Judgement: ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ବାଣିଜ୍ୟିକ କାର୍ଯ୍ୟକଳାପ ବିରୋଧରେ କଠୋର ହେଲେ ସୁପ୍ରିମ୍‌କୋର୍ଟ

Aug 12, 2026 - 22:37
Judgement: ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ବାଣିଜ୍ୟିକ କାର୍ଯ୍ୟକଳାପ ବିରୋଧରେ କଠୋର ହେଲେ ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ଅନଧିକୃତ ନିର୍ମାଣ ଏବଂ ଆବାସିକ ଅଞ୍ଚଳରେ ନିୟମ ଉଲ୍ଲଂଘନ କରି ବାଣିଜ୍ୟିକ କାର୍ଯ୍ୟକଳାପ ଚଳାଇବା ମାମଲାରେ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଦିଲ୍ଲୀ, ପାଟନା, ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ନିୟମ ଉଲ୍ଲଂଘନ କରୁଥିବା କୋଠା ଓ ସଂରଚନା ବିରୋଧରେ ତୁରନ୍ତ ଓ ପ୍ରଭାବୀ ପଦକ୍ଷେପ ନେବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଆବଶ୍ୟକ ହେଲେ ସିଲ୍‌ କରିବା ଓ ଭଙ୍ଗାଯିବା ଭଳି ପଦକ୍ଷେପ ମଧ୍ୟ ରହିଛି।Advertisment ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଆର୍‌ ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୨ରେ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ।

ଦିଲ୍ଲୀରେ ଲଜପତନଗର ଓ ସରୋଜିନୀନଗର ବଜାରରେ ନିୟମ ଉଲ୍ଲଂଘନ ଓ ଅସୁରକ୍ଷିତ ନିର୍ମାଣ ଚିହ୍ନଟ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇନଥିବାରୁ ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ଓ ନୂଆଦିଲ୍ଲୀ ନଗର ପରିଷଦ (ଏନ୍‌ଡିଏମ୍‌ସି) ଉପରେ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ।

ଜୁଲାଇ ୯ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆଇଆଇଟି ଦିଲ୍ଲୀର ଦୁଇ ପ୍ରଫେସର ଓ ଅନ୍ୟ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ସର୍ବେକ୍ଷଣ କରିବାକୁ କୁହାଯାଇଥିଲା।

କିନ୍ତୁ ଏହା ଆରମ୍ଭ ହୋଇନଥିବାରୁ କୋର୍ଟ ଅସନ୍ତୋଷ ଜଣାଇଛନ୍ତି।

ପାଟନାରେ ସ୍ଥିତି ଆହୁରି ଗମ୍ଭୀର।

ପାଟନା ନଗର ନିଗମର ନୂଆ ସତ୍ୟପାଠ ଅନୁସାରେ ସର୍ବେକ୍ଷଣ ପରେ ୨୬,୭୪୬ଟି ଏଭଳି ମାମଲା ଚିହ୍ନଟ ହୋଇଛି, ଯେଉଁଠି ଆବାସିକ ସମ୍ପତ୍ତିକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଛି।

ପୂର୍ବତନ ନଗର ଆୟୁକ୍ତ ପରାଶରଙ୍କ ସତ୍ୟପାଠରେ ତାଙ୍କ କାର୍ଯ୍ୟକାଳରେ ନିୟମ ଉଲ୍ଲଂଘନ ସମ୍ପର୍କିତ ପ୍ରାୟ ୫୦୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି।

ସେଥିରୁ ୮୧ଟି ମାମଲାରେ ସ୍ୱତଃସଂଜ୍ଞାନ ନିଆଯାଇଥିଲା ଏବଂ ୧୨୯ଟିରେ ଆଦେଶ ଜାରି କରାଯାଇଥିଲା।

ଅଦାଲତ ପରାଶରଙ୍କୁ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ‌ନେଇନ ବୋଲି କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି।

Missing Indian Seafarers: ଦୁଇ ଭାରତୀୟ ନାବିକଙ୍କ ପତ୍ତା ମିଳିଲା ନାହିଁ, ସୁପ୍ରିମ୍‌କୋର୍ଟଙ୍କୁ କେନ୍ଦ୍ରର ସୂଚନା ଲକ୍ଷ୍ନୌରେ ମଧ୍ୟ ଲକ୍ଷ୍ନୌ ବିକାଶ ପ୍ରାଧିକରଣ (ଏଲ୍‌ଡିଏ)କୁ ଦିଲ୍ଲୀ ଢାଞ୍ଚାରେ ସର୍ବେକ୍ଷଣ କରିବାକୁ କୁହାଯାଇଛି।

ଏଲ୍‌ଡିଏ ଉପାଧ୍ୟକ୍ଷ ପ୍ରଥମେଶ କୁମାର କୋର୍ଟଙ୍କୁ କହିଛନ୍ତି ଯେ ୫୧ଟି ସମ୍ପତ୍ତି ଚିହ୍ନଟ ହୋଇଛି ଏବଂ ସେଗୁଡ଼ିକ ବିରୋଧରେ ପଦକ୍ଷେପ ଆରମ୍ଭ ହୋଇଛି।

ସମଗ୍ର ଅଧିକାରକ୍ଷେତ୍ରରେ ଯାଞ୍ଚ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତିନି ସପ୍ତାହ ମଧ୍ୟରେ ସାରିବାକୁ କୁହାଯାଇଛି।

ଏହି ମାମଲାରେ ଦିଲ୍ଲୀର ହୋଟେଲ ଓ ଲକ୍ଷ୍ନୌର କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡରେ ବହୁ ଲୋକଙ୍କ ମୃତ୍ୟୁ ଘଟିବା ଘଟଣାକୁ ମଧ୍ୟ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି।

ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ନିୟମବିରୋଧୀ ବାଣିଜ୍ୟିକ ବ୍ୟବହାର ପ୍ରତି ଅଧିକାରୀମାନେ ଆଉ ଅବହେଳା କଲେ ଚଳିବ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media