Jay Shah Reappointed as ICC Chairman: ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ, ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ବଢାଇଲା ବୋର୍ଡ

Nov 16, 2026 - 11:42
Jay Shah Reappointed as ICC Chairman: ପୁଣି ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ, ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ବଢାଇଲା ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ।

ଏହା ତାଙ୍କର କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ।

ନିର୍ଦ୍ଦେଶକ ମାନଙ୍କ ବୋର୍ଡ ମିଟିଂରେ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ଓ କମିଟି ବୈଠକରେ ସମସ୍ତ ଡାଇରେକ୍ଟରଙ୍କ ପ୍ରସ୍ତାବ ପରେ ତାଙ୍କୁ ନିର୍ଦ୍ୱନ୍ଦରେ ଏହି ପଦ ପାଇଁ ପୁନଃ ଚୟନ କରାଯାଇଛି।

ତାଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଜୟ ଶାହ ପୁଣିଥରେ ଏହି ଦାୟିତ୍ୱ ପାଇଛନ୍ତି।

Advertisment ଆଇସିସି ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍‌ରେ ଏନେଇ ସୂଚନା ଦେଇଛି।

ବୋର୍ଡର ସମସ୍ତ ଡାଇରେକ୍ଟରଙ୍କ ସମର୍ଥନ ପରେ ଜୟ ଶାହଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଚେୟାରମ୍ୟାନ୍ ଭାବେ ଚୟନ କରାଯାଇଥିବା କୁହାଯାଇଛି।

ଏହି ନିଷ୍ପତ୍ତି ତାଙ୍କ ନେତୃତ୍ୱ ଉପରେ ବୋର୍ଡର ଭରସାକୁ ପ୍ରତିଫଳିତ କରୁଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ପୁନର୍ବାର ଚେୟାରମ୍ୟାନ୍ ନିର୍ବାଚିତ ହେବା ପରେ ଜୟ ଶାହ କହିଛନ୍ତି ଯେ, ଏହି ପଦରେ କାର୍ଯ୍ୟ କରିବା ତାଙ୍କ ପାଇଁ ଗର୍ବ ଓ ବଡ଼ ଦାୟିତ୍ୱର ବିଷୟ।

ବିଶ୍ୱସ୍ତରରେ କ୍ରିକେଟ୍‌ର ବିକାଶ ପାଇଁ ସେ ସମସ୍ତ ସଦସ୍ୟଙ୍କ ସହ ମିଶି କାମ କରିବେ।

Advertisment ବର୍ତ୍ତମାନ କ୍ରିକେଟ୍ ଏକ ରୋମାଞ୍ଚକର ପର୍ଯ୍ୟାୟ ଦେଇ ଗତି କରୁଛି।

୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ଫଳରେ ଏହି ଖେଳକୁ ନୂଆ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ବଡ଼ ସୁଯୋଗ ମିଳିଛି ବୋଲି ସେ କହିଛନ୍ତି।

କେବଳ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ନୁହେଁ, ବରଂ କ୍ରିକେଟ୍‌ର ଭବିଷ୍ୟତକୁ ମଜଭୁତ କରିବା ମଧ୍ୟ ତାଙ୍କର ଲକ୍ଷ୍ୟ।

ଏଥିପାଇଁ ଖେଳାଳି, ପ୍ରଶଂସକ, ବ୍ୟବସାୟିକ ସହଯୋଗୀ ଏବଂ ଏହି ଖେଳ ସହ ଜଡ଼ିତ ସମସ୍ତଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି ଜୟ ଶାହ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୪ରେ ପ୍ରଥମ ଥର ପାଇଁ ଜୟ ଶାହ ଆଇସିସିର ଚେୟାରମ୍ୟାନ୍ ହୋଇଥିଲେ।

ସେ ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିଲେ।

ମାତ୍ର ୩୬ ବର୍ଷ ବୟସରେ ଏହି ପଦରେ ପହଞ୍ଚି ସେ ଆଇସିସିର ସବୁଠୁ କମ୍ ବୟସ୍କ ଚେୟାରମ୍ୟାନ୍ ହେବାର ରେକର୍ଡ କରିଥିଲେ।

ଜୟ ଶାହ ଆଇସିସିର ମୁଖ୍ୟ ହେବାରେ ପଞ୍ଚମ ଭାରତୀୟ।

ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍.

ଶ୍ରୀନିବାସନ୍ ଏବଂ ଶଶାଙ୍କ ମନୋହର ଏହି ପଦରେ କାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୫ ପୂର୍ବରୁ ଆଇସିସିର ଏହି ପଦକୁ 'ପ୍ରେସିଡେଣ୍ଟ' କୁହାଯାଉଥିଲା।

ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ 'ଚେୟାରମ୍ୟାନ୍' ରଖାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)