Judgement: ଏୟାରଟେଲ୍, ଭୋଡା ଆଇଡିଆକୁ ୨୦ହଜାର କୋଟିର ଆଶ୍ବସ୍ତି
ନୂଆଦିଲ୍ଲୀ: ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ସ୍ପେକ୍ଟ୍ରମ୍ ଶୁଳ୍କକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ଉଭୟ କମ୍ପାନିକୁ ୨୦ହଜାର କୋଟି ଟଙ୍କାର ଆଶ୍ବସ୍ତି ମିଳିଛି। ଦୁଇ କମ୍ପାନି ଦାଖଲ କରିଥିବା ବ୍ୟାଙ୍କ ଗ୍ୟାରେଣ୍ଟି ଫେରାଇ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଏଥି ସହିତ ୱାନ୍-ଟାଇମ୍ ସ୍ପେକ୍ଟ୍ରମ୍ ଚାର୍ଜକୁ ନେଇ ଯେତେ ସବୁ ଡିମାଣ୍ଡ୍ ନୋଟିସ୍ ଓ ନିର୍ଦ୍ଦେଶ ଜାରି କରାଯାଇଥିଲା ତାହାକୁ ମଧ୍ୟ ଖାରଜ କରିଦିଆଯାଇଛି। ଏହି ମାମଲା ଏବେବି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଭୋଡାଫୋନ୍ ଆଇଡିଆକୁ ୧୧ ହଜାର କୋଟି ଟଙ୍କା ଓ ଭାରତୀ ଏୟାରଟେଲ୍କୁ ୯୦୦୦ କୋଟି ଟଙ୍କାର ଡିମାଣ୍ଡ୍ ନୋଟିସ୍ ମିଳିଥିଲା। କେନ୍ଦ୍ର ସରକାର ୨୦୧୨ରେ ସ୍ପେକ୍ଟ୍ରମ ଶୁଳ୍କ ଲଗାଇଥିଲେ। କମ୍ପାନିଗୁଡ଼ିକ ପାଖରେ ଥିବା ସ୍ପେକ୍ଟ୍ରମ ଅନୁସାରେ ବିଭିନ୍ନ ସ୍ଲାବ୍ ଆଧାରରେ ସେହି ଶୁଳ୍କ ଲଗାଯାଇଥିଲା। ୪.୪ ମେଗାହର୍ଜ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ ରଖିଥିବା କମ୍ପାନିଗୁଡ଼ିକ ଉପରୁ ଶୁଳ୍କ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି।
ଆହୁରି ପଢ଼ନ୍ତୁ: ଏୟାରଟେଲ୍ ପରେ ଷ୍ଟାର୍ଲିଙ୍କ୍ ସହ ଜିଓର ଚୁକ୍ତି