Journalist claims: ପାକ୍ ସେନାମୁଖ୍ୟଙ୍କୁ ହତ୍ୟା ପାଇଁ ମୋସାଦ୍ ରଚିଥିଲା ଷଡ୍ଯନ୍ତ୍ର
ଜେନେଭା: ଜଣାଶୁଣା ବ୍ରାଜିଲୀୟ ସାମ୍ବାଦିକ ପେପେ ଏସ୍କୋବାର୍ଙ୍କ ଏକ ଚାଞ୍ଚଲ୍ୟକର ଦାବି ଏବେ କୂଟନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଇସ୍ରାଏଲର ଗୁପ୍ତଚର ସଂସ୍ଥା ‘ମୋସାଦ୍’, ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଏବଂ ତାଙ୍କ ସହ ଯାଇଥିବା ସମ୍ପୂର୍ଣ୍ଣ ପ୍ରତିନିଧି ମଣ୍ଡଳୀକୁ ହତ୍ୟା କରିବା ପାଇଁ ଜେନେଭାଠାରେ ଏକ ବଡ଼ ଧରଣର ଚକ୍ରାନ୍ତ କରିଥିଲା ବୋଲି ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସ୍ୱିଜରଲ୍ୟାଣ୍ଡରେ ଇରାନ ସହିତ ଚାଲିଥିବା ଉଚ୍ଚସ୍ତରୀୟ ଶାନ୍ତି ଆଲୋଚନା ସମୟରେ ଏହି କାଣ୍ଡ ଭିଆଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ବୋଲି ଏସ୍କୋବାରଙ୍କ ଏହି ବିସ୍ଫୋରକ ବୟାନ ପାକିସ୍ତାନ ଏବଂ ଇରାନର ରାଜନୈତିକ କ୍ଷେତ୍ରରେ କମ୍ପନ ସୃଷ୍ଟି କରିଛି। ଇସ୍ରାଏଲ ଓ ଇରାନ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ପରିପ୍ରେକ୍ଷୀରେ ଏହି ଦାବି ବଡ଼ କୂଟନୈତିକ ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି।