Judge Transfer: ୬ ମାସରେ ୨୩ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଉତ୍ତରପ୍ରଦେଶ ବିଚାରପତି; ପରିବାର ଅଦାଲତକୁ ହେଲେ ବଦଳି
ମୁଜାଫର୍ନଗର: ଛଅ ମାସରେ ଏଗାରଟି ପୃଥକ୍ ପୃଥକ୍ ମାମଲାରେ ୨୩ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇ ଖବର ଶିରୋନାମାରେ ଆସିଥିବା ଉତ୍ତର ପ୍ରଦେଶର ବିଚାରପତି ରବି କୁମାର ଦିବାକରଙ୍କୁ ପରିବାର ଅଦାଲତକୁ ବଦଳି କରାଯାଇଛି।
ଦିବାକର ତାଙ୍କ କୋର୍ଟରୁ ହତ୍ୟା ମାମଲାର ଅନେକ ମାମଲା ଫାଇଲ ସ୍ଥାନାନ୍ତରିତ ହେବା ପରେ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାର କିଛି ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Advertisment ସୂତ୍ର ଅନୁସାରେ, ମୁଜାଫରନଗରର ଫାଷ୍ଟ ଟ୍ରାକ୍ କୋର୍ଟର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଥିବା ଦିବାକରଙ୍କୁ ଆହ୍ଲାବାଦ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ବଦଳି କରାଯାଇଛି।
ଦିବାକର ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୧ଟି ମାମଲାରେ ୨୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।
ଜିଲ୍ଲା ଜଜ୍ ତାଙ୍କ କୋର୍ଟରୁ ହତ୍ୟା ମାମଲାର ୯୭ଟି ମାମଲାର ଫାଇଲ୍ ଫେରାଇ ଆଣି ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବା ପରେ ଦିବାକର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ।
ଜଣେ ବିଚାରପତିଙ୍କ କର୍ତ୍ତବ୍ୟ ହେଉଛି ନ୍ୟାୟ ପ୍ରଦାନ କରିବା କିନ୍ତୁ ଯଦି ସେ ନିଜେ ଅନ୍ୟାୟର ସମ୍ମୁଖୀନ ହୁଅନ୍ତି ତେବେ ସେ କାହା ପାଖକୁ ଯିବେ ବୋଲି ଏକ ରାୟ ବେଳେ ମନ୍ତବ୍ୟ ଦେଇଥିଲେ।
Maharastra: ୬୦ ଦିନରେ ଶୁଣାଣି ଶେଷ: ଶିଶୁକନ୍ୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
