Judgement: ସୁପ୍ରିମ୍‌କୋର୍ଟରେ ଦୁଇ ବରିଷ୍ଠ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ, ହସ୍ତକ୍ଷେପ କଲେ ସିଜେଆଇ ସୂର୍ଯ୍ୟକାନ୍ତ

Sep 02, 2026 - 23:26
Judgement: ସୁପ୍ରିମ୍‌କୋର୍ଟରେ ଦୁଇ ବରିଷ୍ଠ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ, ହସ୍ତକ୍ଷେପ କଲେ ସିଜେଆଇ ସୂର୍ଯ୍ୟକାନ୍ତ

"ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ବୁଧବାର ଏକ ଆବେଦନର ଶୁଣାଣି ସମୟରେ ଦୁଇ ବରିଷ୍ଠ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଉପସ୍ଥିତିରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଓ ମାଥ୍ୟୁସ୍‌ ନେଦୁମ୍ପାରାଙ୍କ ମଧ୍ୟରେ ଆବେଦନର ଉଦ୍ଦେଶ୍ୟ ଓ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଖଲକୁ ନେଇ ବିତର୍କ ହୋଇଥିଲା।

ପରିସ୍ଥିତି ବିଗିଡ଼ିବାରୁ ସିଜେଆଇ ସୂର୍ଯ୍ୟକାନ୍ତ ନିଜେ ହସ୍ତକ୍ଷେପ କରି ମାମଲା ଉପରେ ଅଦାଲତ ବିଚାର କରିବେ ବୋଲି କହିଥିଲେ।Advertisment ଏହି ମାମଲାରେ ଅଶ୍ୱିନୀ ଉପାଧ୍ୟାୟ ଆଇନ ଶିକ୍ଷା ପାଇଁ ଏକ ଜାତୀୟ ଆଇନ ଶିକ୍ଷା ଆୟୋଗ ଗଠନ ଦାବି କରିଥିଲେ।

ତାଙ୍କ ଯୁକ୍ତି ଥିଲା, ବିଶ୍ୱବିଦ୍ୟାଳୟ ପାଇଁ ୟୁଜିସି, ମେଡିକାଲ୍‌ କଲେଜ ପାଇଁ ନ୍ୟାସନାଲ୍‌ ମେଡିକାଲ୍‌ କମିସନ୍‌ ଓ ଇଞ୍ଜିନିୟରିଂ କଲେଜ ପାଇଁ ଏଆଇସିଟିଇ ରହିଛି।

କିନ୍ତୁ ଆଇନ ମହାବିଦ୍ୟାଳୟର ପାଠ୍ୟକ୍ରମ ଓ ସିଲାବସ୍‌ର ସମୀକ୍ଷା ପାଇଁ ସେଭଳି କୌଣସି ସ୍ୱତନ୍ତ୍ର ଆୟୋଗ ନାହିଁ ବୋଲି ସେ କହିଥିଲେ।

ଆଇନ ପାଠ୍ୟକ୍ରମର ସିଲାବସ୍‌, ଅବଧି ଓ ଅନ୍ୟ ବିଷୟର ସମୀକ୍ଷା ପାଇଁ ଏହି ଆୟୋଗ ଗଠନ କରିବାକୁ ସେ ଦାବି କରିଥିଲେ।

ଏହି ମାମଲାରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ୟୁଜିସି, ଆଇନ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ନୋଟିସ୍‌ ଜାରି ହୋଇଥିବା ସେ କହିଥିଲେ।

Sexual Harassment : ମୁହଁ ଖୋଲିଲେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଶୁଣାଣି ସମୟରେ ମାଥ୍ୟୁସ୍‌ ନେଦୁମ୍ପାରା ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହେଉଥିବା ପିଆଇଏଲ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ।

ସେ କହିଥିଲେ ଯେ ଉପାଧ୍ୟାୟ ବହୁ ପିଆଇଏଲ୍‌ ଦାଖଲ କରୁଛନ୍ତି ଏବଂ ପିଆଇଏଲ୍‌ ଦାଖଲ କରିବା ଏକ ପ୍ରକାର ବ୍ୟବସାୟରେ ପରିଣତ ହୋଇଛି।

ଏହାର ଜବାବରେ ଉପାଧ୍ୟାୟ ତାଙ୍କୁ "ଆପଣ କିଏ" ବୋଲି ପ୍ରଶ୍ନ କରିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ହୋଇଥିଲା।

ପରିସ୍ଥିତି ଅଧିକ ଜଟିଳ ହେବାରୁ ସିଜେଆଇ ସୂର୍ଯ୍ୟକାନ୍ତ ହସ୍ତକ୍ଷେପ କରିଥିଲେ।

ଅଦାଲତ ଆବେଦନ ଉପରେ ବିଚାର କରିବେ ବୋଲି ସେ କହିବା ସହ ଦୁଇ ଓକିଲଙ୍କ ବିତର୍କକୁ ନେଇ କହିଥିଲେ, "ଆଜି ସକାଳେ ଆମର ମନୋରଞ୍ଜନ କରିଥିବାରୁ ଧନ୍ୟବାଦ।" ଏହାପରେ ଶୁଣାଣିକୁ ମୁଖ୍ୟ ପ୍ରସଙ୍ଗକୁ ଫେରାଇ ନିଆଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)