Kalinga Ghati: ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ସ୍ୱାଭାବିକ ହେଲା ଯାତାୟତ
ଘୁ.ଉଦୟଗିରି: ପ୍ରାୟ ୪୫ ଦିନ ପରେ ଆଜି କଳିଙ୍ଗା ଘାଟିରେ ଯାତାୟତ ପୁଣି ସ୍ୱାଭାବିକ ହୋଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଖୋଲିବା ପରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।
Advertisment ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବାତ୍ୟା ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ୨୩ ଏବଂ ୨୪ ତାରିଖ ଦୁଇ ଦିନ ଏହି କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ନିର୍ଦେଶ ଦେଇଥିଲେ।
ହେଲେ ପ୍ରଶାସନ ଯେଉଁ ଆଶଙ୍କା କରିଥିଲା ତାହା ସତ୍ୟରେ ପରିଣତ ହୋଇଥିଲା।
ପ୍ରବଳ ବର୍ଷାରେ ପୁଣି ୨୪ତାରିଖ ଦିନ ଭୂସ୍ଖଳନ ହେବା ଫଳରେ ପାହାଡ଼ ଉପରୁ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିଲା।
ରାସ୍ତାର ଉଭୟ ପାର୍ଶ୍ଵର ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିଲା।
କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କଳିଙ୍ଗା ଘାଟିକୁ ଆସି ବୁଲି ଯାଇଥିଲେ ଅନ୍ୟ ପଟେ ଅନ୍ଧାରକୋଟ ଘାଟି ନିକଟ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ମଧ୍ୟ ଭୁଶୁଡ଼ି ଯାଇଥିଲା।
ସଙ୍ଗେସଙ୍ଗେ ନେତା ମନ୍ତ୍ରୀ, ଯନ୍ତ୍ରୀ ଅଫିସର କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳ ଗସ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ କିଭଳି ରାସ୍ତା କାର୍ଯ୍ୟ ସରିବ ଏବଂ ରାସ୍ତାରେ ଯାତାୟତ ସ୍ୱାଭାବିକ ହେବ ତା ଉପରେ ଧ୍ୟାନ ଦେବାକୁ କହି ଚାଲିଗଲେ।
ବିକଳ୍ପ ରାସ୍ତା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ ହେଲା।
ଖଣି ଏବଂ ପରିବହନ ମନ୍ତ୍ରୀ ବିଭୂତି ଜେନା କଳିଙ୍ଗା ଘାଟି ଗସ୍ତ କରିଥିବା ବେଳେ ପୂର୍ତ୍ତ ବିଭାଗ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ସମସ୍ତେ ଆସିଲେ ହେଲେ କଳିଙ୍ଗା ଘାଟି ଖୋଲିନଥିଲା।
ଶେଷରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ କଳିଙ୍ଗା ଘାଟିକୁ ଆସି ବୁଲି ଯାଇଥିଲେ।
Hatigenja village: ହାତିଗେଞ୍ଜ ଗାଁକୁ ବିକାଶ ଅପହଞ୍ଚ: ୧୨୦ ପରିବାର ହନ୍ତସନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
