Jealous Boyfriend Turns Killer: ପ୍ରେମିକା ସହ ପିଜ୍ଜା ପାର୍ଟି, ରାଗିଗଲା ପ୍ରେମିକ; ଶିକ୍ଷକଙ୍କୁ ହତ୍ୟା

Nov 14, 2026 - 14:40
Jealous Boyfriend Turns Killer: ପ୍ରେମିକା ସହ ପିଜ୍ଜା ପାର୍ଟି, ରାଗିଗଲା ପ୍ରେମିକ; ଶିକ୍ଷକଙ୍କୁ ହତ୍ୟା

ପ୍ରେମିକା ସହ ପିଜ୍ଜା ଖାଉଥିଲେ ଶିକ୍ଷକ।

ଏହା ଦେଖିବା ପରେ ପ୍ରେମିକର ମନରେ ସୃଷ୍ଟି ହେଲା ସନ୍ଦେହ।

ଶିକ୍ଷକ ତା ପ୍ରେମିକାକୁ ବ୍ଲାକମେଲ୍ କରୁଥିବା ସେ ସନ୍ଦେହ କରିଥିଲା।

ଏହି ସନ୍ଦେହ ଏତେ ବଢ଼ିଗଲା ଯେ ଶେଷରେ ରକ୍ତମୁଖା ହୋଇଉଠିଲା ପ୍ରେମିକ।

ମଟନ୍ କାଟିବା ଛୁରୀରେ ଶିକ୍ଷକଙ୍କୁ ନିର୍ମମ ଭାବେ ହତ୍ୟା କଲା।

ହତ୍ୟା ପରେ ପୋଲିସକୁ ଭ୍ରମିତ କରିବା ପାଇଁ କୋଚିଂ ସେଣ୍ଟରର ବୋର୍ଡରେ ଲେଖିଦେଲା 'ଓପି ଯାଦବ ରେପିଷ୍ଟ'।

ଉତ୍ତରପ୍ରଦେଶର ଆଗ୍ରାରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।

Advertisment ମୃତ ଶିକ୍ଷକ ହେଉଛନ୍ତି ୫୮ ବର୍ଷୀୟ ଓମ୍ ପ୍ରକାଶ ଯାଦବ।

ସେ ଆଗ୍ରାର ଜଗଦୀଶପୁରା ଥାନା ଅଞ୍ଚଳର ବିଏସ୍ ପ୍ଲାଜାରେ ନିଜର କୋଚିଂ ସେଣ୍ଟର ଚଳାଉଥିଲେ।

ନଭେମ୍ବର ୨ ତାରିଖରେ ସେ ପ୍ରତିଦିନ ଭଳି କୋଚିଂ ସେଣ୍ଟରରେ ପଢ଼ାଇବାକୁ ଯାଇଥିଲେ।

କିନ୍ତୁ ରାତିରେ ଆଉ ଘରକୁ ଫେରିନଥିଲେ।

ତାଙ୍କ ସହ କ'ଣ ଘଟିଛି, କେହି ଜାଣିପାରିନଥିଲେ।

୪ ଦିନ ପରେ ମିଳିଲା ମୃତଦେହ ନଭେମ୍ବର ୬ ତାରିଖରେ କୋଚିଂ ସେଣ୍ଟରରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା।

ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ କବାଟ ଖୋଲି ଭିତରକୁ ଯିବା ପରେ ଓମ୍ ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲା।

ତାଙ୍କ ଶରୀରରେ ୯ଟି କ୍ଷତଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା।

ସେଥିରୁ ୭ଟି ଧାରୁଆ ଅସ୍ତ୍ରରେ କରାଯାଇଥିଲା।

Advertisment ତେବେ ଘଟଣାସ୍ଥଳରେ ପୋଲିସକୁ ମିଳିଥିଲା ଆଉ ଏକ ଅଜବ ସୁରାକ୍।

କୋଚିଂ ବୋର୍ଡରେ ମାର୍କରରେ ଲେଖାଯାଇଥିଲା 'ଓପି ଯାଦବ ରେପିଷ୍ଟ'।

ଏହା ସହ ଶିକ୍ଷକଙ୍କ ମୋବାଇଲ୍ ଓ ସ୍କୁଟି ମଧ୍ୟ ଗାଏବ ଥିଲା।

ପ୍ରେମିକାଙ୍କ ସହ ପିଜ୍ଜା ଖାଉଥିବା ଦେଖି ରାଗିଗଲା ନିଖିଲ ତଦନ୍ତ ବେଳେ ଶିକ୍ଷକଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିଥିଲା ପୋଲିସ।

ଏଥିରୁ ୨୧ ବର୍ଷୀୟା ଛାତ୍ରୀଙ୍କ ସହ ନିୟମିତ କଥାବାର୍ତ୍ତା ହେଉଥିବା ଜଣାପଡ଼ିଥିଲା।

ପଚରାଉଚରା ବେଳେ ଯୁବତୀ ନିଜ ପ୍ରେମିକ ନିଖିଲର ନାଁ କହିଥିଲେ।

ପ୍ରାୟ ୧୧ ମାସ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

ନିଖିଲ ଥରେ ନିଜ ପ୍ରେମିକାକୁ ଓମ୍ ପ୍ରକାଶଙ୍କ ସହ ପିଜ୍ଜା ଖାଉଥିବା ଦେଖିଥିଲା।

ଏହାପରଠାରୁ ଶିକ୍ଷକ ତା ପ୍ରେମିକାକୁ ବ୍ଲାକମେଲ୍ କରୁଥିବା ସନ୍ଦେହ କରୁଥିଲା।

ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ସେ ଏହାର ଜବାବ ମାଗିବାକୁ କୋଚିଂ ସେଣ୍ଟରରେ ପହଞ୍ଚିଥିଲା।

ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଅଭିଯୋଗ ଅନୁସାରେ, ଗଣ୍ଡଗୋଳ ପରେ ରାଗିଯାଇ ନିଖିଲ ମଟନ୍ କଟା ଛୁରୀରେ ଓମ୍ ପ୍ରକାଶଙ୍କୁ ଆକ୍ରମଣ କରି ଗଳା କାଟି ହତ୍ୟା କରିଥିଲା।

ହତ୍ୟା ପରେ ନିଜ ପରିଚୟ ଲୁଚାଇବାକୁ ଉଦ୍ୟମ ହତ୍ୟା ପରେ କୋଚିଂ ବୋର୍ଡରେ 'ରେପିଷ୍ଟ' ଲେଖି ପୋଲିସର ତଦନ୍ତକୁ ଅନ୍ୟ ଦିଗକୁ ନେବାକୁ ଚେଷ୍ଟା କରିଥିଲା ନିଖିଲ।

ଏହାପରେ ମୃତ ଶିକ୍ଷକଙ୍କ ମୋବାଇଲ୍ ଓ ସ୍କୁଟି ନେଇ ଫେରାର ହୋଇଯାଇଥିଲା।

ତେବେ ସର୍ଭିଲାନ୍ସ ଓ ଗୁପ୍ତ ସୂଚନା ଆଧାରରେ ପୋଲିସ ତାକୁ ଧରିଥିଲା।

ଅଭିଯୁକ୍ତର ଘରୁ ରକ୍ତ ଲାଗିଥିବା ସାର୍ଟ, ହତ୍ୟାରେ ବ୍ୟବହୃତ ଛୁରୀ, ସ୍କୁଟି ଓ ହେଲମେଟ୍ ଜବତ ହୋଇଛି।

ତେବେ ପ୍ରଥମେ ସନ୍ଦେହ ଘେରକୁ ଆସିଥିବା ପ୍ରେମିକାର ହତ୍ୟାରେ କୌଣସି ସମ୍ପୃକ୍ତି ନଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)