Job demand: ନିଯୁକ୍ତି ଦାବିରେ ଥର୍ମାଲ ପ୍ଲାଣ୍ଟ ବନ୍ଦ କଲେ ଗ୍ରାମବାସୀ

Sep 03, 2026 - 17:47
Job demand: ନିଯୁକ୍ତି ଦାବିରେ ଥର୍ମାଲ ପ୍ଲାଣ୍ଟ ବନ୍ଦ କଲେ ଗ୍ରାମବାସୀ

"ତାଳଚେର (ବିକାଶ କୁମାର ସାହୁ): ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ (ଟିଟିପିପି)ରେ କାର୍ଯ୍ୟରତ ଠିକା ସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ନିଯୁକ୍ତ ମିଳୁନଥିବା ନେଇ ସନ୍ଥପଡ଼ା ଗ୍ରାମବାସୀ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି।

ହେଲେ ଗ୍ରାମବାସୀଙ୍କୁ ଟିଟିପିପି ପକ୍ଷରୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିବା ଅଭିଯୋଗ ହୋଇଛି।Advertisment ପୂର୍ବରୁ ମଧ୍ୟ ନିଯୁକ୍ତିକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଥିଲା।

ଏହି ଆନ୍ଦୋଳନ ସମୟରେ ଗ୍ରାମବାସୀଙ୍କୁ କିଛି ମାସ ଅପେକ୍ଷା କରିବାକୁ ପ୍ରତିଶ୍ରୁତି ଦିଆଯାଉଥିଲା।

ଏଭଳି ବାରମ୍ବାର ଘଟୁଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଆଜି ପ୍ଲାଣ୍ଟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲେ।

ଫଳରେ ପ୍ଲାଣ୍ଟ ପରିସରକୁ ଯାତାୟତ ସମ୍ପୁର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା।

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ ସୂଚନା ପାଇ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।

କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହି ଯେ ପର୍ଯ୍ୟନ୍ତ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁବୋଲି ଦାବି କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)