Judgement: ଦିଶା ସାଲିଆନ୍‌ ମୃତ୍ୟୁ ମାମଲାରେ ୬ ବର୍ଷ ପରେ ନୂଆ ମୋଡ଼; ଆଦିତ୍ୟ ଠାକ୍‌ରେଙ୍କ ଅଡ଼ୁଆ ବଢ଼ିଲା

Sep 02, 2026 - 19:58
Judgement: ଦିଶା ସାଲିଆନ୍‌ ମୃତ୍ୟୁ ମାମଲାରେ ୬ ବର୍ଷ ପରେ ନୂଆ ମୋଡ଼; ଆଦିତ୍ୟ ଠାକ୍‌ରେଙ୍କ ଅଡ଼ୁଆ ବଢ଼ିଲା

"ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ମାମଲାରେ ପ୍ରାୟ ୬ ବର୍ଷ ପରେ ନୂଆ ମୋଡ଼ ଆସିଛି।

ବମ୍ବେ ହାଇକୋର୍ଟ ବୁଧବାର ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବା ସହ ଏଫ୍‌ଆଇଆର୍‌ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଶାଙ୍କ ବାପା ସତୀଶ ସାଲିଆନ୍‌ ଦାଖଲ କରିଥିବା ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେଙ୍କ ସମେତ ଅନ୍ୟ କେତେକଙ୍କ ବିରୋଧରେ ଅଭିଯୋଗ ରହିଛି।Advertisment ସତୀଶ ସାଲିଆନ୍‌ଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ନୀଲେଶ ଓଝା କହିଛନ୍ତି ଯେ କୋର୍ଟ ସିବିଆଇକୁ ସତୀଶଙ୍କ ବୟାନ ରେକର୍ଡ କରିବା, ଏଫ୍‌ଆଇଆର୍‌ ରୁଜୁ କରିବା ଓ ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀ ନିଯୁକ୍ତ କରିବାକୁ କହିଛନ୍ତି।

ଏଥିସହ ମାଲବଣୀ ଥାନାରେ ଥିବା ମାମଲା ସମ୍ପର୍କିତ ସମସ୍ତ ରେକର୍ଡ ସିବିଆଇକୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସୁଶାନ୍ତ ସିଂହ ରାଜପୁତ ମାମଲାରେ, ଉଦ୍ଧବ ଠାକରେ ପ୍ରମାଣ ନଷ୍ଟ କରିଛନ୍ତି: ବିଜେପି ବିଧାୟକ ରାମ କଦମଙ୍କ ଅଭିଯୋଗ ଦିଶାଙ୍କ ମୃତ୍ୟୁ ୮ ଜୁନ୍‌ ୨୦୨୦ରେ ମୁମ୍ବାଇର ମାଲାଡ୍‌ ଅଞ୍ଚଳର ଏକ ଉଚ୍ଚ ଅଟ୍ଟାଳିକାରୁ ଖସିପଡ଼ିବାରୁ ହୋଇଥିଲା।

ଏହାର ୬ ଦିନ ପରେ, ୧୪ ଜୁନ୍‌ରେ ସୁଶାନ୍ତ ସିଂହ ରାଜପୁତ ମୃତ ଅବସ୍ଥାରେ ମିଳିଥିଲେ।

ପ୍ରାରମ୍ଭିକ ତଦନ୍ତରେ ମୁମ୍ବାଇ ପୁଲିସ ଦିଶାଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଇଥିଲା ଏବଂ ପରେ ଆତ୍ମହତ୍ୟା ଦିଗରେ ତଦନ୍ତ କରିଥିଲା।

ମହାରାଷ୍ଟ୍ର ସରକାର ପରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଥିଲେ।

ପୁଲିସ ଓ ଏସ୍‌ଆଇଟି ପକ୍ଷରୁ ପୂର୍ବରୁ କୋର୍ଟରେ କୁହାଯାଇଥିଲା ଯେ ଆପରାଧିକ ଷଡ଼୍‌ଯନ୍ତ୍ର କିମ୍ବା ଅନିୟମିତତାର ପ୍ରମାଣ ମିଳିନାହିଁ।

ଅନ୍ୟପକ୍ଷରେ, ଦିଶାଙ୍କ ବାପା ମୃତ୍ୟୁର ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇ ନୂଆ ତଦନ୍ତ ଓ ଏଫ୍‌ଆଇଆର୍‌ ଦାବି କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)