JD Vance: ଶାନ୍ତି ଆଲୋଚନା କରିବାକୁ ଇରାନ ସୁରକ୍ଷା ମୁଖ୍ୟଙ୍କୁ ଚିଠି ଲେଖିଲେ ଭାନ୍ସ

Oct 29, 2026 - 12:30
JD Vance: ଶାନ୍ତି ଆଲୋଚନା କରିବାକୁ ଇରାନ ସୁରକ୍ଷା ମୁଖ୍ୟଙ୍କୁ ଚିଠି ଲେଖିଲେ ଭାନ୍ସ

ୱାସିଂଟନ: ନିଷ୍ପତ୍ତି ବଦଳାଇବାରେ ମାହିର ଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦେଶରେ ନଭେମ୍ବର ୩ରେ ହେବାକୁଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ପ୍ରସଙ୍ଗରେ ପୁଣି ୟୁଟର୍ଣ୍ଣ ନେଇଛନ୍ତି।

ଉପରାଷ୍ଟ୍ରପତି ଜେଡି ଭାନ୍ସ ଶାନ୍ତି ଆଲୋଚନାକୁ ପୁନର୍ଜୀବିତ କରିବା ଏବଂ ଏକ ସମ୍ଭାବ୍ୟ ନୂତନ ଆମେରିକୀୟ ସାମରିକ ଆକ୍ରମଣକୁ ରୋକିବା ପାଇଁ ନୂତନ ପ୍ରୟାସ ଭାବରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ମୋହସେନ ରେଜାଇଙ୍କୁ ଚିଠି ଲେଖିଛନ୍ତି।

Advertisment ଏନେଇ ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏକ ରିପୋର୍ଟ ପ୍ରକାଶ କରିଛି।

ସମ୍ବାଦପତ୍ର ଦ୍ୱାରା ଉଦ୍ଧୃତ ଏକ ସୂତ୍ର ଅନୁଯାୟୀ,ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟଙ୍କ ନିକଟକୁ ଏହି ଚିଠି ପଠାଯାଇଛି।

ଇରାନର ନେତୃତ୍ୱ ୱାସିଂଟନର ଉଦ୍ଦେଶ୍ୟ ପ୍ରତି କ୍ରମଶଃ ଅବିଶ୍ୱାସୀ ହେଉଥିବା ପରି ମନେ ହେଉଛି।

ରିପୋର୍ଟରେ କୁହାଯାଇଛି,ଆମେରିକା ଏବଂ ଇରାନ ଅଧିକାରୀଙ୍କ ମଧ୍ୟରେ ଶାନ୍ତି ଚୁକ୍ତିର ବିବରଣୀ ନିର୍ଦ୍ଧାରଣ କରିବା ପରିବର୍ତ୍ତେ ଆଲୋଚନା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଉପରେ ଧ୍ୟାନ ଦିଆଯାଇଛି।

ବିଶ୍ୱ ଶକ୍ତି ଯୋଗାଣରେ ବ୍ୟାପକ ବାଧା ସୃଷ୍ଟି ମାସ ମାସ ଧରି ବନ୍ଦ ରହିଥିବା ଆଲୋଚନା ପରେ ଶତ୍ରୁତା ପୁନର୍ବାର ଆରମ୍ଭ ହେବାର ଆଶଙ୍କା ବୃଦ୍ଧି ପାଉଥିବାବେଳେ ପୁଣି ଏଭଳି ଯୋଗାଯୋଗ ଆରମ୍ଭ ହୋଇଛି।

ଆମେରିକା ଏବଂ ଇସ୍ରାଏଲ ଫେବ୍ରୁଆରି ଶେଷ ଭାଗରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ, ଯାହା ଫଳରେ ଆଞ୍ଚଳିକ ସୁରକ୍ଷା ଏବଂ ବିଶ୍ୱ ଶକ୍ତି ଯୋଗାଣରେ ବ୍ୟାପକ ବାଧା ସୃଷ୍ଟି ହୋଇଥିଲା।

ପରବର୍ତ୍ତୀ ସମୟରେ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ବନ୍ଦ କରିଦେଇଥିଲା।

ଏହା ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଥିଲା।

ଆମେରିକା ମଧ୍ୟ ଇରାନ ବନ୍ଦରଗୁଡ଼ିକର ନୌସେନା ଅବରୋଧ ବଜାୟ ରଖିଛି।

Donald Trump: ନେତାନ୍ୟାହୁଙ୍କ ପ୍ରଦର୍ଶନ ପାଇଁ ଶ୍ରେୟ ନେଲେ ଟ୍ରମ୍ପ: କହିଲେ ଏବେ ମେଣ୍ଟ ଆଲୋଚନା ଉପରେ ରଖିଛି ନଜର ଇରାନ କହିଛି, କୂଟନୀତିକୁ ପୁନର୍ଜୀବିତ କରିବା ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଆମେ ମଧ୍ୟସ୍ଥିଙ୍କ ସହ ଯୋଗାଯୋଗରେ ରହିଛୁ।

କତାର ନେତୃତ୍ୱରେ ଆଞ୍ଚଳିକ ମଧ୍ୟସ୍ଥିମାନେ ମଧ୍ୟ ଆମେରିକା-ଇରାନ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଏକ କୂଟନୈତିକ ଚୁକ୍ତିନାମା ଚାହୁଁଥିବା ଜଣାପଡ଼ିଛି।

ଆଲୋଚନାରେ ସଂଘର୍ଷରେ କ୍ଷତିଗ୍ରସ୍ତ ଇରାନ ପରମାଣୁ ସ୍ଥାନ ପରିଦର୍ଶନ କରିବାକୁ ଜାତିସଂଘ ପରୀକ୍ଷକମାନଙ୍କୁ ଅନୁମତି ଦେବା ବଦଳରେ ସମ୍ଭାବ୍ୟ କଟକଣା ଛାଡ଼ ଅନ୍ତର୍ଭୁକ୍ତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)