JSSC CGL exam: ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲକୁ ନେଇ ଚାକିରି ପାଇଥିବା ପ୍ରାର୍ଥୀଙ୍କ ଅସନ୍ତୋଷ

Aug 18, 2026 - 21:13
JSSC CGL exam: ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲକୁ ନେଇ ଚାକିରି ପାଇଥିବା ପ୍ରାର୍ଥୀଙ୍କ ଅସନ୍ତୋଷ

"ରାଞ୍ଚି: ଝାଡ଼ଖଣ୍ଡ ସରକାର ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେବା ପରେ ପୂର୍ବରୁ ପରୀକ୍ଷାରେ ସଫଳ ହୋଇ ସରକାରୀ ଚାକିରିରେ ଯୋଗ ଦେଇଥିବା ପ୍ରାର୍ଥୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଞ୍ଚି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏହି ଯୁବ ସରକାରୀ କର୍ମଚାରୀମାନେ ନିଜ ଚାକିରି ବଞ୍ଚାଇବା ପାଇଁ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଥିଲେ।

ସେମାନେ ମାନବଶୃଙ୍ଖଳ ଗଠନ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରତିବାଦକାରୀଙ୍କ ଚାପରେ ଏଭଳି ନିଷ୍ପତ୍ତି ନ ନେବାକୁ ଅନୁରୋଧ କରିଥିଲେ।

ପ୍ରାର୍ଥୀମାନଙ୍କ କହିବା ଅନୁସାରେ, ସେମାନେ ପ୍ରାୟ ୭ ମାସ ଧରି ଚାକିରି କରୁଛନ୍ତି।

ଏବେ ପରୀକ୍ଷା ବାତିଲ ହେବାରୁ ସେମାନଙ୍କ ନିଯୁକ୍ତି ଓ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି।Advertisment ସଫଳ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ନିଜ ଯୋଗ୍ୟତା ଓ ପରିଶ୍ରମ ବଳରେ ଚାକିରି ପାଇଥିଲେ।

ଜଣେ ପ୍ରାର୍ଥୀ କହିଛନ୍ତି, "ଚାପର ରାଜନୀତି ଜିତିଲା, ବ୍ୟବସ୍ଥା ହାରିଲା।" ସେମାନେ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତଦନ୍ତ କରାଯାଉ; କିନ୍ତୁ ଯେଉଁ ପ୍ରାର୍ଥୀମାନେ କୌଣସି ଅନିୟମିତତାରେ ଜଡ଼ିତ ନୁହନ୍ତି, ସେମାନଙ୍କୁ କାହିଁକି ଦଣ୍ଡ ଦିଆଯିବ?

ଅବଧେଶ ନାମକ ଜଣେ ସଫଳ ପ୍ରାର୍ଥୀ କହିଛନ୍ତି ଯେ ଝାଡ଼ଖଣ୍ଡ ହାଇକୋର୍ଟର ଡିଭିଜନ୍‌ ବେଞ୍ଚର ରାୟ ପରେ ସେମାନଙ୍କ ନିଯୁକ୍ତି ହୋଇଥିଲା ଏବଂ ସୁପ୍ରିମ୍‌କୋର୍ଟର ମଧ୍ୟ ଏହାକୁ ସମର୍ଥନ ମିଳିଥିଲା।

ହଠାତ୍‌ ସରକାର ଚାକିରି ରଦ୍ଦ କରିବାରୁ ସେମାନେ ଅସନ୍ତୁଷ୍ଟ ବୋଲି ସେ କହିଛନ୍ତି।

ପୂର୍ବ ଚାକିରି ଛାଡ଼ି ଜେଏସ୍‌ଏସ୍‌ସି-ସିଜିଏଲ୍‌ ମାଧ୍ୟମରେ ମିଳିଥିବା ଚାକିରିରେ ଯୋଗ ଦେଇଥିବା ପ୍ରାର୍ଥୀଙ୍କ ଭବିଷ୍ୟତ କ"ଣ ହେବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Exam: ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ ହେଲା: ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ ହେବ ଅନ୍ୟପକ୍ଷରେ, ଝାଡ଼ଖଣ୍ଡ ସରକାର ଛାତ୍ରମାନଙ୍କ ଦୀର୍ଘଦିନର ଆନ୍ଦୋଳନ ଓ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ଦୃଷ୍ଟିରେ ରଖି ଜେଏସ୍‌ଏସ୍‌ସି-ସିଜିଏଲ୍‌ ସମେତ ଟିଡିପିଏଲ୍‌ ମାଧ୍ୟମରେ ହୋଇଥିବା ପରୀକ୍ଷାଗୁଡ଼ିକୁ ନେଇ ବଡ଼ ପଦକ୍ଷେପ ନେଇଛି।

ଏହି ନିଷ୍ପତ୍ତିରେ ପ୍ରାୟ ୨,୦୦୦ ସଫଳ ପ୍ରାର୍ଥୀ ପ୍ରଭାବିତ ହୋଇଛନ୍ତି।

ନିଜ ଚାକିରି ବଞ୍ଚାଇବା ପାଇଁ ଏବେ ସଫଳ ପ୍ରାର୍ଥୀମାନେ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସେମାନଙ୍କ କହିବା ଅନୁସାରେ, ଯଦି ଆବଶ୍ୟକ ହୁଏ ତେବେ ପ୍ରତ୍ୟେକ ସଫଳ ପ୍ରାର୍ଥୀଙ୍କ ଉତ୍ତରଖାତା ଓ ନିଯୁକ୍ତି ପ୍ରକ୍ରିୟା ଯାଞ୍ଚ କରାଯାଉ।

କିନ୍ତୁ ଦୋଷ କରିନଥିବା ପ୍ରାର୍ଥୀଙ୍କୁ ଚାକିରିରୁ ବଞ୍ଚିତ କରାଯିବା ଉଚିତ ନୁହେଁ।

ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ ଓ ପ୍ରୋଜେକ୍ଟ ବିଲ୍ଡିଂ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି।

ଜେଏସ୍‌ଏସ୍‌ସି-ସିଜିଏଲ୍‌ ବାତିଲ ପରେ ଏବେ ସରକାର ଓ ଚାକିରି ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media