Judgement: ୧୪ ଦିନ ବିଚାରବିଭାଗୀୟ ହାଜତ ଗଲେ ସିୟା ଗୋୟଲ, ଚେତନ

ମୁମ୍ବାଇ: କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୁଣେ କୋର୍ଟ ଶୁକ୍ରବାର ସିୟା ଗୋୟଲ ଏବଂ ଚେତନ ଚୌଧାରୀଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ୨ ଅଭିଯୁକ୍ତଙ୍କ ପୁଲିସ ରିମାଣ୍ଡ ଶେଷ ହେବାପରେ ଆଜି ସେମାନଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ ଏ ଏମ୍ ବିଭୂତିଙ୍କ ନିକଟରେ ହାଜର କରାଯାଇଥିଲା। ପୁଲିସ ୨ ଅଭିଯୁକ୍ତଙ୍କୁ ଅଧିକ ୩ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା।
ସେମାନଙ୍କ ମଧ୍ୟରେ ସାଇନ୍ ଏବଂ କୋଡ୍ ବ୍ୟବହାର କରି କଥାବାର୍ତ୍ତା ହୋଇଥିବା ପୁଲିସ କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ପୁଲିସର ଏହି ଆବେଦନକୁ ବିରୋଧ କରିଥିଲେ। ପୁଲିସକୁ ଯଥେଷ୍ଟ ସମୟ ଦିଆଯାଇଥିବା ଅଭିଯୁକ୍ତଙ୍କ ଆଇନଜୀବୀ କହିଥିଲେ। ତେବେ କୋର୍ଟ ଉଭୟ ପକ୍ଷ ଶୁଣିବାପରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି।
Murder: ପୁଣେରେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ବାଗ୍ଦତ୍ତା ଓ ପ୍ରେମିକଙ୍କୁ ପଚରାଉଚରା
ଅନ୍ୟପକ୍ଷେ ଏହି ହତ୍ୟା ମାମଲାର ତଦନ୍ତରେ ଏକ ନୂଆ ଟ୍ବିଷ୍ଟ୍ ଆସିଛି। ପୁଲିସ ଏହି ମାମଲାରେ ବିଡ୍ରୁ ଜଣେ ଯୁବକଙ୍କୁ ଉଠାଇ ନେଇ ଜେରା କରୁଛି। ଉକ୍ତ ଯୁବକ ଜଣଙ୍କ ଚେତନଙ୍କ ବନ୍ଧୁ ଏବଂ ତାଙ୍କ ସହପାଠୀ ବୋଲି ଜଣାପଡ଼ିଛି। ଉଭୟ ଚେତନ ଏବଂ ସିୟା ସେମାନଙ୍କ ହତ୍ୟା ଯୋଜନା ସମ୍ପର୍କରେ ଉକ୍ତ ଯୁବକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତଦନ୍ତକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ହତ୍ୟା ପରେ ଚେତନ ପ୍ରଥମେ ଯୁବକଙ୍କୁ ଭେଟିଥିଲେ ଏବଂ ସିୟା ମଧ୍ୟ ଏହି ଘଟଣା ପରେ ତାଙ୍କ ସହ କଥା ହୋଇଥିଲେ। ଉକ୍ତ ଯୁବକ ଜଣଙ୍କ ବିଡ଼ ଜିଲ୍ଲା ବାସିନ୍ଦା। ସେ ବାଲେୱଡ଼ିର ଏକ ଘରୋଇ କମ୍ପାନିରେ କାମ କରୁଥିଲେ।