Judgement: ସମ୍ପତ୍ତି ବିବାଦରେ ପୁଅକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ

Sep 10, 2026 - 19:26
Judgement: ସମ୍ପତ୍ତି ବିବାଦରେ ପୁଅକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ

"ନୂଆଦିଲ୍ଲୀ: ସମ୍ପତ୍ତି ବିବାଦକୁ ନେଇ ମାତାପିତାଙ୍କ ବିରୋଧରେ ଆଇନଗତ ଲଢ଼େଇ କରୁଥିବା ଜଣେ ପୁଅଙ୍କୁ ଗୁରୁବାର କଡ଼ା ତାଗିଦ କରିଛନ୍ତି ସୁପ୍ରିମ୍‌କୋର୍ଟ।

ଦିଲ୍ଲୀର ଏହି ସମ୍ପତ୍ତି ବିବାଦରେ ପୁଅର ଆବେଦନ ଖାରଜ କରିବା ସହ ତାଙ୍କୁ ମା"ଙ୍କ ନିକଟକୁ ଯାଇ କ୍ଷମା ମାଗିବା ଏବଂ ପାଦ ଛୁଇଁ ଆଶୀର୍ବାଦ ନେବାକୁ କହିଛନ୍ତି କୋର୍ଟ।

ଜଷ୍ଟିସ୍‌ ସତୀଶ ଚନ୍ଦ୍ର ଶର୍ମା ଓ ଏନ୍.

କୋଟୀଶ୍ୱର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।Advertisment ମାତାପିତା ନିଜ ରୋଜଗାରର ଟଙ୍କାରେ ଦିଲ୍ଲୀରେ ଏହି ଘର ତିଆରି କରିଥିଲେ।

ପୁଅ ଓ ବୋହୂଙ୍କ ପ୍ରତି ସ୍ନେହ ଯୋଗୁଁ ସେମାନଙ୍କୁ ଘରର ପ୍ରଥମ ମହଲାରେ ବିନା ଭଡ଼ାରେ ରହିବାକୁ ଅନୁମତି ଦେଇଥିଲେ।

ପରେ ପୁଅ ଓ ତାଙ୍କ ପତ୍ନୀ ଜାଲ୍‌ ଦସ୍ତାବିଜ ଆଧାରରେ ଘର ଉପରେ ମାଲିକାନା ଦାବି କରିଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ମାତାପିତାଙ୍କ ସହ ସେମାନଙ୍କର ସମ୍ପତ୍ତି ବିବାଦ ଦେଖାଦେଇଥିଲା।

ତଳ କୋର୍ଟ ମାତାପିତାଙ୍କ ସପକ୍ଷରେ ରାୟ ଦେଇଥିଲେ।

ପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସେହି ରାୟକୁ ବଜାୟ ରଖିଥିଲେ।

ଏହା ବିରୋଧରେ ପୁଅ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହେଲେ ସୁପ୍ରିମ୍‌କୋର୍ଟ ମଧ୍ୟ ତାଙ୍କ ଆବେଦନ ଖାରଜ କରି ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି।

Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ନିଯୁକ୍ତିି ଶୁଣାଣି: ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?

ଶୁଣାଣି ସମୟରେ ଜଷ୍ଟିସ୍‌ ସତୀଶ ଚନ୍ଦ୍ର ଶର୍ମା କହିଥିଲେ, ପୁଅର ଏଭଳି ଆଚରଣ ଠିକ୍‌ କି?

ସେ ମା"ଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଉଚିତ।

ମା"ଙ୍କଠାରୁ କ୍ଷମା ମାଗିବା ଦରକାର ବୋଲି ମଧ୍ୟ ଖଣ୍ଡପୀଠ କହିଥିଲେ।

ଭାରତୀୟ ସମାଜ ଓ ବିଭିନ୍ନ ଧର୍ମରେ ମା"ଙ୍କୁ ଦିଆଯାଇଥିବା ସମ୍ମାନଜନକ ସ୍ଥାନକୁ କୋର୍ଟ ଉଲ୍ଲେଖ କରିଥିଲେ।

ଏହା ସହ ପୁଅକୁ ୬୦ ଦିନ ମଧ୍ୟରେ ଘର ଖାଲି କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାତାପିତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ତାଙ୍କୁ କୁହାଯାଇଛି।

ସମ୍ପତ୍ତି ପାଇଁ ମାତାପିତାଙ୍କୁ ହଇରାଣ କରୁଥିବା ସନ୍ତାନଙ୍କ ଏଭଳି ଆଚରଣକୁ ଆଇନର ସୁରକ୍ଷା ମିଳିପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)