Junk Food: ପିଲାଙ୍କର ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ କିପରି ଛଡ଼ାଇବେ?

Aug 24, 2026 - 17:02
Junk Food: ପିଲାଙ୍କର ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ କିପରି ଛଡ଼ାଇବେ?

"ଭୁବନେଶ୍ୱର:ପିଜା, ବର୍ଗର, ଫ୍ରେଞ୍ଚ ଫ୍ରାଇଜ୍, ଚିପ୍ସ ଓ ନୁଡୁଲ୍ସ ପରି ଜଙ୍କ୍ ଫୁଡ୍ ପିଲାମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ।

ତେବେ ପିଲାମାନେ ଘରର ସ୍ୱାସ୍ଥ୍ୟକର ଖାଦ୍ୟ ଛାଡ଼ି ସବୁବେଳେ ଜଙ୍କ୍ ଫୁଡ୍ ଖାଇବାକୁ ଜିଦ୍ କଲେ, ଏହା ବାପା-ମା"ଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ।

ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ନିୟମ ବାବଦରେ କହିବୁ |Advertisment ୧.

ପିଲାଙ୍କୁ ବାଧ୍ୟ କରି ଖୁଆନ୍ତୁ ନାହିଁଯଦି ପିଲା ପରିବା, ଡାଲି କିମ୍ବା କୌଣସି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ମନା କରୁଛି, ତେବେ ତାକୁ ଜୋରଜବରଦସ୍ତ ଖୁଆନ୍ତୁ ନାହିଁ।

ଏପରି କରିବା ଦ୍ୱାରା ପିଲାର ମନରେ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୁଏ।

ଖାଇବା ଟେବୁଲକୁ ଗାଳିଗୁଲଜ କିମ୍ବା ଜୋରଜବରଦସ୍ତ କରିବାର ସ୍ଥାନ ନକରି, ପରିବାର ସହ ଶାନ୍ତିରେ ସମୟ ବିତାଇବାର ସ୍ଥାନ ବନାନ୍ତୁ।

ଆହୁରି ପଢନ୍ତୁ: Ocean Winner Ship Mystery ଖୋଲିପାରୁନି "ଓସେନ୍ ୱିନର"ଜାହଜର ଡୁବିବା ଘଟଣାର ରହସ୍ୟ ୨.

ଖାଦ୍ୟକୁ "ପୁରସ୍କାର" ଭାବେ ଦିଅନ୍ତୁ ନାହିଁପିଲା ହୋମୱାର୍କ ସାରିଦେଲେ କିମ୍ବା ଭଲ ନମ୍ବର ଆଣିଲେ ତାକୁ ପୁରସ୍କାର ସ୍ୱରୂପ ଚକୋଲେଟ୍, ଆଇସକ୍ରିମ୍ କିମ୍ବା ବର୍ଗର-ପିଜା ଖୁଆଇବାର ଅଭ୍ୟାସ ଛାଡ଼ନ୍ତୁ।

ଏହା ଦ୍ୱାରା ପିଲା ଭାବିଥାଏ ଯେ ଜଙ୍କ୍ ଫୁଡ୍ ଖାଇବା ଖୁସି ଓ ସଫଳତାର ସଙ୍କେତ।

ତେଣୁ ତାକୁ ଖାଦ୍ୟ ବଦଳରେ ବାହାରେ ବୁଲାଇବା, ଖେଳିବା କିମ୍ବା ଅନ୍ୟ କୌଣସି ପସନ୍ଦର ଆକ୍ଟିଭିଟି କରାଇ ପ୍ରୋତ୍ସାହିତ କରନ୍ତୁ।

ଆହୁରି ପଢନ୍ତୁ: Government Jobs: ରାଉରକେଲା ଇସ୍ପାତ କାରଖାନାରେ ଚାକିରି ସୁଯୋଗ; ଶୀଘ୍ର କରନ୍ତୁ ଆବେଦନ ୩.

ନିଜେ ସ୍ୱାସ୍ଥ୍ୟକର ଖାଦ୍ୟର ଅଭିଯୋଗ କରନ୍ତୁ ନାହିଁପିଲାମାନେ ସବୁବେଳେ ବାପା-ମା"ଙ୍କୁ ଦେଖି ଶିଖନ୍ତି।

ଯଦି ବାପା-ମା" ନିଜେ ପରିବା କିମ୍ବା ସାଲାଡ୍ ଖାଇବା ସମୟରେ ଏହା ସ୍ଵାଦହୀନ ବୋଲି କହିବେ, ତେବେ ପିଲା ମଧ୍ୟ ସେୟା ଭାବିବ।

ଯଦି ବାପା-ମା" ନିଜେ ଫଳ, ପରିବା ଓ ଘରର ପୌଷ୍ଟିକ ଖାଦ୍ୟ ଖାଇବେ, ତେବେ ପିଲା ପାଇଁ ମଧ୍ୟ ସେଗୁଡ଼ିକ ସାଧାରଣ ଅଭ୍ୟାସରେ ପରିଣତ ହୋଇଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)