Judgement: ନାବାଳିକାଙ୍କୁ ଭୟଭୀତ କରାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

Sep 10, 2026 - 20:30
Judgement: ନାବାଳିକାଙ୍କୁ ଭୟଭୀତ କରାଯାଇପାରିବ ନାହିଁ: ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଜୁଲାଇରେ ହୋଇଥିବା "କକ୍ରୋଚ୍‌ ଜନତା ପାର୍ଟି" (ସିଜେପି) ଆନ୍ଦୋଳନ ସମୟରେ ଜଣେ ନାବାଳିକା ଆନ୍ଦୋଳନକାରୀଙ୍କୁ ଧମକ ଓ ଭୟଭୀତ କରାଯାଉଥିବା ଅଭିଯୋଗକୁ ନେଇ ଗୁରୁବାର ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଆପରାଧିକ ମାମଲା ଚାଲୁ ରଖିଥିବାରୁ ଜଣେ ନାବାଳିକା କିମ୍ବା ତାଙ୍କ ପରିବାରକୁ କେହି ଧମକାଇ ପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ଭି.

ମୋହନା ମଧ୍ୟ ଥିଲେ।Advertisment ୧୪ ବର୍ଷୀୟା ନାବାଳିକାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଦକ୍ଷିଣପନ୍ଥୀ ଇନ୍‌ଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ବିରୋଧରେ ଏତଲା ଦେବା ପରେ ତାଙ୍କୁ ହଇରାଣ କରାଯାଉଛି।

ଏପରିକି ନାବାଳିକାଙ୍କ ଘରେ ଢେଲାମାଡ଼ ହୋଇଥିବା ମଧ୍ୟ ଓକିଲ ଅଭିଯୋଗ କରିଥିଲେ।

ଭାରଦ୍ୱାଜ ଏକ ଭିଡିଓରେ ସିଜେପି ଆନ୍ଦୋଳନ ସମୟରେ ନାବାଳିକାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଦାବି କରିଥିଲେ।

କୋର୍ଟ କହିଥିଲେ, ଯଦି ଅଭିଯୁକ୍ତମାନେ ମୁକ୍ତ ଭାବେ ବୁଲି ଶିଶୁ କିମ୍ବା ତାଙ୍କ ପରିବାରକୁ ଆପରାଧିକ ମାମଲା ଆଗକୁ ନ ବଢ଼ାଇବା ପାଇଁ ଧମକାଉଛନ୍ତି, ତାହା ଅତ୍ୟନ୍ତ ଗମ୍ଭୀର ବିଷୟ।

Supreme Court: ଆରାବଳୀ କମିଟିକୁ ଅଧିକ ସମୟ ଦେଲେନି ସୁପ୍ରିମ୍‌କୋର୍ଟ ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ହାଲୁକା ଭାବେ ନିଆଯାଇପାରିବ ନାହିଁ।

କାହାକୁ ସୁରକ୍ଷା ଦିଆଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ।

ଭାରଦ୍ୱାଜଙ୍କ ବିରୋଧରେ ପୂର୍ବରୁ ଦାଏର ଏତଲାରେ ସେପ୍ଟେମ୍ବର ୫ରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଏବଂ ଆପରାଧିକ ଧମକ ସମ୍ପର୍କିତ ଧାରା ଯୋଡ଼ାଯାଇଥିଲା।

ଜୁଲାଇ ୨୦ର ଆନ୍ଦୋଳନ ସମୟରେ ନାବାଳିକାଙ୍କ ବାପାଙ୍କୁ ଭାରଦ୍ୱାଜ ଆକ୍ରମଣ କରିଥିବା ଅଭିଯୋଗ ରହିଛି।

ଏହି ମାମଲାରେ ଗିରଫ ଦାବି କରି ସିଜେପି ପକ୍ଷରୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନା ସମ୍ମୁଖରେ ପ୍ରତିବାଦ ପରେ ବୁଲନ୍ଦସହରରୁ ଭାରଦ୍ୱାଜଙ୍କୁ ଧରାଯାଇଥିଲା।

ନାବାଳିକାଙ୍କ ଓକିଲ ଆହୁରି କହିଥିଲେ ଯେ, ଅଭିଯୁକ୍ତଙ୍କ ସହ ଥିବା କିଛି ଲୋକଙ୍କ ବିରୋଧରେ ତଦନ୍ତ ନକରି ନାବାଳିକାଙ୍କ ବିରୋଧରେ ମଧ୍ୟ ଏତଲା କରାଯାଇଛି।

ତାଙ୍କ ଘରେ ଢେଲାମାଡ଼ର ଭିଡିଓ ମଧ୍ୟ କୋର୍ଟରେ ଦାଖଲ କରାଯାଇପାରିବ ବୋଲି ସେ କହିଥିଲେ।

ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କୁ ନାବାଳିକାଙ୍କ ଏତଲା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିବା ସହ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)