Jaypur sex racket: ଜୟପୁରରେ ଦେହ ବେପାର! ପୁଲିସ ଭୟରେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି

Aug 13, 2026 - 16:21
Jaypur sex racket: ଜୟପୁରରେ ଦେହ ବେପାର! ପୁଲିସ ଭୟରେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି

"ଜୟପୁର (ଦେବାଶିଷ ସାହୁ): କୋରାପୁଟ ଜିଲ୍ଲା ଜୟପୁର ସହରରେ ଦେହ ବେପାର ଚାଲିଥିବା ଅଭିଯୋଗକୁ ନେଇ ଟାଉନ ଥାନା ପୁଲିସ ଆଜି ସହରର ଜୟନଗର ଅଞ୍ଚଳରେ ଚଢ଼ଉ କରିଛି।

ପୁଲିସ ଚଢ଼ଉ କରିବା ସମୟରେ ଘଟଣାସ୍ଥଳରୁ ଜଣେ ମହିଳା ଛାତ ଡେଇଁ ଫେରାର ହୋଇଯାଇଥିବା ପୁଲିସ କହିଛି।

ଫେରାର ହୋଇଯାଇଥିବା ମହିଳା ଏହି ଦେହ ବେପାର ରାକେଟ୍‌ର ମୁଖ୍ୟ ଅର୍ଥାତ ରାଣୀ ମହୁମାଛି ବୋଲି ଅଭିଯୋଗ ହେଉଛି।

ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଲା ପରେ ଏନେଇ ସହରରେ ଚର୍ଚ୍ଚା ହେଉଛି।

Advertisment ଜୟପୁର ସହରର ଜୟନଗରରେ ଦୀର୍ଘଦିନ ଧରି ଦେହ ବେପାର ଚାଲିଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା।

ଏହାକୁ ଆଧାର କରି ଟାଉନ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା।

ପୁଲିସ ପହଞ୍ଚିବା ଜାଣି ରାଣୀ ମହୁମାଛି ଘରର ଛାତ ଉପରକୁ ଯାଇ ପରେ ଛାତ ଡେଇଁ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ଅଭିନେତ୍ରୀଙ୍କୁ ଦେହ ବେପାରରେ ଲଗାଇବାକୁ ଉଦ୍ୟମ!

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

ଭିଡିଓରେ ଜଣେ ମହିଳା ଛାତ ଡେଇଁ ଫେରାର ହେଉଥିବା ଦୃଶ୍ୟ ରହିଛି।

ଚଢ଼ଉ ସମୟରେ ପୁଲିସ ଘଟଣାସ୍ଥଳରୁ ଜଣେ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ଦେହଜୀବୀ ଅଟକ ହୋଇଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।

ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ରାକେଟ୍‌ କେତେଦିନ ଧରି ଚାଲିଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ଫେରାର ମହିଳାଙ୍କୁ ଧରିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media