Judgement: ମହିଳା ଅଧିକାରୀଙ୍କ କାନ୍ଧ ଧରିବା ଯୌନ ଉତ୍ପୀଡ଼ନ ନୁହେଁ

Aug 28, 2026 - 20:00
Judgement: ମହିଳା ଅଧିକାରୀଙ୍କ କାନ୍ଧ ଧରିବା ଯୌନ ଉତ୍ପୀଡ଼ନ ନୁହେଁ

"ମୁମ୍ବାଇ: ଜଣେ ମହିଳା ସରକାରୀ ଅଧିକାରୀଙ୍କ ଡାହାଣ କାନ୍ଧ ଧରି ଚାପିବା ଏବଂ ତାଙ୍କୁ ଠେଲିଦେବା ଘଟଣା ସବୁ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅପରାଧ ଭାବେ ବିବେଚିତ ହୋଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କ କୋହ୍ଲାପୁର ଖଣ୍ଡପୀଠ କହିଛନ୍ତି।

ତେବେ ଏପରି କାର୍ଯ୍ୟ ଜଣେ ମହିଳାଙ୍କ ସମ୍ମାନହାନି କରିପାରେ ବୋଲି ଦର୍ଶାଇ ଅଦାଲତ ଅଭିଯୁକ୍ତ କୃଷକ ଗିରିଶ ନିଗୋଣ୍ଡା ପାଟିଲଙ୍କୁ ଆଂଶିକ ଆଶ୍ୱସ୍ତି ଦେଇଛନ୍ତି।

ଯୌନ ଉତ୍ପୀଡ଼ନ ସମ୍ପର୍କିତ ଭାରତୀୟ ଦଣ୍ଡବିଧିର ଧାରା ୩୫୪-ଏ ଅନୁଯାୟୀ ଅଭିଯୋଗକୁ ରଦ୍ଦ କରାଯାଇଥିବାବେଳେ ଅନ୍ୟ ଅଭିଯୋଗଗୁଡ଼ିକୁ ବଜାୟ ରଖାଯାଇଛି।Advertisment କୋହ୍ଲାପୁର ଖଣ୍ଡପୀଠର ଏକକ ବିଚାରପତି ଜଷ୍ଟିସ୍‌ ଅଭୟ ମନ୍ତ୍ରୀ ଏହି ମାମଲାର ଶୁଣାଣି କରିଥିଲେ।

ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନିଯୁକ୍ତ ଜଣେ ମହିଳା ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗ ଆଧାରରେ ୨୦୨୪ ଫେବ୍ରୁଆରିରେ ଏତଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁସାରେ, ଘଟଣା ଦିନ ଦିନ ପ୍ରାୟ ସାଢ଼େ ୧୨ଟାରେ ପାଟିଲ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ।

ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପାଟିଲ ମହିଳା ଅଧିକାରୀଙ୍କଠାରୁ କେତେକ କାଗଜପତ୍ର ଛଡ଼ାଇ ନେଇ ତାହାକୁ ଚିରି ଟେବୁଲ ଉପରେ ଫିଙ୍ଗି ଦେଇଥିଲେ।

ପରେ ସେ ତାଙ୍କ ଡାହାଣ କାନ୍ଧ ଧରି ଚାପିଥିଲେ ଓ ଠେଲି ଦେଇଥିଲେ।

ଏହି ଘଟଣାରେ ମହିଳା ଅଧିକାରୀ ଅସହଜ ଓ ଲଜ୍ଜିତ ଅନୁଭବ କରିଥିବା ଅଭିଯୋଗ କରିଥିଲେ।

ଏହାପରେ ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ଦେବା ପାଇଁ ଆପରାଧିକ ବଳ ପ୍ରୟୋଗ, ସାଧାରଣ ଆଘାତ, ମହିଳାଙ୍କ ଶ୍ଳୀଳତାହାନି ଓ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ପାଟିଲ ଏତଲା ଓ ପୁଲିସର ଚାର୍ଜସିଟ୍‌ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।

ସଭାପତିଙ୍କ ବିରୋଧ‌ରେ ଆଣିଥିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ, ନ୍ୟାୟ ନମିଳିବାରୁ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା ପାଟିଲଙ୍କ ପକ୍ଷରୁ ଆଡଭୋକେଟ୍‌ ରିତେଶ ଥୋବଡ଼େ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ମହକିଲ ମହିଳାଙ୍କ ଶ୍ଳୀଳତାହାନି କରିବା ଉଦ୍ଦେଶ୍ୟରେ କାନ୍ଧ ଚାପିନଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଆନନ୍ଦ ଶାଲଗାଓଁକର ଏବଂ ଅଭିଯୋଗକାରିଣୀଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଅଜିତ ବିଶ୍ୱନାଥ ଆଲାଙ୍ଗେ ହାଜର ହୋଇଥିଲେ।

ଜଷ୍ଟିସ୍‌ ମନ୍ତ୍ରୀ କହିଥିଲେ ଯେ, ଅଭିଯୁକ୍ତଙ୍କ କାର୍ଯ୍ୟରୁ ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ଓ ମହିଳାଙ୍କ ଶ୍ଳୀଳତାହାନିର ପ୍ରାଥମିକ ପ୍ରମାଣ ମିଳୁଛି।

କିନ୍ତୁ ଯୌନ ଉତ୍ପୀଡ଼ନର ପ୍ରମାଣ ନ ଥିବାରୁ ଧାରା ୩୫୪-ଏର ଅପରାଧ ଘଟୁନାହିଁ।

ତେଣୁ ଅଦାଲତ ଏହି ଧାରାକୁ ରଦ୍ଦ କରିଥିବାବେଳେ ଅନ୍ୟ ଅଭିଯୋଗଗୁଡ଼ିକୁ ବଜାୟ ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)