Jensen Huang: ଆମେରିକାର ସେୟାର ବଜାରରେ ଉତ୍ସାହ: ଦିନକରେ ଜେନସେନ୍‌ ହୁଆଙ୍ଗଙ୍କ ସମ୍ପତ୍ତି ୩୩ ବିଲିୟନ ଡଲାର ବଢ଼ିଲା

Nov 24, 2026 - 17:43
Jensen Huang: ଆମେରିକାର ସେୟାର ବଜାରରେ  ଉତ୍ସାହ: ଦିନକରେ ଜେନସେନ୍‌ ହୁଆଙ୍ଗଙ୍କ ସମ୍ପତ୍ତି ୩୩ ବିଲିୟନ ଡଲାର ବଢ଼ିଲା

ୱାସିଂଟନ: ଆମେରିକା ର ସେୟାର ବଜାରରେ ଜୋରଦାର ଉତ୍ସାହ ଦେଖାଦେଇଛି।

ଏହାର ଲାଭ ପାଇଛନ୍ତି ଏନଭିଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେନସେନ୍ ହୁଆଙ୍ଗ।

ମାତ୍ର ଗୋଟିଏ ଦିନରେ ସୋମବାର ତାଙ୍କ ସମ୍ପତ୍ତିରେ ପ୍ରାୟ ୩୩ ବିଲିୟନ ଡଲାର ବୃଦ୍ଧି ହୋଇଛି।

Advertisment ଫୋର୍ବସ୍‌ର ଆକଳନ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୪୩ ବିଲିୟନ ଡଲାରରେ ପହଞ୍ଚିଛି।

ଏହାର ପ୍ରମୁଖ କାରଣ ହେଉଛି ଏନଭିଡିଆର ସେୟାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି।

ସୋମବାର ଏନଭିଡିଆର ସେୟାର ମୂଲ୍ୟ ୩୧.୪୮% ବଢ଼ି ୧୬୫.୦୫ ଡଲାରରେ ପହଞ୍ଚିଛି।

ଏଥିଯୋଗୁ କମ୍ପାନିର ବଜାର ପୁଞ୍ଜି ପ୍ରାୟ ୩.୯୮ ଟ୍ରିଲିୟନ ଡଲାର ହୋଇଛି।

ଦିନକରେ କମ୍ପାନିର ବଜାର ମୂଲ୍ୟରେ ୯୫୨ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ହୋଇଥିଲା।

୨୦୨୧ରେ ହୁଆଙ୍ଗଙ୍କ ସମ୍ପତ୍ତି ପ୍ରାୟ ୧୨ ବିଲିୟନ ଡଲାର ଥିଲା।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ତାଙ୍କ ସମ୍ପତ୍ତି ବୃଦ୍ଧିରେ ବଡ଼ ଭୂମିକା ନେଇଛି।

କ୍ରମାଗତ ଭାବେ ହ୍ରାସ ପାଉଥିବା ସୁନା ଦର ପୁଣି ପାଇଲା ବୃଦ୍ଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)