମୟରେ ଭାଇରାଲ୍ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।
ଏନେଇ ପୁଲିସର ସାଇବର୍ ଟିମ୍ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ତତ୍ତ୍ବାବଧାନରେ ଅନୁଧ୍ୟାନ କରୁଛି।
ଘଟଣାକୁ ନେଇ ବର୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ ହୋଇଛି।
ଆକ୍ରମଣର ଶିକାର ହୋଇଥିବା ଗବେଷକ ଯୁବକ, ଯୁବତୀ କିପରି ଶୀଘ୍ର ସୁସ୍ଥ ହେବେ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।
Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା ଲୋକଙ୍କ ବର୍ବର ଆକ୍ରମଣ ଓ ଅସଦାଚରଣର ଶିକାର ହୋଇଥିବା ଦିଲ୍ଲୀ ଆଜାଦପୁରର ଯୁବକ ସୁମନ ଝା ଓ ଗୁଜୁରାଟ ସୁରତର ଅର୍ପିତା ସୂତାରୀୟା ଦୁହେଁ ଗ୍ରାମବିକାଶ ସଂସ୍ଥାରେ କାର୍ଯ୍ୟ କରନ୍ତି।
ଜୁନ୍ ୧୭ ତାରିଖରେ ଦୁହେଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ଗୁଗୁଲ୍ ମ୍ୟାପ୍ ଅନୁସରଣ କରି କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁରକୁ କଲ୍ୟାଣସିଂହପୁର ଦେଇ ଯାଉଥିଲେ।
ଧାମୁଣିପଙ୍ଗା ପଞ୍ଚାୟତ କାନ୍ଦୁଲଗୁଡ଼ା ଗାଁ ପାଖରେ ଉଭୟ ଗାଁ ଲୋକଙ୍କୁ ରାସ୍ତା ପଚାରିବା ସହ ଗାଁକୁ ଆସି ପିଲାଙ୍କ ସହ ରଜଦୋଳି ଖେଳି ବିସ୍କୁଟ ବଣ୍ଟନ କରିଥିଲେ।
ଗ୍ରାମବାସୀ ପିଲା ଚୋର ଭାବି ଅଟକାଇ ହୋ ହାଲ୍ଲା କରିବା ପରେ ଉତ୍ତ୍ୟକ୍ତ ଲୋକେ ଦୁଇ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ।
ସେଠାରୁ ଖସି ନିଜ ସ୍କୁଟି ଯୋଗେ କଲ୍ୟାଣସିଂହପୁର ଅଭିମୁଖେ ଯାଉଥିବା ବେଳେ ଗ୍ରାମବାସୀ ଇନ୍ତାଲଗୁଡା ଓ କୋଟିକିନାଲକୁ ଫୋନ୍ କରିଥିଲେ।
ଗାଁ ଲୋକେ ଯୁବକ ଯୁବତୀଙ୍କୁ ଧରି ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ମାଡ଼ ମାରିଥିଲେ।
ଏଭଳିକି ଯୁବତୀଙ୍କ ବସ୍ତ୍ର ଚିରାଫଟା କରି ନିର୍ଯାତନା ଦେଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚିଥିଲେ ମଧ୍ୟ ଭିଡ଼ ଭିତରୁ ଯୁବକ ଯୁବତୀଙ୍କୁ ଉଦ୍ଧାର କରିବା ଲାଗି ସାହସ କରିନଥିଲା।
ଯୁବତୀ ଜଣଙ୍କ କାନ୍ଦି କାନ୍ଦି ଛାଡ଼ି ଦେବାକୁ ନିବେଦନ କରୁଥିଲେ ମଧ୍ୟ କେହି ଶୁଣିନଥିଲେ।
ମାଡ଼ ମାରିବା ସହ ବିବସ୍ତ୍ର କରି ଦେଇଥିଲେ।
ସ୍ଥାନୀୟ ଯୁବକ ବଳରାମ ବାଗ ସାହସ ଯୁଟାଇ ଭିଡ଼ ମଧ୍ୟରୁ ଯୁବତୀକୁ ଉଦ୍ଧାର ପୁଲିସ୍ ଗାଡ଼ିରେ ବସାଇଥିଲେ।
ପୁଲିସ ଗୁରୁତର ଯୁବକ ଯୁବତୀଙ୍କୁ ମେଡିକାଲକୁ ନେଇଥିବା ବେଳେ ସେଠାରେ ମଧ୍ୟ ଗ୍ରାମବାସୀ ପହଞ୍ଚି ଆକ୍ରମଣ ଉଦ୍ୟମ କରିଥିଲେ।
ଏହି ସ୍ପର୍ଶକାତର ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ଏକ୍ସରେ ହ୍ୟାଣ୍ଡଲ୍ରେ ତୀବ୍ର ସମାଲୋଚନା କରି କହିଛନ୍ତି, କଲ୍ୟାଣସିଂହପୁରରେ ଘଟିଥିବା ଘଟଣା ସମଗ୍ର ଓଡ଼ିଶାକୁ ଲଜ୍ଜିତ କରିଛି।
ସର୍ବସମ୍ମୁଖରେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ଆମ ଓଡ଼ିଆ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସରକାର ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର।
ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ "ବିକାଶର ଧାରା ଓଡ଼ିଶା ସାରା" କହି ଉତ୍ସବରେ ମାତିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।"