Judgement: ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇ ହୋଇଥିବା ମାନହାନି ମାମଲା: ରାହୁଲ ଗାନ୍ଧୀ ନିର୍ଦ୍ଦୋଷରେ ଖଲାସ

Oct 26, 2026 - 12:18
Judgement: ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇ ହୋଇଥିବା ମାନହାନି ମାମଲା: ରାହୁଲ ଗାନ୍ଧୀ ନିର୍ଦ୍ଦୋଷରେ ଖଲାସ

ସୁଲତାନପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ସୁଲତାନପୁରର ଏକ କୋର୍ଟ ମାନହାନି ମାମଲା ରେ ଏକ ଫୌଜଦାରି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରାଯାଇଛି ବୋଲି ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ଶୁଭମ ବର୍ମାଙ୍କ କୋର୍ଟ ରାୟ ଦେଇଛନ୍ତି।

ଶୁଣାଣି ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।

Advertisment ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଏକ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ସହିତ ଜଡିତ।

୮ ବର୍ଷ ପରେ ମାମଲାରେ ରାହୁଲ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

କୋର୍ଟଙ୍କ ନିଷ୍ପତ୍ତିରେ ରାହୁଲ ଗାନ୍ଧୀଙ୍କ ସମର୍ଥକମାନେ କୃତଜ୍ଞତା ଏବଂ ଆନନ୍ଦ ପ୍ରକାଶ କରିଛନ୍ତି।ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଆରାଧନା ମିଶ୍ର କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୀ ମାନହାନି ମାମଲାରେ ଦୋଷମୁକ୍ତ ହୋଇଛନ୍ତି, ସତ୍ୟର ବିଜୟ ହୋଇଛି!

Judgement: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)