Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

Oct 25, 2026 - 01:31
Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ହୋଇଥିବା ଭୂସ୍ଖଳନ ସ୍ଥିତିର ଅନୁଧ୍ୟାନ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବୈଷୟିକ ପରାମର୍ଶ ଦେବା ନିମନ୍ତେ ଆଇଆଇଟି ଦିଲ୍ଲୀର ତିନିଜଣ ପ୍ରଫେସରଙ୍କ ଏକ ବିଶେଷଜ୍ଞ ଦଳ କଳିଙ୍ଗା ଘାଟି ପରିଦର୍ଶନ କରିଛନ୍ତି।

ଏଚ୍‌ଏମ୍‌ବିଏସ୍‌.

ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି କାର୍ଯ୍ୟ କରିବା ନିମନ୍ତେ ଦାୟିତ୍ଵ ପାଇଥିବା ବେଳେ ଆଜି ଏହି ଆଇଆଇଟି ବିଶେଷଜ୍ଞ ଦଳ କଳିଙ୍ଗା ଘାଟି ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ।

Advertisment ଆଇଆଇଟି ଦିଲ୍ଲୀର ପ୍ରଫେସର ଜି.ଭି.

ରମଣ, ପ୍ରଫେସର ପ୍ରଶାନ୍ତ ଭାଙ୍ଗ୍ଲା ଏବଂ ପ୍ରଫେସର ସୁମିତ ସିହ୍ନା କଳିଙ୍ଗା ଘାଟି ପରିଦର୍ଶନ କରିଥିଲେ।

ଏହି ଗସ୍ତ ସମୟରେ ସେମାନେ ଘାଟିରେ ହୋଇଥିବା ଭୂସ୍ଖଳନର ସ୍ଥିତି ଏହାର କାରଣ ଏହାର ନିରାକରଣ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ଏକ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରି ଅଧିକାରୀଙ୍କୁ ପ୍ରଦାନ କରିବେ।

ଛୋଟ ପୋଲର ପୁନଃନିର୍ମାଣ ଯୋଜନା ଏହି ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ରାଜପଥ-୧୫୭ର ୮୬ / ୩୩୦ ମିଟରରୁ ୮୬/ ୬୧୫ ମିଟର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀ କରଣ, ଭୂସ୍ଖଳନ ଜନିତ ବିପଦ ହ୍ରାସ ଏବଂ ୮୬ / ୭୦୦ ମିଟର ଠାରେ ଥିବା ଏକ ଛୋଟ ପୋଲର ପୁନଃନିର୍ମାଣ ଯୋଜନା ରହିଛି।

ଏଥିରେ ଅଭିନବ ରିଇନଫୋର୍ସଡ୍ ଆର୍ଥ କମ୍ପୋଜିଟ୍‌ ବା ହାଇବ୍ରିଡ୍‌ ପ୍ରଣାଳୀ ବ୍ୟବହାର କରାଯିବା ପ୍ରସ୍ତାବ ରହିଛି।ବିଶେଷଜ୍ଞ ଦଳର ଗସ୍ତ ସମୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବୈଷୟିକ ଆଲୋଚନା କରିଥିଲେ।

ଭୂସ୍ଖଳନ ସମସ୍ୟାର ସମାଧାନ ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଗସ୍ତ ସମୟରେ ସିସିଈ ବ୍ରହ୍ମପୁର ପ୍ରକାଶ ବେହେରା ଏବଂ ସହକାରୀ ଯନ୍ତ୍ରୀ ସତିଶ ପଟେଲ,ଯନ୍ତ୍ରୀ ସୌରଭ ମହାନ୍ତି, ଓ ରେଢ଼ାଖୋଲ ଏସଡିଓ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହିବସହଯୋଗ କରିଥିଲେ।

କଳିଙ୍ଗା ଘାଟିରେ ଭୂସ୍ଖଳନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଶେଷଜ୍ଞଙ୍କ ଏହି ଅନୁଧ୍ୟାନ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି।

ଭବିଷ୍ୟତରେ କଳିଙ୍ଗା ଘାଟି ରାସ୍ତାର ସ୍ଥାୟୀ ନିରାକରଣ ବିପଦମୁକ୍ତ ଯାତାୟତ ରେ ବିଶେଷଜ୍ଞ ମାନଙ୍କ ଆଜିର ଗସ୍ତ ବେଶ ସହାୟକ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)