Judgement: ପତ୍ନୀ ହତ୍ୟାକାରୀର ଫାଶୀ ଦଣ୍ଡ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କଲେ ହାଇକୋର୍ଟ

Aug 25, 2026 - 21:39
Judgement: ପତ୍ନୀ ହତ୍ୟାକାରୀର ଫାଶୀ ଦଣ୍ଡ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କଲେ ହାଇକୋର୍ଟ

"କଟକ: ୨୦୨୨ରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆଠାରେ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା ଓ ୬ ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ ମାମଲାରେ ଅସାମୀ ସଂଜିତ ଦାଶ ଓରଫ ବାଙ୍କୁକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।

ଅନ୍ୟପକ୍ଷରେ ସର୍ବନିମ୍ନ ୩୫ ବର୍ଷ ଜେଲ ଦଣ୍ଡ ଭୋଗ ନ କରିବା ପର୍ଯ୍ୟନ୍ତ ଦଣ୍ଡ କୋହଳ ପ୍ରସଂଗରେ ବିଚାର ପାଇଁ ଆସାମୀ ଯୋଗ୍ୟ ହେବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଏହା ଅତିରୁ ଅତି ବିରଳ ବର୍ଗର ମାମଲାରେ ଆସୁ ନଥିବାରୁ ହାଇକୋର୍ଟ ମୃତ୍ୟୁ ଦଣ୍ଡକୁ କୋହଳ କରି ଆଜୀବନକୁ ପରିବର୍ତ୍ତନ କରିଛନ୍ତି।Advertisment ଭୁବନେଶ୍ବର ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ସଂଜିତକୁ ଆଇପିସିର ଦଫା ୩୦୨, ୩୦୭, ୩୨୬ ଓ ୩୨୪ରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଦଫା ୩୨୬ ଓ ୩୨୪ରେ ପ୍ରଦାନ କରାଯାଇଥିବା ଦଣ୍ଡକୁ ରଦ୍ଦ କରିଛନ୍ତି।

ଅନ୍ୟପକ୍ଷରେ ଦଫା ୩୦୨ ଓ ୩୦୭ରେ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଦୌରା ଜଜ ଅଦାଲତ ୨୦୨୪, ଜୁଲାଇ ୩୦ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।

କିନ୍ତୁ ମୃତ୍ୟୁ ଦଣ୍ଡକୁ ଆଜୀବନ କରାଦଣ୍ଡକୁ ପରିବର୍ତ୍ତିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କ ୧୦ ବର୍ଷ ଓ ୪ ବର୍ଷର ଦୁଇ ପିଲାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଦୁଇ ପୀଡ଼ିତ ପିଲାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ମଞ୍ଜୁର କରିଥିଲା।

ଦୁଇ ପିଲା ଏବେ ଜେଜେ ମା"ଙ୍କ ପାଖରେ ରହୁଥିବା ବେଳେ ଏହି ରାଶି ଗ୍ରହଣ କରିବାକୁ ଜେଜେ ମା" ମନା କରିଥିଲେ।

ଏଭଳି ସ୍ଥିତିରେ ପୂର୍ବରୁ ଡିଏଲଏସଏ ମଞ୍ଜୁର କରିଥିବା କ୍ଷତିପୂରଣ ରାଶି ଓ ଆଜି ନିର୍ଦ୍ଦେଶରେ ଉଲ୍ଲେଖ କ୍ଷତିପୂରଣ ରାଶି ଦୁଇ ପିଲାଙ୍କ ନାମରେ ସେମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏକ ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ ରଖାଯିବ।

ଏଥି ସହିତ ଜୀବନର କୌଣସି ମୌଳିକ ଆବଶ୍ୟକତାରୁ ଦୁଇ ପିଲା ଯେପରି ବଞ୍ଚିତ ନ ହେବେ ତାହା ସୁନିଶ୍ଚିତ କରିବା ପାଇଁ ଡିଏଲଏସଏ ପାରା ଲିଗାଲ ସ୍ବେଚ୍ଛାସେମୀ(ପିଏଲଭି) ସେମାନଙ୍କ ଘରକୁ ପଠାଇବେ।

ପ୍ରତି ୬ ମାସରେ ପିଏଲଭି ଡିଏଲଏସଏ ଅଧ୍ୟକ୍ଷଙ୍କ ନିକଟରେ ଏ ସଂପର୍କିତ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତ୍ୟୁ ଦଣ୍ଡ ଅନୁମୋଦନ ସଂପର୍କିତ ମାମଲା ଓ ଏହାକୁ ଦଣ୍ଡକୁ ଚାଲେଞ୍ଜ କରି ଆସାମୀ ଦାୟର କରିଥିବା ଅପିଲର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Murder: ମୁମ୍ବାଇରେ ଚଳନ୍ତା ଲୋକାଲ୍‌ ଟ୍ରେନ୍‌ରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ଜୁନ ୯ରେ ପତ୍ନୀ ସରସ୍ବତୀ ଦାସଙ୍କୁ ସ୍ବାମୀ ସଂଜିତ ଅତି ନିର୍ମମ ଭାବେ ନିଜ ଦୁଇ ଛୁଆଙ୍କ ସାମ୍ନାରେ ୪୯ଥର‌ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଏହି ସମୟରେ ନିକଟରେ ଥିବା ୬ ବର୍ଷିୟା ଝିଅର ତଣ୍ଟି କାଟି ହତ୍ୟା କରିବାକୁ ସଂଜିତ ଉଦ୍ୟମ କରିଥିଲା।

ଏହି ସମୟରେ ପାଖରେ ଖଟ ଉପରେ ତିନିଦିନର ଛୁଆ ମଧ୍ୟ ଥିଲା।

ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସଞ୍ଜିତକୁ ଗିରଫ କରିଥିଲା।

ଏହି ମାମଲାର ଶୁଣାଣିରେ ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ ସହଯୋଗ ପାଇଁ ହାଇକୋର୍ଟ ତାଙ୍କୁ ପ୍ରଶଂସା କରିଛନ୍ତି।

ଏଥି ସହିତ ଏଜିଏ ପାର୍ଥସାରଥି ନାୟକଙ୍କୁ ମଧ୍ୟ ହାଇକୋର୍ଟ ପ୍ରଶଂସା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)