Job: ଏମ୍‌ସ କମନ୍ ନିଯୁକ୍ତି ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

Jun 15, 2026 - 17:19
Job: ଏମ୍‌ସ କମନ୍ ନିଯୁକ୍ତି ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

"ନୂଆଦିଲ୍ଲୀ: ଏମ୍ସ ସାଧାରଣ ନିଯୁକ୍ତି ପରୀକ୍ଷା (CRE-5) ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଗ୍ରୁପ୍-ବି ଏବଂ ସି ପଦବି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ AIIMS CRE-5 ପାଇଁ ଆବେଦନ କରିପାରିବେ।

ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୧୪୮୪ ଗ୍ରୁପ୍ ବି ଏବଂସି ପଦବି ପୂରଣ କରାଯିବ।

ଅଧିକ ଜାଣିବା ପାଇଁ ୱେବ୍‌ସାଇଟ୍‌ ଭିଜିଟ୍‌ କରନ୍ତୁ।

Advertisment ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ପରିଦର୍ଶନ କରି ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।

CRE-5 ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ତାରିଖ।

ସିବିଟି ପରୀକ୍ଷା ଜୁଲାଇ ୨୫ରୁ ୨୭ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ଆବେଦନ ଫିପ୍ରାର୍ଥୀମାନଙ୍କୁ ସେମାନଙ୍କ ବର୍ଗ ଉପରେ ଆଧାର କରି ପଞ୍ଜୀକରଣ ଫି" ଦେବାକୁ ପଡିବ।

ସାଧାରଣ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ଫି ୩୦୦୦ ଟଙ୍କା ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଇଡବ୍ଲୁଏସ୍‌ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ଫି ୨୪୦୦ ଟଙ୍କା ରଖାଯାଇଛି।

ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ ଫି"ରୁ ମୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: MPPSC: ଏମପିପିଏସସି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି- ୨୦୨୬ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପରୀକ୍ଷା ପ୍ୟାଟର୍ଣ୍ଣସିବିଟି ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ସାଧାରଣ ଜ୍ଞାନ ଏବଂ କମ୍ପ୍ୟୁଟର ବିଜ୍ଞାନ ଭଳି ବିଷୟରୁ ୧୦୦ଟି ବହୁବିକଳ୍ପ ପ୍ରଶ୍ନ ପଚରାଯିବ, ଯାହା ମୋଟ 400 ନମ୍ବର।

ପ୍ରତ୍ୟେକ ପ୍ରଶ୍ନରେ ଚାରି ନମ୍ବର ରହିବ।

ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଏକ ଚତୁର୍ଥାଂଶ ମାର୍କ ନେଗେଟିଭ୍ ମାର୍କିଂ ମଧ୍ୟ ହେବ।

ପରୀକ୍ଷାରେ ପାସ୍ କରିବା ପାଇଁ, ସାଧାରଣ ଏବଂ ଇଡବ୍ଲୁଏସ୍‌ ବର୍ଗର ପ୍ରାର୍ଥୀମାନଙ୍କୁ ୪୦ ପ୍ରତିଶତ, ଓବିସି ପ୍ରାର୍ଥୀମାନଙ୍କୁ ୩୫ ପ୍ରତିଶତ ଏବଂ ଏସ୍‌ସି ଏବଂ ଏସଟି ପ୍ରାର୍ଥୀମାନଙ୍କୁ ୩୦ ପ୍ରତିଶତ ମାର୍କ ପାଇବାକୁ ପଡିବ।

ବୟସ ସୀମାପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାର ସର୍ବାଧିକ ବୟସ ସୀମା ୨୭, ୩୦ ଏବଂ ୩୫ ବର୍ଷ, ଯାହା ପଦବି ଉପରେ ନିର୍ଭର କରୁଛି।

ବିଶେଷ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ କିଛି ଛାଡ଼ ପ୍ରଦାନ କରାଯିବ।

ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀମାନଙ୍କୁ ପାଞ୍ଚ ବର୍ଷ, ଓବିସି ପ୍ରାର୍ଥୀମାନଙ୍କୁ ତିନି ବର୍ଷ ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀମାନଙ୍କୁ ୧୦ ବର୍ଷ ଛାଡ଼ ମିଳିବ।

ଶିକ୍ଷାଗତ ଯୋଗ୍ୟତାଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ, ସ୍ନାତକୋତ୍ତର କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ଯୋଗ୍ୟତା ଥିବା ଆବଶ୍ୟକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।