Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ପଞ୍ଜାବ ହାଇକୋର୍ଟ

Aug 13, 2026 - 23:30
Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ପଞ୍ଜାବ ହାଇକୋର୍ଟ

"ନୂଆଦିଲ୍ଳୀ: ପଞ୍ଜାବରେ ୪୫୪ ଜଣ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରୋକ୍ ଲଗାଇଛନ୍ତି।

ଜୁଲାଇ ୧୯ରେ ହୋଇଥିବା ପରୀକ୍ଷା‌କୁ ନେଇ ଠକେଇ ରୢାକେଟ୍‌ ବିବାଦ ଉପୁଜିବାପରେ ହାଇକୋର୍ଟ ଏହି ନିଯୁକ୍ତି ଉପରେ ରୋକ୍‌ ଲଗାଇଛନ୍ତି।

ଏଥିସହ ମାର୍କ ବଣ୍ଟନରେ ଅନିୟମିତତା ଅଭିଯୋଗରେ ୪୧ ଜଣ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଏବଂ ୪୪ ଜଣ କ୍ଲଷ୍ଟର କୋଅର୍ଡିନେଟର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।Advertisment ପଞ୍ଜାବ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ନିଯୁକ୍ତି ପାଇଁ ଜୁଲାଇ ୧୯ରେ ହୋଇଥିବା ଲିଖିତ ପରୀକ୍ଷାକୁ ବାତିଲ କରିବା ଦାବିରେ କେଶବ କମ୍ବୋଜ ଓ ଅନ୍ୟମାନେ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରୋକ୍ ଲଗାଇଛନ୍ତି।

ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଏକ ସଂଗଠିତ ଠକେଇ ଯୋଗୁ ପରୀକ୍ଷାର ନିରପେକ୍ଷତା ପ୍ରଭାବିତ ହୋଇଛି।

ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।

ସେପର୍ଯ୍ୟନ୍ତ ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍ ବଳବତ୍ତର ରହିବ।

କୋର୍ଟଙ୍କ ଏହି ଆଦେଶକୁ ନେଇ ବିଜେପି ଗୁରୁବାର ଆମ୍ ଆଦମୀ ପାର୍ଟି (ଆପ୍)ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛି।

ପଞ୍ଜାବ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ କୋର୍ଟଙ୍କ ଆଦେଶ ଗମ୍ଭୀର ପ୍ରଶ୍ନ ଉଠାଇଛି ବୋଲି ଦଳ କହିଛି।

Judgement: ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗରେ ହାଇକୋର୍ଟଙ୍କ ଜବାବ ତଲବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ପ୍ରଶ୍ନ କରିଛନ୍ତି ଯେ କେଜ୍ରିୱାଲ କ"ଣ ଏବେ ପଞ୍ଜାବ ସରକାରଙ୍କ ଇସ୍ତଫା ଦାବି କରିବେ।

ସେ ସଂସଦରେ ବିରୋଧୀ ଦଳର ଆଚରଣ ସହ ଏହି ପ୍ରସଙ୍ଗକୁ ଯୋଡ଼ି ଅଭିଯୋଗ କରିଛନ୍ତି ଯେ ଛାତ୍ରମାନଙ୍କ ପାଇଁ କଥା କହୁଥିବା ନେତାମାନେ ପଞ୍ଜାବ ଏବଂ ଝାଡ଼ଖଣ୍ଡରେ ଘଟୁଥିବା ଘଟଣା ଉପରେ ନୀରବ ରହିଛନ୍ତି।

ପଞ୍ଜାବରେ ଆଉ ଏକ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ହାଇକୋର୍ଟ ରୋକ୍ ଲଗାଇଛନ୍ତି।

ବୁଧବାର ପଞ୍ଜାବ ଷ୍ଟେଟ୍ ରୁରାଲ୍ ଲାଇଭ୍‌ଲିହୁଡ୍‌ସ ମିସନ ଅଧୀନରେ ୪୧ ଜଣ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଏବଂ ୪୪ ଜଣ କ୍ଲଷ୍ଟର କୋଅର୍ଡିନେଟରଙ୍କ ନିଯୁକ୍ତି ଉପରେ ସେପ୍ଟେମ୍ବର ୨ର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି।

ଏହି ପଦବିଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁଆରିରେ ଆରମ୍ଭ ହୋଇଥିଲା ଏବଂ ଫେବ୍ରୁଆରିରେ ଫଳାଫଳ ପ୍ରକାଶ ପାଇଥିଲା।

ପରୀକ୍ଷାରେ ୭୦ ମାର୍କ ଥିବାବେଳେ ସାକ୍ଷାତକାର, ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ପାଇଁ ପ୍ରତ୍ୟେକ ୧୦ ମାର୍କ ରହିଥିଲା।

ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ପ୍ରକାଶିତ ଫଳାଫଳରେ ଲିଖିତ ପରୀକ୍ଷାର ୭୦ ମାର୍କ ବ୍ୟତୀତ ଅବଶିଷ୍ଟ ୩୦ ମାର୍କ କିପରି ପ୍ରଦାନ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ।

ଫଳାଫଳରେ କେବଳ ପ୍ରାର୍ଥୀଙ୍କ ମୋଟ୍‌ ମାର୍କ ଉଲ୍ଲେଖ ଥିଲା, ପ୍ରତ୍ୟେକ ବିଭାଗରେ କେତେ ମାର୍କ ମିଳିଛି ତାହା ଦର୍ଶାଯାଇନଥିଲା।

ହାଇକୋର୍ଟ ସମ୍ପୂର୍ଣ୍ଣ ରେକର୍ଡ ତଲବ କରିବା ସହ ରୁରାଲ୍ ଡେଭଲପମେଣ୍ଟ ବିଭାଗର ଆଇନଜୀବୀ ଓ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ।

ରେକର୍ଡ ଯାଞ୍ଚ ସମୟରେ କମିଟି ମାର୍କ ପ୍ରଦାନରେ ଅନିୟମିତତା ଥିବା ଜାଣିବାକୁ ପାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media