Gold Heart: ସଫଳ ଅସ୍ତ୍ରୋପଚାର ପରେ ଭଗବାନଙ୍କୁ ସୁନାର ହୃତ୍‌ପିଣ୍ଡ ଅର୍ପଣ କଲେ ଭକ୍ତ

Nov 07, 2026 - 14:06
Gold Heart:  ସଫଳ ଅସ୍ତ୍ରୋପଚାର ପରେ ଭଗବାନଙ୍କୁ ସୁନାର ହୃତ୍‌ପିଣ୍ଡ ଅର୍ପଣ କଲେ ଭକ୍ତ

ଜୟପୁର : ଭଗବାନଙ୍କ ପ୍ରତି ଭକ୍ତି ଓ ବିଶ୍ୱାସର ଅନେକ ନିଆରା ଉଦାହରଣ ଦେଖିବାକୁ ମିଳେ।

ଏହି କ୍ରମରେ ରାଜସ୍ଥାନର ପ୍ରସିଦ୍ଧ ସାଂୱଲିଆ ସେଠ ମନ୍ଦିରରେ ଜଣେ ଶ୍ରଦ୍ଧାଳୁଙ୍କ ଅନନ୍ୟ ଭେଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ହୃତ୍‌ପିଣ୍ଡର ସଫଳ ଅସ୍ତ୍ରୋପଚାର ପରେ ଜାଲୋର ଜିଲ୍ଲାର ଜଣେ ଶ୍ରଦ୍ଧାଳୁ ଭଗବାନ ସାଂୱଲିଆ ସେଠଙ୍କୁ ୨୧ ଗ୍ରାମ ସୁନାରେ ନିର୍ମିତ ଏକ ହୃଦୟ ମଡେଲ ଅର୍ପଣ କରିଛନ୍ତି।

ଏହି ସୁନାର ହୃଦୟର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment ରାଜସ୍ଥାନର ମେୱାଡ଼ ଅଞ୍ଚଳର ମଣ୍ଡଫିଆସ୍ଥିତ ଶ୍ରୀ ସାଂୱଲିଆଜୀ ମନ୍ଦିର ଏକ ପ୍ରସିଦ୍ଧ କୃଷ୍ଣଧାମ ଭାବେ ପରିଚିତ।

ସୂଚନା ଅନୁଯାୟୀ, ଏହି ଶ୍ରଦ୍ଧାଳୁ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିଲେ।

ଚିକିତ୍ସା ଓ ଅସ୍ତ୍ରୋପଚାର ସମୟରେ ସେ ଶୀଘ୍ର ସୁସ୍ଥ ହେବା ପାଇଁ ଭଗବାନ ସାଂୱଲିଆ ସେଠଙ୍କ ନିକଟରେ ପ୍ରାର୍ଥନା କରିବା ସହ ଏକ ମାନସିକ କରିଥିଲେ।

ଅସ୍ତ୍ରୋପଚାର ସଫଳ ହେବା ସହ ସେ ସୁସ୍ଥ ହେବା ପରେ ନିଜର ମାନସିକ ପୂରଣ କରିବାକୁ ମନ୍ଦିରରେ ପହଞ୍ଚିଥିଲେ।

ଶ୍ରଦ୍ଧାଳୁ ଜଣକ ଶୁଦ୍ଧ ସୁନାରେ ଏକ ହୃଦୟର ମଡେଲ ପ୍ରସ୍ତୁତ କରାଇ ଏହାକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ।

ମନ୍ଦିର ପରିଚାଳନା ମଣ୍ଡଳୀର ଅଧିକାରିକ ଭେଟି କକ୍ଷରେ ଏହି ସୁନାର ମଡେଲକୁ ଜମା କରିବା ସହ ନିୟମ ଅନୁଯାୟୀ ରସିଦ ମଧ୍ୟ ଗ୍ରହଣ କରିଥିଲେ।

ଭକ୍ତଙ୍କ ଏହି ଭେଟି ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି।

ହୃତ୍‌ପିଣ୍ଡର ସଫଳ ଅସ୍ତ୍ରୋପଚାର ପରେ ଦାନ ମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ଏହି ହୃଦୟ ମଡେଲଟି ୨୧ ଗ୍ରାମ ସୁନାରେ ତିଆରି ହୋଇଥିବାବେଳେ ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ।

ସାଧାରଣତଃ ଶ୍ରଦ୍ଧାଳୁମାନେ ମନ୍ଦିରରେ ସୁନା ଓ ରୁପାର ମୁକୁଟ, ହାର, ଛତା ଏବଂ ବିଭିନ୍ନ ଅଳଙ୍କାର ଅର୍ପଣ କରିଥାନ୍ତି।

ତେବେ ନିଜ ହୃତ୍‌ପିଣ୍ଡର ସଫଳ ଅସ୍ତ୍ରୋପଚାର ପରେ ଏହାର ପ୍ରତୀକ ସ୍ୱରୂପ ସୁନାର ହୃଦୟ ଭେଟି ଦେବା ଘଟଣା ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି।

ଏହି ନିଆରା ଭେଟିକୁ ନେଇ ଏବେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

Rubber Band Ball: କିମାଶ୍ଚର୍ଯ୍ୟମ୍‌: ରବର୍‌ ବ୍ୟାଣ୍ଡ୍‌ର ବୃହତ୍ତମ ବଲ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)